ETV Bharat / bharat

National Unity Day: 'ଜାତୀୟ ଏକତା ଦିବସ ଦେଶବାସୀଙ୍କ ମଧ୍ୟରେ ଜାତୀୟତା ସଞ୍ଚାର ପର୍ବ ହୋଇଛି' - ରାଷ୍ଟ୍ରୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ରାଷ୍ଟ୍ରୀୟ ଏକତା ଦିବସରେ ଗୁଜୁରାଟର କେଭଡିଆରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଅଧିକ ପଢ଼ନ୍ତୁ

PM Modi Addresses on National Unity Day
ରାଷ୍ଟ୍ରୀୟ ଏକତା ଦିବସ
author img

By ETV Bharat Odisha Team

Published : Oct 31, 2023, 2:26 PM IST

ଗାନ୍ଧୀନଗର: ପ୍ରତି ଭାରତବାସୀଙ୍କ ହୃଦୟ ଆଜି ଅସୀମ ଆତ୍ମବିଶ୍ବାସ ଭରି ରହିଛି । ଏହି ଆତ୍ମବିଶ୍ବାସ ଜାରି ରହିବା ନେଇ ଆମକୁ ସୁନିଶ୍ଚିନ୍ତ କରିବାକୁ ହେବ । ଯେଉଁଠି କେହି ପହଞ୍ଚି ନାହାନ୍ତି ସେଠି ଭାରତ ପହଞ୍ଚିଛି । ଆଜି ସମଗ୍ର ଦୁନିଆ ଭାରତକୁ ଦେଖୁଛି । ଆଜି ଭାରତ ଉପଲବ୍ଧିର ନୂଆ ଶିଖର ଛୁଇଁଛି । ଜି20ରେ ଭାରତର ସମାର୍ଥ୍ୟ ଦେଖି ବିଶ୍ବ ଚକିତ ହୋଇଥିଲା । ଅନେକ ବୈଶ୍ବିକ ସଂଙ୍କଟ ମଧ୍ୟରେ ଆମ ସୀମା ସୁରକ୍ଷିତ ରହିଛି । ଆଗାମୀ ବର୍ଷରେ ଆମେ ଦୁନିଆରେ ସବୁଠୁ ବଡ଼ ଆର୍ଥିକ ଶକ୍ତିଶାଳୀ ଦେଶ ହେବାକୁ ଯାଉଛି । ଆମେ ଗର୍ବିତ ଆଜି ଭାରତ ତେଜସ ଫାଇଟର ପ୍ଲେନଠୁ ନେଇ ଆଇଏନ ବିକ୍ରାନ୍ତ ଯାଏଁ ସବୁ ନିଜେ ତିଆରି କରୁଛି । ବଡ଼ ଟୁର୍ଣ୍ଣାମେଣ୍ଟରେ ତ୍ରିରଙ୍ଗା ଆଗରେ ରହିଛି । ଆମ କ୍ରୀଡ଼ାବିତ ରେକର୍ଡ ସଂଖ୍ୟାରେ ମେଡାଲ ଜିତୁଛନ୍ତି । ଆଗାମୀ 25 ବର୍ଷ ଭାରତ ପାଇଁ ଏହି ଶତାବ୍ଦୀର ମହତ୍ତ୍ବପୂର୍ଣ୍ଣ ବର୍ଷ ହେବ । ଏହି 25 ବର୍ଷରେ ଆମ ଭାରତକୁ ସମୃଦ୍ଧ ଓ ବିକଶିତ କରିବାକୁ ହେବ । 31 ଅକ୍ଚୋବରର ଏହି ଦିନ ଦେଶର କୋଣଅନୁକୋଣରେ ଜାତୀୟତା ସଞ୍ଚାର କରିବାର ପର୍ବ ହୋଇଛି । ଗୁଜୁରାଟର କାଭେଡିଆର ଏକତାନଗରରୁ ରାଷ୍ଟ୍ରୀୟ ଏକତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | On the National Unity Day parade in Gujarat's Ekta Nagar, PM Modi says "India has removed the slavery symbol from its naval flag. Unnecessary laws made during the era of slavery are also being removed. The Bharatiya Nyaya Sanhita (BNS) has replaced IPC. Where once there… pic.twitter.com/2WEawA48Mk

