ETV Bharat / bharat

ଆଜି ହୋମଗାର୍ଡ ତଥା ସିଭିଲ ଡିଫେନ୍ସ ଦିବସ

author img

By

Published : Dec 6, 2020, 5:29 PM IST

Updated : Dec 6, 2020, 6:11 PM IST

ଦେଶରେ ବଡ ବଡ ବଳକୁ ବାଦ୍‌ ଦେଲେ ନାଗରିକ ବିଶୃଙ୍ଖଳା ଏବଂ ସାମ୍ପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ କରିବା ପାଇଁ ହୋମଗାର୍ଡମାନେ ମଧ୍ୟ କାର୍ଯ୍ୟ କରିଥାନ୍ତି । ପ୍ରତିବର୍ଷ ଡିସେମ୍ବର ମାସ 6 ତାରିଖରେ ଏହି ହୋମଗାର୍ଡ ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ...

Today is Home guard raising day
ଆଜି ହୋମ ଗାର୍ଡ ତଥା ସିଭିଲ ଡିଫେନ୍ସ ଦିବସ

ହାଇଦ୍ରାବାଦ: ସେନା, ନୌସେନା, ବାୟୁସେନା ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ବ୍ୟତୀତ ସିଭିଲ୍ ଡିଫେନ୍ସ ଆଣ୍ଡ ହୋମ ଗାର୍ଡ ମଧ୍ୟ ରହିଛନ୍ତି । ଏମାନେ ଯେକୌଣସି ଅଘଟଣରେ ନାଗରିକଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସର୍ବଦା କାର୍ଯ୍ୟ କରିଥାନ୍ତି । ତେବେ ଜନସାଧାରଣଙ୍କ ପ୍ରତି ସେମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଡିସେମ୍ବର 6 ତାରିଖରେ ହୋମଗାର୍ଡ ଦିବସକୁ ପାଳନ କରାଯାଏ । ଚଳିତ ବର୍ଷ କୋରୋନା ମହାମାରୀ ସମୟରେ ହୋମ ଗାର୍ଡ ଦିବସର 74ତମ ଦିବସକୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ।

Today is Home guard raising day
ଦେଶରେ ହୋମଗାର୍ଡଙ୍କ ମୋଟ ସଂଖ୍ୟା

ହୋମ ଗାର୍ଡ ହେଉଛି ଏକ ସ୍ବେଚ୍ଛାସେବୀ ଫୋର୍ସ ବା ବଳ । ଭାରତରେ ପ୍ରଥମେ 1946 ମସିହାରେ ନାଗରିକ ବିଶୃଙ୍ଖଳା ଏବଂ ସାମ୍ପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ପୋଲିସକୁ ସାହାଯ୍ୟ କରିବା ପାଇଁ 1946 ମସିହାରେ ପ୍ରଥମେ ଡିସେମ୍ବର ମାସରେ ଭାରତରେ ଏହି ସେବା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ, ସ୍ବେଚ୍ଛାସେବୀ ନାଗରିକଙ୍କ ବଳକୁ ଅନେକ ରାଜ୍ୟ ଦ୍ବାରା ଗ୍ରହଣ କରାଯାଇଥିଲା । 1962 ମସିହାରେ ଚାଇନାର ଆକ୍ରୋଶ ପରେ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କ ସ୍ବେଚ୍ଛାସେବୀ ସଂଗଠନକୁ ଏକ ୟୁନିଫର୍ମ ଦ୍ବାରା ସ୍ବେଚ୍ଛାସେବୀ ଶକ୍ତିରେ ମିଶ୍ରଣ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ହୋମ ଗାର୍ଡକୁ ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା ।

ହୋମ ଗାର୍ଡମାନେ ଏକ ସ୍ବେଚ୍ଛାସେବୀ ସଂଗଠନ ହୋଇଥିବାରୁ ଏହାର ସଫଳତା ଏହା ଜନସାଧାରଣଙ୍କଠାରୁ ଉପରେ ନିର୍ଭର କରିଥାଏ । ତେଣୁ ହୋମ ଗାର୍ଡମାନେ ଏହି ସେବା ପ୍ରତି ଜନସାଧାରଣଙ୍କ ଆଗ୍ରହ ସୃଷ୍ଟି ଏବଂ ବଜାୟ ରଖିବା ଆବଶ୍ୟକ । ହୋମଗାର୍ଡଙ୍କ ଦ୍ବାରା କରାଯାଇଥିବା ଜନସେବାର ଉଲ୍ଲେଖନୀୟ କାର୍ଯ୍ୟ ସ୍ଥାନୀୟ କାଗଜପତ୍ରରେ ପ୍ରକାଶିତ ହେବା ଉଚିତ୍‌ ଏବଂ ହୋମଗାର୍ଡଙ୍କ ଏହି ପ୍ରଶଂସାଯୋଗ୍ୟ କାର୍ଯ୍ୟକଳାପ ସହ ଜଡିତ ପ୍ରେସ କଟିଙ୍ଗଗୁଡିକ ପ୍ରତି ମାସରେ ଗୃହ ମନ୍ତ୍ରଣାଳୟକୁ ପଠାଯିବା ଉଚିତ୍‌ ।

