ETV Bharat / bharat

ଆଜି କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପିନାରାୟୀ ବିଜୟନ, ଆରମ୍ଭ କରିବେ ଦ୍ବିତୀୟ ଇଂନିସ୍

author img

By

Published : May 20, 2021, 8:11 AM IST

ଆଜି(ଗୁରୁବାର) ଦ୍ବିତୀୟ ଥର ପାଇଁ କେରଳ ମୁଖ୍ୟମନ୍ତୀ ଭାବେ ପିନାରାୟୀ ବିଜୟନ ଶପଥ ପାଠ କରିବେ । ଅଧିକ ପଢନ୍ତୁ...

ଆଜି କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପିନାରାୟୀ

ଥିରୁଅନନ୍ତପୁରମ: କେରଳର ମୁଖ୍ୟମନ୍ତ୍ରୀ ଭାବେ 2ୟ ଥର ଲାଗି ଐତିହାସିକ ବିଜୟ ପରେ ଆଜି(ଗୁରୁବାର) ଶପଥ ନେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ । ସାଢେ 3ଟାରେ ସେଣ୍ଟ୍ରାଲ ଷ୍ଟାଡିୟମରେ ସମସ୍ତ କୋଭିଡ ନିୟମକୁ ପାଳନ କରି ଶପଥ ପାଠ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ କ୍ୟାବିନେଟର 20 ଜଣ ମନ୍ତ୍ରୀ ମଧ୍ୟ ସମାରୋହରେ ଶପଥ ପାଠ କରିବେ ବୋଲି ଜଣାପଡିଛି ।

ରାଜ୍ୟପାଳ ଅରିଫ ମହମ୍ମଦ ଖାନ ମୁଖ୍ୟମନ୍ତ୍ରୀ ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ସମାରୋହରେ 500 ଅତିଥିଙ୍କୁ ସାମିଲ ହେବେ । ବର୍ତ୍ତମାନ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ରାଜଧାନୀ ଥିରୁଅନନ୍ତପୁରମଠାରେ ସରକାର ଟ୍ରିପଲ ଲକଡାଉନ ଲାଗୁ କରିଛନ୍ତି । ସେପଟେ ସରକାର ଗଢିବାକୁ ଯାଉଥିବା LDF ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ UDFକୁ ସମାରୋହରେ ଯେକୌଣସି ଉପାୟରେ ମଧ୍ୟ ସାମିଲ କରାଯିବ । ତେବେ ସେମାନେ ଅନଲାଇନ ମାଧ୍ୟମରେ ସମାରୋହରେ ଯୋଗ ଦେବେ ବୋଲି ଜଣାପଡିଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ସମାରୋହକୁ ନେଇ ବିବାଦ ଦେଖିବାକୁ ମିଳିଥିଲେ । କୋରୋନା ମହାମାରୀ ସମୟରେ ସମାରୋହରେ ଅଧିକ ସଂଖ୍ୟ ଅତିଥିଙ୍କ ଯୋଗଦାନକୁ ନେଇ ଏହି ବିବାଦ ଦେଖିବାକୁ ମିଳିଥିଲା । ଏଥିଲାଗି କେରଳ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ 500 ଅତିଥିଙ୍କ ଯୋଗଦାନକୁ ନେଇ ଜନସ୍ବାସ୍ଥ୍ୟ ମାମଲା ମଧ୍ୟ ରୁଜୁ କରାଯାଇଥିଲା ।

CPIMର 12 ଜଣ ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ CPIର 4 ଜଣ ମନ୍ତ୍ରୀ, ଏଲଡିଏଫ 5 ଜଣ ମନ୍ତ୍ରୀ ଏବଂ ଜନତା ଦଳ, କେରଳ କଂଗ୍ରେସ ଏମ, ଜନଧିପାଥ୍ୟ କେରଳ କଂଗ୍ରେସ, ଇଣ୍ଡିଆନ ନ୍ୟାସନାଲ ଲିଗ ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ଜଣେ ଲେଖାଏଁ ମନ୍ତ୍ରୀ ଶପଥ ପାଠ କରିବେ । ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥାର ଜଣେ ପ୍ରତିନିଧି ସମାରୋହରେ ଉପସ୍ଥିତ ରହିବା ସହିତ ସଂସ୍ଥାର କ୍ୟାମେରା ସମାରୋହ ମୁହୂର୍ତ୍ତକୁ କଏଦ କରିବାକୁ ଅନୁମତି ମିଳିନାହିଁ । ସମାରୋହରେ ସାମିଲ ହେବାକୁ ଥିବା ଅତିଥିଙ୍କ ପାଇଁ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.