    — ANI (@ANI) October 31, 2023 " class="align-text-top noRightClick twitterSection" data=" ">

ଷ୍ଟାଚ୍ୟୁ ଅଫ୍‌ ୟୁନିଟିରୁ ରାଷ୍ଟ୍ରୀୟ ଏକଦା ଦିବସରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "31 ଅକ୍ଚୋବରର ଏହି ଦିନ ଦେଶର କୋଣ ଅନୁକୋଣରେ ଜାତୀୟତାର ସଞ୍ଚାର କରିବାର ପର୍ବ ହୋଇଛି । ରାଷ୍ଟ୍ର ଉତ୍ଥାନର ତ୍ରିଶକ୍ତି ହୋଇଛି । 15 ଅଗଷ୍ଟରେ ଦିଲ୍ଲୀରେ ଲାଲକିଲ୍ଲାରେ ହେଉଥିବା ଆୟୋଜନ, ଜାନୁଆରୀ 26ରେ ଦିଲ୍ଲୀର କର୍ତ୍ତବ୍ୟପଥ ପରେଡ ଓ ଅକ୍ଟୋବର 31 ତାରିଖରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟର ନର୍ମଦା କୂଳରେ ରାଷ୍ଟ୍ରୀୟ ଏକାତା ଦିବସ ପାଳନ ଦେଶର ତ୍ରିଶକ୍ତି । ଆଗାମୀ 25 ବର୍ଷ ଭାରତ ପାଇଁ ଶତାଦ୍ଧୀର ସବୁଠୁ ମହତ୍ତ୍ବପୂର୍ଣ୍ଣ 25 ବର୍ଷ ହେବ । ଏହି 25 ବର୍ଷରେ ଆମକୁ ସମୃଦ୍ଧ ଓ ବିକଶିତ ଭାରତ ବନାଇବାକୁ ହେବ । ଅମୃତକାଳରେ ଭାରତ ଗୁଲାମୀର ମାନସିକାତାକୁ ତ୍ୟାଗ କରି ଆଗକୁ ବଢିବାକୁ ଶପଥ ନେଇଛି । ଆମେ ବିକାଶ ବି କରୁଛୁ ଏବଂ ଆମର କ୍ଷମତାର ରକ୍ଷା ବି କରୁଛୁ । ଆଜି ଏପରି କୌଣସି ଲକ୍ଷ୍ୟ ନାହିଁ ଯାହା ଭାରତ ହାସଲ କରିନାହିଁ । ଏପରି କୌଣି ସଂକଳ୍ପ ନାହିଁ ଯାହା ଆମେ ଭାରତବାସୀ ସିଦ୍ଧି କରିନାହୁଁ । ଗତ 9 ବର୍ଷରେ ଦେଶ ଦେଖିଛି କି ଯେବେ ସବକା ସାଥ୍‌ ସବକା ପ୍ରୟାସ୍‌ ହୋଇଛି ତେବେ କିଛି ଅସମ୍ଭବ ହୋଇନାହିଁ ।"

  • #WATCH | On the National Unity Day parade in Gujarat's Ekta Nagar, PM Modi says "Today the whole world is watching India, today India is at a new peak of achievements. The world has been surprised to see India's potential in the G20 Summit. We are proud that our borders remain… pic.twitter.com/6XSPfBrAzN

