ETV Bharat / bharat

ଲକଡାଉନକୁ ନେଇ ବଡ ଘୋଷଣା କରିପାରନ୍ତି କେଜ୍ରିୱାଲ - ଦିଲ୍ଲୀ ଲକଡାଉନ

ଦିଲ୍ଲୀରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଲକଡାଉନ ହଟାଇବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ଲକଡାଉନକୁ ନେଇ ଆଜି ବଡ ଘୋଷଣା କରିପାରନ୍ତି କେଜିରୱାଲ

author img

By

Published : Jun 5, 2021, 11:56 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣକୁ ଆସିଛି କୋରୋନା ସଂକ୍ରମଣ । ଏଣୁ ଦିଲ୍ଲୀରେ ଗତ ମେ 31 ତାରିଖରେ ତାଲାବନ୍ଦ କଟକଣାକୁ କୋହଳ କରାଯାଇଥିବା ବେଳେ ଆଜି(ଶନିବାର) ଅନଲକ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ ଘୋଷଣା କରିପାରନ୍ତି ।

ଦିଲ୍ଲୀରେ ସଂକ୍ରମଣ ଦ୍ରୁତ ଗତିରେ ବଢିବା ପରେ ସରକାର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଥିଲେ । ସଂକ୍ରମଣ ହ୍ରାସ କରିବାରେ ଦିଲ୍ଲୀରେ ଲକଡାଉନ ସଫଳ ହୋଇଛି । ଏହାପରେ ସରକାର ଗତ ମେ 31 ତାରିଖରେ ଦିଲ୍ଲୀରେ ଲକଡାଉନ ଯୋଗୁଁ ବନ୍ଦ ଥିବା କଳକାରଖାନା ଓ ନିର୍ମାଣ କାର୍ଯ୍ୟକୁ ଆରମ୍ଭ କରିବାକୁ ଅନୁମତି ଦେଇଥିଲେ । ଦେଶରେ ଦ୍ବିତୀୟ ଲହର ପରେ ଦେଶର ରାଜଧାନୀରେ ଗତ ଏପ୍ରିଲ 19 ତାରିଖଠାରୁ ଲକଡାଉନ ଲାଗୁ ହୋଇଥିଲା । ଏହାପରେ ସହରରେ କୋରୋନାର ଗମ୍ଭୀର ସ୍ଥିତି ଦେଖିବାକୁ ମିଳିଥିଲା ।

ଆସନ୍ତା ଜୁନ 7 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକଡାଉନ ଲାଗୁ କରାଯାଇଛି । ଗତ ଶୁକ୍ରବାର ମହାରାଷ୍ଟ୍ର ସରକାର କିଛି ଜିଲ୍ଲାରେ କଟକଣାକୁ କୋହଳ କରିଛନ୍ତି । ଦିଲ୍ଲୀରେ ଗତ 24 ଘଣ୍ଟାରେ 523 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 50 ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦିଲ୍ଲୀରେ 8060 ସକ୍ରିୟ ମାମଲା ରହିଥିବା ବେଳେ ନୂଆ ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 24 ହଜାର 497ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.