ହୋମଗାର୍ଡମାନଙ୍କର କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ସ୍ତରରେ ବାର୍ଷିକ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ଦିବସ ପାଳନ କରାଯିବା ସହିତ ପ୍ୟାରେଡ ଓ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ଏହାର ଭୂମିକାକୁ ଲୋକମାନଙ୍କ ସମ୍ମୁଖକୁ ଆଣିବା ଆବଶ୍ୟକ ।

ହୋମ ଗାର୍ଡଙ୍କ ନିର୍ଦ୍ଦିଷ୍ଟ କାର୍ଯ୍ୟାବଳୀ:-

  • ଆଭ୍ୟନ୍ତରୀଣ ସୁରକ୍ଷା ପରିସ୍ଥିତିର ରକ୍ଷଣାବେକ୍ଷଣରେ ହୋମଗାର୍ଡମାନେ ପୋଲିସକୁ ଏକ ସହାୟକ ବଳ ଭାବରେ କାର୍ଯ୍ୟ କରିଥାନ୍ତି । ବାୟୁସେନା,ଅଗ୍ନିକାଣ୍ଡ,ବାତ୍ୟା, ଭୂମିକମ୍ପ, ମହାମାରୀ ଇତ୍ୟାଦି ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ସମ୍ପ୍ରଦାୟକୁ ସାହାଯ୍ୟ ମଧ୍ୟ ଏମାନେ ସାହାଯ୍ୟ କରିଥାନ୍ତି ।
  • ଏହି ବଳ ଅତ୍ୟାବଶ୍ୟକ ସେବାଗୁଡିକର ରକ୍ଷଣାବେକ୍ଷଣରେ ସାହାଯ୍ୟ କରିଥାଏ । ଦୁର୍ବଳ ବିଭାଗଗୁଡିକର ସୁରକ୍ଷା, ସାମାଜିକ-ଅର୍ଥନୈତିକ ଏବଂ କଲ୍ୟାଣମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରିବା ସହିତ ସିଭିଲ୍ ଡିଫେନ୍ସ କର୍ତ୍ତବ୍ୟ ପାଳନ କରିବାରେ ମଧ୍ୟ ସାହାଯ୍ୟ କରେ । ହୋମ ଗାର୍ଡ ଦୁଇ ପ୍ରକାରର ରହିଥାନ୍ତି ଯଥା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ।
  • ହୋମଗାର୍ଡ ସଂଗଠନରେ ତିନି ବର୍ଷର ସେବା ଯୋଗାଇବା ପରେ ଏହାର ସଦସ୍ୟମାନେ ପୋଲିସ୍, ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ରୋକିବା, ସୀମା ପାଟ୍ରୋଲିଂ, ନିଷେଧାଦେଶ, ବନ୍ୟା ପରିସ୍ଥିତି, ଅଗ୍ନି ନିର୍ବାପକ କାର୍ଯ୍ୟ, ନିର୍ବାଚନ କର୍ତ୍ତବ୍ୟ ଏବଂ ସାମାଜିକ କଲ୍ୟାଣ ଆଦି କାର୍ଯ୍ୟକଳାପରେ ତାଲିମ ଦିଆଯାଇଥାଏ ।

ଦେଶରେ ହୋମ ଗାର୍ଡମାନଙ୍କର ସଂଖ୍ୟା:-

ହୋମଗାର୍ଡଙ୍କ ପାଇଁ ଧାରା:-

  • ହୋମଗାର୍ଡଙ୍କୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ହୋମ ଗାର୍ଡ ଅଧିନିୟମର ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଏମାନେ ସମ୍ପ୍ରଦାୟର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ସେଥିରେ ଉଲ୍ଲେଖ କରାଯାଇଛି ।
  • ମାଗଣା ୟୁନିଫର୍ମ, ଭତ୍ତା, ପୁରସ୍କାର ଏବଂ ସମ୍ମାନ ଭଳି ଅନେକ ସୁବିଧା ହୋମଗାର୍ଡଙ୍କ ପାଇଁ ରହିଛି ।

Last Updated : Dec 6, 2020, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.