ETV Bharat / bharat

ବଙ୍ଗଳାରେ ମୋଦି-ମମତାଙ୍କ ଟକ୍କର; ଆଜି ବାଜିବ ନିର୍ବାଚନୀ ବିଗୁଲ - ବିଧାନସଭା ନିର୍ବାଚନ

ଆଜି ବଙ୍ଗଳାରେ ଦେଖିବାକୁ ମିଳିବ ଜୋରଦାର ଟକ୍କର । କୋଲକାତାରେ ବିଶାଳ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ଆଜି ବଙ୍ଗଳାରେ ମୋଦି-ମମତାଙ୍କ ଟକ୍କର
ଆଜି ବଙ୍ଗଳାରେ ମୋଦି-ମମତାଙ୍କ ଟକ୍କର
author img

By

Published : Mar 7, 2021, 9:47 AM IST

Updated : Mar 7, 2021, 10:12 AM IST

କୋଲକାତା: ବିଧାନସଭା ନିର୍ବାଚନକୁ ନେଇ ସରଗରମ ପଶ୍ଚିମବଙ୍ଗ । ଆଜି ବଙ୍ଗଳାରେ ଦେଖିବାକୁ ମିଳିବ ଜୋରଦାର ଟକ୍କର । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟପଟେ ମମତା ବାନାର୍ଜୀ । ଆଜି ମୋଦି କୋଲକାତା ଗସ୍ତ କରି ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ରାଲି କରିବେ । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଲିଣ୍ଡର ଦରଦାମକୁ ନେଇ ମହିଳାମାନଙ୍କ ସହ ସିଲିଗୁଡି ଓ ଦାର୍ଜିଲିଂରେ ରୋଡ ଶୋ’ କରିବେ ।

ରାଜ୍ୟରେ 8ଟି ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର କୋଲକାତାରେ ବିଶାଳ ରାଲି କରିବେ । ଏହି ରାଲି ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ବଡ କାର୍ଯ୍ୟକ୍ରମ ହେବ । ମୋଦି ଆଜି ନିର୍ବାଚନୀ ବିଗୁଲ ଫୁଙ୍କିବେ ।

ସେପଟେ, ପ୍ରଧାନମନ୍ତ୍ରୀଙ୍କ ସହିତ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିପାରେ । ଆଜି ଦ୍ବିପ୍ରହର 2ଟାରେ ରାଲି ଅନୁଷ୍ଠିତ ହେବ । ଏଥର ନିର୍ବାଚନରେ ପିଏମ ମୋଦି ବଙ୍ଗଳାରେ 20 ଟି ରାଲି କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରବିବାର ରାଲିକୁ ବିଜେପି ପକ୍ଷରୁ ଚଳିତ ବର୍ଷ ଫେବୃୟାରୀରେ ଆରମ୍ଭ ହୋଇଥିଲା । ଏହାକୁ ପରିବର୍ତ୍ତନ ଯାତ୍ରାର ଏକ ଅଂଶ ବୋଲି କୁହାଯାଉଛି ।

ଅନ୍ୟପଟେ, ସିଏମ ବାନାର୍ଜୀ ବଢୁଥିବା ସିଲିଣ୍ଡର ଦରଦାମ ବିରୋଧରେ ବଙ୍ଗଳାର ସିଲିଗୁଡି ଓ ଦାର୍ଜିଲିଂରେ ରୋଡ ଶୋ’ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ପଦଯାତ୍ରା ପ୍ରାୟ 60ରୁ 70 ହଜାର ମହିଳା ସାମିଲ ହେବେ ବୋଲି ଦାବି କରାଯାଉଛି । ପୂର୍ବାହ୍ନ 11 ଟା ସମୟରେ ସିଲିଗୁଡିର ମଲ୍ଲାଗୁଡି ଛକରୁ ରାଲି ଆରମ୍ଭ ହେବ । ଦୀର୍ଘ 3 କିମି ପର୍ଯ୍ୟନ୍ତ ରାଲି କରିବେ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶନିବାର ବିଜେପି ନିଜ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ 57 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଚର୍ଚ୍ଚିତ ଚେହେରା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ଗୁରୁତ୍ବପୂର୍ଣ୍ଣ ନନ୍ଦିଗ୍ରାମରୁ ଟିକେଟ ଦେଇଛି । ଏଥର ମମତା ବାନାର୍ଜୀ ନିଜର ପାରମ୍ପାରିକ ଆସନ ବଦଳାଇ ନନ୍ଦିଗ୍ରାମରୁ ଛିଡା ହେବେ ।

Last Updated : Mar 7, 2021, 10:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.