ETV Bharat / bharat

ଦେଶ ପାଳୁଛି ସହିଦ ଦିବସ, ବୀରପୁଅର ବଳିଦାନକୁ ମନେ ପକାଉଛି ସାରାଦେଶ - today celebrating sahid divas

୧୯୩୧ରେ ଆଜିର ଦିନରେ ଇଂରେଜମାନେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ଦେଇଥିଲେ। ଆଜି ତାଙ୍କର ମହାନ ଗାଥା ଓ ବଳିଦାନକୁ ସ୍ମରଣ କରି ସାରା ଦେଶ ପାଳୁଛି ସହିଦ ଦିବସ ।

ଦେଶ ପାଳୁଛି ସହିଦ ଦିବସ
ଦେଶ ପାଳୁଛି ସହିଦ ଦିବସ
author img

By

Published : Mar 23, 2021, 2:56 PM IST

ନୂଆଦିଲ୍ଲୀ: ସାରା ଭାରତରେ ଆଜି ପାଳିତ ହେଉଛି 62ତମ ସହିଦ ଦିବସ। ୧୯୩୧ରେ ଆଜିର ଦିନରେ ଇଂରେଜମାନେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ଦେଇଥିଲେ। ଆଜି ତାଙ୍କର ମହାନ ଗାଥା ଓ ବଳିଦାନକୁ ସ୍ମରଣ କରି ସାରା ଦେଶ ପାଳୁଛି ସହିଦ ଦିବସ ।

ଆଜି ହେଉଛି ସହିଦ ଭଗତ ସିଂଙ୍କ ଶ୍ରାଦ୍ଧ ବାର୍ଷିକୀ । ଆଜିର ଦିନରେ ହସି ହସି ଫାଶୀ ଖୁଣ୍ଟରେ ଝୁଲିଯାଇଥିଲେ ଭଗତ ସିଂ । ଦେଶ ପାଇଁ ସେ ମୃତ୍ୟୁକୁ ମଧ୍ୟ ଖାତିର କରିନଥିଲେ, ଆଉ ଇଂରେଜ ସରକାର ବିରୁଦ୍ଧରେ ଲଢି ନିଜ ଜୀବନକୁ ବଳି ଦେଇଥିଲେ । ଦେଶ ମାତୃକା ପାଇଁ ତାଙ୍କ ବଳିଦାନକୁ ଆଜି ବି ଦେଶ ଭୁଲିନାହିଁ । ସେଥିପାଇଁ ଆଜିର ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଉଛି ।

୨୪ ମାର୍ଚ୍ଚ ୧୯୩୧ ମସିହାରେ ଭଗତ ସିଂଙ୍କୁ ଫାଶୀ ଦେବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଜନ ଆନ୍ଦୋଳନକୁ ଆଖିଆଗରେ ରଖି ଭଗତ ସିଂ, ସୁଖ ଦେବ ଓ ରାଜଗୁରୁଙ୍କୁ ମାର୍ଚ୍ଚ ୨୩ ତାରିଖରେ ଫାଶି ଦିଆଯାଇଥିଲା । ଭଗତ ସିଂଙ୍କ ବୀର ଗାଥାକୁ ମନେ ପକାଇଲେ ଆଜି ବି ପ୍ରତିଟି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠେ । କେବଳ ଭଗତ ସିଂ ନୁହେଁ ତାଙ୍କର ଦୁଇ ସାଥୀ ରାଜଗୁରୁ ଓ ସୁଖଦେବଙ୍କୁ ମଧ୍ୟ ଆଜିର ଦିନରେ ଫାଶୀ ଦିଆଯାଇଥିଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.