ETV Bharat / bharat

Tomato Price hike: ପଞ୍ଜାବ ରାଜ୍ୟପାଳ ଖାଇବେନି ଟମାଟୋ ! ରାଜଭବନ ମେନୁରେ ରହିବନି ବିଲାତି - ପଞ୍ଜାବ ରାଜ୍ୟପାଳ

ଟମାଟୋ ଦର ହ୍ରାସ କରିବାକୁ ପଞ୍ଜାବ ରାଜ୍ୟପାଳଙ୍କ ନିଆରା ପ୍ରୟାସ । ରାଜଭବନରେ ଟମାଟୋ ବ୍ୟବହାରରେ ଲଗାଇଲେ ରୋକ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 4, 2023, 9:27 PM IST

ଚଣ୍ଡିଗଡ଼: ବଜାରରେ ଆକାଶଛୁଆଁ ହୋଇଛି ଟମାଟୋ ଦର । ଯାହାକି ଗ୍ରାହକଙ୍କ ପକେଟରେ ନିଆଁ ଲଗାଇଛି । ଅହେତୁକ ଦରବୃଦ୍ଧିକୁ ଦେଖି ଅନେକ ନିଜ ଖାଦ୍ୟରୁ ଟମାଟୋକୁ ବାଦ୍‌ ଦେଇଛନ୍ତି । ତେବେ ଏଥିରେ ସାମିଲ ହୋଇଛନ୍ତି ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ । ତେବେ ସେ ରାଜଭବନରେ ଖାଦ୍ୟରେ ଟମାଟୋ ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ଟମାଟୋର ବ୍ୟବହାର କମ ହେଲେ ଧୀରେ ଧୀରେ ଟମାଟୋର ଦର ହ୍ରାସ ପାଇବା ଉଦ୍ଦେଶ୍ୟରେ ସେ ଏପରି କରିଥିବା କହିଛନ୍ତି ।

ଏ ନେଇ ପଞ୍ଜାବ ରାଜଭବନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏହି ବିବୃତ୍ତି ଅନୁସାରେ ଅସ୍ଥାୟୀ ଭାବରେ ରାଜଭବନରେ ଖାଦ୍ୟରେ ଟମାଟୋ ବ୍ୟବହାର ଉପରେ ରୋକ ଲଗାଯାଇଛି । ଏ ନେଇ ପୁରୋହିତ କହିଛନ୍ତି, " ଟମାଟୋର ବ୍ୟବହାର ହ୍ରାସ ପାଇଲେ ଏହାର ଦର ମଧ୍ୟ ହ୍ରାସ ପାଇବ । ମୁଁ ଆଶାବାଦୀ ଯେ ଲୋକେ ଏବେ ଏହି ବିକଳ୍ପକୁ ନିଜ ଘରେ ଆପଣାଇବେ, ଯାହାଦ୍ବାରା ସମୟକ୍ରମେ ଟମାଟୋ ଦର ମଧ୍ୟ ହ୍ରାସ ପାଇବ ।"

ଏହା ବି ପଢନ୍ତୁ- ଟମାଟୋ ବିକ୍ରି ପାଇଁ ବାଉନସର ମୁତୟନ କରିଥିଲେ, 2ଜଣଙ୍କୁ ବାନ୍ଧିଲା ପୋଲିସ

ପଞ୍ଜାବ ମୋହାଲି ବଜାରରେ ଟମାଟୋ ଦର ସମ୍ପର୍କରେ ଆଲୋଚନା କଲେ ଏଠାରେ ଟମାଟୋ କିଲୋ ପିଛା ପ୍ରାୟ ୨୨୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ରାଜ୍ୟର ଅନ୍ୟ ସହରରେ ମଧ୍ୟ ଟମାଟୋ ଦର କିଲୋ ପିଛା ୨୦୦ ଟଙ୍କା ରହିଛି । ସେପଟେ ବ୍ୟବସାୟୀଙ୍କ କହିବା ଅନୁସାରେ ଆଗାମୀ ଦିନରେ ଟମାଟୋ ଦର ଆହୁରି ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଟମାଟୋ କିଲୋ ପିଛା ୩୦୦ ଟଙ୍କା ଛୁଇଁବ ବୋଲି ବ୍ୟବସାୟୀମାନେ ଆଶଙ୍କା କରିଛନ୍ତି । ପଞ୍ଜାବ ଚଣ୍ଡିଗଡ଼ ସେକ୍ଟର ୨୬ ମାର୍କେଟରେ ମଧ୍ୟ ଟମାଟୋ ଦର ଆକାଶଛୁଆଁ ରହିଛି ।

ଏଠାରେ ଏକ କ୍ରେଟ ଟମାଟୋ ପିଛା ୪୦୦୦ରୁ ୪୫୦୦ ଟଙ୍କା ରହିଛି । ପଞ୍ଜାବ ସମେତ ଦେଶର ବିଭିନ୍ନ ରାଜ୍ୟରେ ଟମାଟୋ ଦର ଆକାଶଛୁଆଁ ରହିଛି । ଏହି ସମୟରେ ଅନେକ ଟମାଟୋ ଚାଷୀ କୋଟିପତି ହୋଇଥିବା ବେଳେ ଟମାଟୋ ଚୋରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସୂଚନା ଥାଉ କି ପ୍ରବଳ ବର୍ଷା ଫଳରେ ହିମାଚଳ ପ୍ରଦେଶ ଓ ପଞ୍ଜାବ ରାସ୍ତା ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଫଳରେ ଟମାଟୋ ରପ୍ତାନୀରେ ସମସ୍ୟା ସୃଷ୍ଟି ହେଉଛି । ଯେଉଁ କାରଣରୁ ପଞ୍ଜାବରେ ଟମାଟୋ ଦର ପହଞ୍ଚିଛି । କିଛି ଦିନ ପୂର୍ବରୁ ଏଠାରେ ଟମାଟୋ କିଲୋ ପିଛା ୩୫୦ ଟଙ୍କାରେ ପହଞ୍ଚିଥିଲା । ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.