ଚଣ୍ଡିଗଡ: ପଞ୍ଜାବର ପଟିଆଲାରେ ଖଲିସ୍ତାନୀ ବିରୋଧୀ ଶୋଭାଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସାକାଣ୍ଡର ଗୋଟିଏ ଦିନ ପରେ ରାଜ୍ୟ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପଞ୍ଜାବ ସରକାର । ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ବିଫଳ ହେବା ଓ କାର୍ଯ୍ୟରେ ଅବହେଳା ପାଇଁ 3 ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ବରୁ ଅପସାରଣ କରାଯାଇଛି ।
-
Punjab | Court sends Shiv Sena's Harish Singla to two-day Police custody of Patiala Police, in connection with the clash that broke out yesterday in Patiala. pic.twitter.com/ExPyaUnVPF
— ANI (@ANI) April 30, 2022 " class="align-text-top noRightClick twitterSection" data="
">Punjab | Court sends Shiv Sena's Harish Singla to two-day Police custody of Patiala Police, in connection with the clash that broke out yesterday in Patiala. pic.twitter.com/ExPyaUnVPF
— ANI (@ANI) April 30, 2022Punjab | Court sends Shiv Sena's Harish Singla to two-day Police custody of Patiala Police, in connection with the clash that broke out yesterday in Patiala. pic.twitter.com/ExPyaUnVPF
— ANI (@ANI) April 30, 2022
ଏହା ଏକ ସାମ୍ପ୍ରଦାୟିକ ହିଂସା ନୁହେଁ ବରଂ ଏକ ରାଜନୈତିକ ହିଂସା ଓ ଏଥିରେ ଶିବସେନା, ଅକାଳୀ ଓ ବିଜେପିର ଏକାଧିକ କର୍ମୀଙ୍କୁ ଗିରଫ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ଅନ୍ୟପଟେ ଆଜି ଶୋଭାଯାତ୍ରାର ଆୟୋଜକ ତଥା ପଞ୍ଜାବ ଶିବସେନା ମୁଖ୍ୟ ହରିଶ ସିଙ୍ଗଲାଙ୍କ ଜାମିନ ଖାରଜ ହେବା ସହ ତାଙ୍କୁ ଦୁଇ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି କୋର୍ଟ ।
-
Punjab | Court sends Shiv Sena's Harish Singla to two-day Police custody of Patiala Police, in connection with the clash that broke out yesterday in Patiala. pic.twitter.com/ExPyaUnVPF
— ANI (@ANI) April 30, 2022 " class="align-text-top noRightClick twitterSection" data="
">Punjab | Court sends Shiv Sena's Harish Singla to two-day Police custody of Patiala Police, in connection with the clash that broke out yesterday in Patiala. pic.twitter.com/ExPyaUnVPF
— ANI (@ANI) April 30, 2022Punjab | Court sends Shiv Sena's Harish Singla to two-day Police custody of Patiala Police, in connection with the clash that broke out yesterday in Patiala. pic.twitter.com/ExPyaUnVPF
— ANI (@ANI) April 30, 2022
ପଟିଆଲା ଜୋନ ପୋଲିସ IG ଓ ସ୍ଥାନୀୟ SSP ଓ SPଙ୍କୁ ଦାୟିତ୍ବରେ ଅବହେଳା ପ୍ରଦର୍ଶନ ପାଇଁ ବଦଳି କରାଯାଇଛି । ସେହିପରି ମୁଖବିନ୍ଦର ସିଂଙ୍କୁ ନୂତନ IG, ଦିପକ ପାରିକଙ୍କୁ SSP ଓ ଓ୍ବାଜିର ସିଂଙ୍କୁ ଜିଲ୍ଲା ଏସପି ଭାବେ ନୂତନ ଦାୟିତ୍ବ ମିଳିଛି । ଏହି ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।
ଗତକାଲି ସଂନ୍ଧ୍ୟାରୁ ଆଜି ସକାଳ ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଲାଗୁ କରିଥିଲା ସ୍ଥାନୀୟ ପ୍ରଶାସନ । ସେହିପରି ଘଟଣା ସମ୍ପର୍କରେ ଗୁଜବ ଓ ବିଭ୍ରାନ୍ତିକର ସୂଚନା ପ୍ରସାରଣ ରୋକିବା ପାଇଁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରଖାଯାଇଛି । ଘଟଣା ପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ଭାବବନ୍ତ ମାନ । ତ୍ବରିତ କାର୍ଯ୍ୟାନୁଷ୍ଠାନ ଓ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଗତକାଲି ସଂନ୍ଧ୍ୟାରେ ଘଟିଥିଲା ଘଟଣା । ପଞ୍ଜାବ ଶିବସେନାର ମୁଖ୍ୟ କାର୍ଯ୍ୟକର୍ତ୍ତା ହରିଶ ସିଙ୍ଗଲାଙ୍କ ନେତୃତ୍ବରେ ଖାଲିସ୍ତାନ ବିରୋଧୀ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିବାବେଳେ ଏହାକୁ କିଛି ଶିଖ ସଂଗଠନ ବିରୋଧ କରିବା ସହ ସଂଘର୍ଷ ଦେଖିବାକୁ ମିଳିଥିଲା । ସ୍ଥିତି ଏପରି ଉତ୍ତେଜନାପୂର୍ଣ୍ଣ ରହିିଥିଲା ଯେ, ପୋଲିସ ଫାଙ୍କା ଗୁଳି ମଧ୍ୟ ଚଳାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