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,"ଆଜି ସମଗ୍ର ବିଶ୍ବ ଭାରତର ସଂକଳ୍ପକୁ ଅନୁକରଣ କରୁଛି । ଭାରତର ଆତ୍ମବିଶ୍ବାସ, ଅତୁଳନୀୟ ଯାତ୍ରୀରୁ ପ୍ରେରଣା ନେଉଛି । ଏହି ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ଦେଶରେ ଏକତା ବଜାୟ ରଖିବାକୁ କୌଣସି ପ୍ରୟାସରେ କରିବା ଛାଡିବା ନାହିଁ । ଆମେ ଯେଉଁ କ୍ଷେତ୍ରରେ ରହିବା ସେଥିରେ ଶତପ୍ରତିଶତ ଦେବାକୁ ଚେଷ୍ଟା କରିବା । ଏକତା ନଗରରୁ ଆସୁଥିବା ସମସ୍ତଙ୍କୁ କେବଳ ଏହି ଭବ୍ୟ ପ୍ରତିମାର ଦର୍ଶନ ହୁଏ ନାହିଁ ସେଥିରୁ ସର୍ଦ୍ଦାର ପଟେଲଙ୍କ ଜୀବନୀ,ବଳିଦାନ ଓ ଏକ ଭାରତ ନିର୍ମାଣରେ ତାଙ୍କର ଅବଦାନର ଝଲକ ମିଳିଥାଏ । ଏହି ପ୍ରତିମାରେ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାର ପ୍ରତିମ୍ବିବ ରହିଛି । ଆଜି ଦେଶରେ ଏକତା ପାଇଁ ଦୌଡ କାର୍ଯ୍ୟକ୍ରମ ହୋଇଛି । ଦେଶରେ ଏକତାର ପ୍ରଭାବ ଦେଖିଲେ ସର୍ଦ୍ଦାର ପଟେଲଙ୍କ ଆଦର୍ଶ ଏକ ଭାରତ ଶ୍ରେଷ୍ଠ ଭାରତର ସଂକଳ୍ପ ହୋଇ ଆମ ଭିତରେ ପ୍ରଭାବିତ ହେଉଛି । ଭାରତ ନୌସେନା ଧ୍ବଜାରେ ଗୁଲାମୀର ଚିହ୍ନକୁ ହଟାଇ ଦେଇଛି । ବ୍ରିଟିଶ ଅମଳରେ ହୋଇଥିବା ଆଇନକୁ ମଧ୍ୟ ହଟାଇ ଭାରତୀୟ ନ୍ୟାୟ ସହିଂତା (IPC) ଅଣାଯାଉଛି । ଆଜି କାଶ୍ମୀର କାନ୍ଥରୁ ଧାରା 370 ହଟି ସାରିଛି । ଏପରି କୌଣସି ଲକ୍ଷ୍ୟ ନାହିଁ ଯାହା ଭାରତ ପାଇ ନାହିଁ ।"

  • #WATCH | On the National Unity Day parade in Gujarat's Ekta Nagar, Prime Minister Narendra Modi says "The people coming to Ekta Nagar not only get to see this grand statue but also get a glimpse of Sardar Saheb's life, sacrifice and his contribution in building one India. The… pic.twitter.com/6TOlJ6wUbe

ଏହା ବି ପଢନ୍ତୁ...National Unity Day: ଏକତା ନଗରରେ ରାଷ୍ଟ୍ରୀୟ ଏକତା ଦିବସ, ପରେଡ ପରେ ସାହାସିକ କୌଶଳ ଦେଖାଇଲା ସେନା

ମୋତେ ମିନି ଇଣ୍ଡିଆ ଦେଖାଯାଉଛି: ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି,"ଏଠାରେ ଉପସ୍ଥିତ ସମସ୍ତଙ୍କ ଉତ୍ସାହ ରାଷ୍ଟ୍ରୀୟ ଦିବସର ବଳ । ଏଠାରେ ମୋ ସାମ୍ନାରେ ଏକପ୍ରକାର ମିନି ଇଣ୍ଡିଆର ସ୍ବରୁପ ଦୃଶ୍ୟ ହେଉଛି । ରାଜ୍ୟ ଅଲଗା, ଭାଷା ପରମ୍ପରା ଅଲଗା ମାତ୍ର ଏଠାରେ ଉପସ୍ଥତି ପ୍ରତିଟି ବ୍ୟକ୍ତି ଏକତାର ମଜଭୁତ ଡୋରରେ ବାନ୍ଧି ହୋଇ ରହିଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.