ETV Bharat / bharat

ଆଜି ପବିତ୍ର ଗୌରୀ ପୂଜା, ବ୍ରତ କଲେ ମିଳେ ସୁନ୍ଦର ବର ଓ ସୁଖୀ ଜୀବନ - ଗଣେଶ ଚତୁର୍ଥୀ ପୂର୍ବଦିନ ଏହି ପର୍ବ ପାଳନ କରାଯାଏ

ଆଜି ହେଉଛି ପବିତ୍ର ଗୌରୀ ପୂଜା । ଗଣେଶ ଚତୁର୍ଥୀ ପୂର୍ବଦିନ ଏହି ପର୍ବ ପାଳନ କରାଯାଏ । ବିବାହିତ ମହିଳାମାନେ ସେମାନଙ୍କର ସୁଖୀ ଦାମ୍ପତ୍ୟ ଜୀବନ କାମନା କରି ଏହି ଉପବାସ ପାଳନ କରୁଥିବା ବେଳେ ଅବିବାହିତା ଝିଅମାନେ ସୁନ୍ଦର ବର ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ଅଧିକ ପଢନ୍ତୁ...

ଆଜି ପବିତ୍ର ଗୌରି ପୂଜା, ସୁଖୀ ଦାମ୍ପତ୍ୟ ଜୀବନ କାମନା କରି କରାଯାଏ ଏହି ବ୍ରତ

author img

By

Published : Sep 9, 2021, 11:16 AM IST

ହାଇଦ୍ରାବାଦ: ଆଜି ହେଉଛି ପବିତ୍ର ଗୌରୀ ପୂଜା । ଦେବୀ ଗୌରୀ ତଥା ପାର୍ବତୀଙ୍କ ପାଇଁ ଏହି ପର୍ବ ପାଳନ କରାଯାଏ । ଏହା ଗଣେଶ ଚତୁର୍ଥୀ ପୂର୍ବଦିନ ହିଁ ପଡ଼େ । ତେବେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଆଦି ବିଭିନ୍ନ ଅଞ୍ଚଳର ମହିଳାମାନେ ଗଣେଶ ଚତୁର୍ଥୀଙ୍କ ଗୋଟିଏ ଦିନ ପୂର୍ବରୁ ଦେବୀଙ୍କ ପୂଜା କରି ଏହି ପର୍ବ ପାଳନ କରନ୍ତି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଭାଦ୍ରବ ମାସର ଶୁକ୍ଲ ପକ୍ଷର ତୃତୀୟ ଦିନରେ ଏହି ପୂଜା କରାଯାଇଥାଏ। ଓଡିଶାରେ ଏହି ପର୍ବକୁ ‘ବାଲି ତୃତିୟା’ କୁହାଯାଉଥିବା ବେଳେ ଅଲଗା ରାଜ୍ୟମାନଙ୍କରେ ଏହା ‘ହରିୟାଲି ତେଜ’ ବା ‘ଗୌରି ପୂଜା’ ବା ‘ଗୌରି ହବା’ ନାମରେ ପରିଚିତ।

ଏହି ପୂଜା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ମହିଳାମାନଙ୍କ ଦ୍ବାରା କରାଯାଉଥିବା ହାର୍ତାଲିକା ତିଜ୍ ବ୍ରତ ସହିତ ସମାନ। ରୀତିନୀତି ଅନୁଯାୟୀ ଏହି ଦିନ ମା’ ଗୌରୀ ଏବଂ ଭଗବାନ ଶିବଙ୍କୁ ପୂଜା କରାଯାଏ। ବିବାହିତ ମହିଳାମାନେ ସୁଖ, ସମୃଦ୍ଧି ଏବଂ ସୁଖୀ ଦାମ୍ପତ୍ୟ ଜୀବନ କାମନା କରି ଏହି ଉପବାସ ପାଳନ କରୁଥିବା ବେଳେ ଅବିବାହିତା ଝିଅମାନେ ସୁନ୍ଦର ବର ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ତେଣୁ ବ୍ରତକୁ ବହୁ ନିଷ୍ଠା ଓ କାଷ୍ଠାର ସହ ପାଳନ କରାଯାଏ। ନିର୍ଜଳା ଉପବାସ କରିବାକୁ ପଡିଥାଏ। ତେଣୁ ଏହାକୁ ବହୁତ କଷ୍ଟସାଧ୍ୟ ବ୍ରତ ବୋଲି ବିବେଚନା କରାଯାଏ ।

ଏହି ଦିନ ବିବାହିତ ମହିଳାମାନେ ଗୌରୀ ଡାରା ନାମକ ଏକ ପବିତ୍ର ସୂତାକୁ ନିଜ ଡାହାଣ ହାତରେ 16 ଟି ଗଣ୍ଠି କରି ବାନ୍ଧିବାଥିବା ବେଳେ ଅବିବାହିତ ଝିଅମାନେ ଏହାକୁ ବିନା ଗଣ୍ଠିରେ ବାନ୍ଧନ୍ତି । ଏହାସହ ମହିଳାମାନେ ପୂଜା କରିବା ପାଇଁ ସେମାନଙ୍କ ପିତାମାତାଙ୍କ ଘରୁ ଭାର ଆସିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.