ହାଇଦ୍ରାବାଦ: ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛି ବାପା-ପୁଅ ଚିତ୍ରକର ଜେରୋମ ଏବଂ ଜରୋମୟା ଜୋନସଙ୍କ ଦ୍ବାରା ଚିତ୍ରିତ ଫଟୋ । ଜୁନେଟିନ୍ଥ (Juneteenth)ହେଉଛି ବାର୍ଷିକ ଏକ ଛୁଟିଦିନ । ଏହି ଦିନ ଯୁକ୍ତରାଷ୍ଟ୍ରର କୃଷ୍ଣକାୟଙ୍କୁ ମୁକ୍ତି ମିଳିଥିଲା । 1865 ମସିହାରେ ଏହି ଦିନ ଟେକ୍ସାସର ଗାଲଭେଷ୍ଟୋନପ 250,000ରୁ ଅଧିକ କ୍ରୀତଦାସ ସେମାନଙ୍କର ସ୍ବାଧୀନତାର ଖବର ପାଇଥିଲେ । ଯାହା ଗୃହଯୁଦ୍ଧର ସମାପ୍ତିକୁ ଚିହ୍ନିତ କରିଥିଲା । 1980 ମସିହାରେ ଜୁନେଣ୍ଟେନ୍ଥ ଟେକ୍ସାସରେ ଏକ ସରକାରୀ ଛୁଟି ଭାବରେ ଘୋଷଣା ହୋଇଥିଲା ।
ଯେତେବେଳେ ଜୁନ୍ 2021 ରେ ଜୁନେଣ୍ଟେନ୍ଥ ଆନୁଷ୍ଠାନିକ ଭାବରେ ଏସ ନ୍ୟାସନାଲ ଫେଡେରାଲ ଛୁଟିଦିନ ଭାବରେ ନାମିତ ହେଲା । ଗାଲଭେଷ୍ଟୋନ ସହର 5 ହଜାର ବର୍ଗଫୁଟର ମୂର୍ତ୍ତିକୁ 'ସମାନତା' ଶୀର୍ଷକ ରଖାଯାଇ ଲୋକାର୍ପଣ କରାଯାଇଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ଜୁନେଟିନ୍ଥ ହେଉଛି ଏକ ଛୁଟି ଦିନ । ସମଗ୍ର ଦେଶରେ କୃଷ୍ଣକାୟ ମାନେ ଲୋକଙ୍କ ସଂଘର୍ଷକୁ ନେଇ ଜୁନେଣ୍ଟେନ୍ଥକୁ ପଦଯାତ୍ରା, ସମାବେଶ ସହିତ ପାଳନ କରିଥାନ୍ତି । ଏହିବର୍ଷ ଜୁନେଟିନ୍ଥରେ ୟୁଏସରେ ପିତୃ ଦିବସରେ ପଡିଛି । ଆଜିର ଡୁଡଲ୍ କଳାକୃତି ଏକାଧିକ ପୀଢି ମଧ୍ୟରେ ଶିକ୍ଷା, ଆନନ୍ଦ, ସମ୍ପ୍ରଦାୟ ବାଣ୍ଟିଛି ।