ETV Bharat / bharat

ଆଜି କ୍ୟାମେରା ଦିବସ, ସାଇତିଥାଏ ସ୍ମୃତି

କ୍ୟାମେରା ବିନା ଦୁନିଆକୁ କଳ୍ପନା କରିବା କଷ୍ଟକର ଅଟେ । ପୁରୁଣା ଦିନଗୁ଼ଡିକର ସ୍ମୃତି ଫଟୋ ମାଧ୍ୟମରେ ତାଜା ହୋଇଥାଏ । ଆଉ ଏହି ସ୍ମୃତିକୁ କଏଦ କରିବା ପାଇଁ ଦରକାର ପଡେ କ୍ୟାମେରା । ତେଣୁ ପ୍ରତିବର୍ଷ ଜୁନ 29 ତାରିଖକୁ ଜାତୀୟ କ୍ୟାମେରା ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ...

author img

By

Published : Jun 29, 2021, 10:38 AM IST

ଆଜି କ୍ୟାମେରା ଦିବସ
ଆଜି କ୍ୟାମେରା ଦିବସ

ହାଇଦ୍ରାବାଦ: କଥାରେ ଅଛି ଗୋଟିଏ ଛବି ଅନେକ କଥା କହିଥାଏ । ପ୍ରକୃତରେ ଏହା ସତ୍ୟ । ଗୋଟିଏ ଫଟୋ ଭିତରେ ଅନେକ କଥା ଲୁଚି ରହିଥାଏ । କ୍ୟାମେରା ବିନା ଦୁନିଆକୁ କଳ୍ପନା କରିବା କଷ୍ଟକର ଅଟେ । ପୁରୁଣା ଦିନଗୁ଼ଡିକର ସ୍ମୃତି ଫଟୋ ମାଧ୍ୟମରେ ତାଜା ହୋଇଥାଏ । ଆଉ ଏହି ସ୍ମୃତିକୁ କଏଦ କରିବା ପାଇଁ ଦରକରା ପଡେ କ୍ୟାମେରା । ତେଣୁ ପ୍ରତିବର୍ଷ ଜୁନ 29 ତାରିଖକୁ ଜାତୀୟ କ୍ୟାମେରା ଦିବସ ଭାବରେ ପାଳନ କରାଯାଏ ।

କ୍ୟାମେରା ଖାଲି ଫଟୋ ଉତ୍ତୋଳନ କରେ ନାହିଁ ବିଶ୍ବ ସ୍ତରରେ ଗୋଟିଏ ସେକେଣ୍ଡରେ ଲୋକମାନଙ୍କୁ ସଂଯୋଗ କରିଥାଏ କ୍ୟାମେରା । ବୈଷୟିକ ଉଦ୍ଭାବନ ଓ ଟେକ୍ନୋଲୋଜି ମାଧ୍ୟମରେ ବର୍ତ୍ତମାନ ସମସ୍ତେ କ୍ୟାମେରାକୁ ନିଜ ପକେଟରେ ରଖିଛନ୍ତି । ହେଲେ ଏବେ ବି କିଛି ଲୋକ ଅଛନ୍ତି ଯିଏକି ଫଟୋ ପାଇଁ କ୍ୟାମେରା ବ୍ୟବହାର କରୁଛନ୍ତି । କୌଣିସ ଜିନିଷର ପ୍ରମାଣ ପାଇଁ ଫଟୋ ଦରକାର ଆଉ ସେହି ଫଟୋ ପାଇଁ ଦରକାର ପଡେ କ୍ୟାମେରା ।

ଫ୍ରେଞ୍ଚ ଉଦ୍ଭାବକ ଜୋସେଫ୍ ନିସେଫର ନିପସ 1825ରେ ବିଶ୍ବର ପ୍ରଥମ ଫଟୋ ଉଠାଇଥିଲେ । ତାହା ଥିଲା ଲି ଗ୍ରାମସ୍ଥିତ ତାଙ୍କ ଘରର ଏକ ଝରକା ପାଖରୁ ଉଠାଇଥିଲେ । ତାହା ହେଲିଓଗ୍ରାଫ ଭାବେ ନାମିତ ହୋଇଥିଲା । ଏହାର ବହୁ ବର୍ଷ ପରେ ପ୍ରଥମ କ୍ୟାମେରା ଫିଲ୍ମ ତିଆରି ହୋଇଥିଲା । 1925ରେ ପ୍ରଥମ ଲାଇକା କ୍ୟାମେରା ବଜାରକୁ ଆସିଥିଲା । ଏହା ପରେ 1999ରେ ଡିଜିଟାଲ ଏସଏଲଆର୍ କ୍ୟାମେରା ପ୍ରଥମ ଥର ପାଇଁ ବଜାରକୁ ଆସିଥିଲା ।

ସମୟ ବଦଳିବା ସହିତ ଲୋକଙ୍କ ଚାହିଦା ମଧ୍ୟ ବଦଳିଛି । ବର୍ତ୍ତମାନ କ୍ୟାମେରାର ସ୍ଥାନ ନେଇଛି ମୋବାଇଲ । ମୋବାଇଲରେ ଥିବା କ୍ୟାମେରାର ଅଧିକ ବ୍ୟବହାର ହେଉଛି ହେଲେ କୋଉଠି ନା କୋଉଠି କ୍ୟାମେରାର ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.