ETV Bharat / bharat

କୃଷି ଆଇନ ବିରୋଧରେ ପଶ୍ଚିମବଙ୍ଗରେ ବୈଠକ କରିବ କୃଷକ ସଙ୍ଗଠନ

author img

By

Published : Feb 17, 2021, 2:01 PM IST

ଆଗାମୀ ଦିନରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କୃଷି ଆଇନ ବିରୋଧରେ ସମର୍ଥମ ହାସଲ କରିବାକୁ ପଶ୍ଚିମବଙ୍ଗରେ ବୈଠକ କରିବ କୃଷକ ସଙ୍ଗଠନ ।

କୃଷି ଆଇନ ବିରୋଧରେ ପଶ୍ଚିମବଙ୍ଗରେ ବୈଠକ କରିବ କୃଷକ ସଙ୍ଗଠନ
କୃଷି ଆଇନ ବିରୋଧରେ ପଶ୍ଚିମବଙ୍ଗରେ ବୈଠକ କରିବ କୃଷକ ସଙ୍ଗଠନ

ଚଣ୍ଡୀଗଡ: କୃଷି ଆଇନକୁ ଚାଷୀ ସଙ୍ଗଠନ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି । ଦିଲ୍ଲୀ ସୀମା ଏବେ ବି ଚାଷୀଙ୍କ ଧାରଣା ଜାରି ରହିଛି । ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଏବେ ପଶ୍ଚିମବଙ୍ଗ ବୈଠକ କରିବେ ଚାଷୀ ସଙ୍ଗଠନ ।

ଆଗାମୀ ଦିନରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କୃଷି ଆଇନ ବିରୋଧରେ ସମର୍ଥନ ଏକଜୁଟ କରିବାକୁ ସେଠାରେ ବୈଠକ କରାଯିବ । ପଶ୍ଚିମବଙ୍ଗରେ ବିଜେପିର ପରାଜୟ ଚାଷୀଙ୍କର ଏକ ସଫଳତା ହେବ । ପଶ୍ଚିମବଙ୍ଗର ଲୋକେ ମଧ୍ୟ କୃଷି ଉପରେ ଅଧିକ ନିର୍ଭରଶୀଳ । କେନ୍ଦ୍ର ସରକାରଙ୍କ ଏହି ଆଇନ ସେମାନଙ୍କର ଜୀବିକା ଛଡାଇ ନେଇଥିବାରୁ ଆଗାମୀ ନିର୍ବାଚନରେ ଭୋଟ ନ ଦେବାକୁ ଲୋକଙ୍କୁ ପ୍ରବର୍ତ୍ତାଇବେ ବୋଲି କିଷାନ ସଙ୍ଗଠନର ମୁଖ୍ୟ ଟିକାୟତ କହିଛନ୍ତି ।

ଭାରତୀୟ କିଶାନ ସଂଘର ମୁଖ୍ୟ ରାକେଶ ଟିକାୟତ କହିଛନ୍ତି, କୃଷି ଆଇନ ବିରୋଧରେ ଦେଶବ୍ୟାପୀ ବିରୋଧ କରାଯିବ । ଏହି କ୍ରମରେ ସେମାନେ ପଶ୍ଚିମବଙ୍ଗରେ ମଧ୍ୟ ଆନ୍ଦୋଳନକୁ ଜୋରଦାର କରିବେ । ସେଠାରେ ମଧ୍ୟ କୃଷକମାନେ ନିଜ ଫସଲର ଉଚିତ ମୂଲ୍ୟ ମିଳୁନଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୁଜୁରାଟ, ମହାରାଷ୍ଟ୍ରରେ ମଧ୍ୟ ପ୍ରତିବାଦ କରିବେ । ତେବେ ପଶ୍ଚିମବଙ୍ଗରେ ନିର୍ବାଚନୀ ଉଷ୍ମତାକୁ ଦେଖି ନୁହେଁ କୃଷକଙ୍କ ପାଇଁ ଲଢେଇ କରିବେ ବୋଲି ଟିକାୟତ କହିଛନ୍ତି । କେନ୍ଦ୍ରର ଚାଷ ଆଇନ ବିରୁଦ୍ଧରେ ଆନ୍ଦୋଳନକୁ ଆଗେଇ ନେଉଥିବା 40 ଜଣ ନେତା ଏହି ଆନ୍ଦୋଳନକୁ ଆଗେଇ ନେବାକୁ ସାରା ଦେଶ ଭ୍ରମଣ କରିବେ ।

ସେହିପରି, କିଷାନ ସଂଘର ଅନ୍ୟ ଜଣେ ସଦସ୍ୟ ମହାପଞ୍ଚାୟତକୁ ସମ୍ବୋଧିତ କରି କହିଛନ୍ତି, ଯଦି ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ତେବେ ପଞ୍ଚାୟତରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ କାହାକୁ ଭୋଟ ଦିଅନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.