ETV Bharat / bharat

ରେମଡେସିଭିର୍ ବିକ୍ରୟ ଉପରେ ରୋକ ଲଗାଇଲେ ତାମିଲନାଡୁ ସରକାର

author img

By

Published : May 18, 2021, 12:29 PM IST

ରେମଡେସିଭିର୍ ବିକ୍ରୟ ଉପରେ ରୋକ ଲଗାଇଲେ ତାମିଲନାଡୁ ସରକାର । ତେବେ ରେମଡେସିଭିର ନେବା ପାଇଁ ଚେନ୍ନାଇର ନେହେରୁ ଷ୍ଟାଡିୟମ ବାହାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏହି ଔଷଧ ବିକ୍ରୟକୁ ବନ୍ଦ କରିଛନ୍ତି ସରକାର । ଅଧିକ ପଢନ୍ତୁ...

ବାହାରେ ରେମଡେସିଭିର୍ ବିକ୍ରୟ ଉପରେ ରୋକ ଲଗାଇଲେ ତାମିଲନାଡୁ ସରକାର

ଚେନ୍ନାଇ: ବାହାରେ ରେମଡେସିଭିର୍ ବିକ୍ରୟ ଉପରେ ରୋକ ଲଗାଇଲେ ତାମିଲନାଡୁ ସରକାର । ତେବେ ରେମଡେସିଭିର ନେବା ପାଇଁ ଚେନ୍ନାଇର ନେହେରୁ ଷ୍ଟାଡିୟମ ବାହାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏହି ଔଷଧ ବିକ୍ରୟକୁ ବନ୍ଦ କରିଛନ୍ତି ସରକାର । ଏବେ ଲୋକମାନେ ସିଧାସଳଖ ଘରୋଇ ଡାକ୍ତରଖାନାରୁ ଏହି ଔଷଧ ପାଇପାରିବେ ।

ରବିବାର ଦିନ ତାମିଲନାଡୁ ସରକାର ରେମଡେସିଭିର ବିକ୍ରୟ ପାଇଁ ପ୍ରୋଟୋକଲକୁ ସଂଶୋଧନ କରିଛନ୍ତି । ଯାହା ମେ 18 ରୁ କାର୍ଯ୍ୟକାରୀ ହେବ । ତେବେ ରେମଡେସିଭିର ଔଷଧ ଅଧିକ ଫଳପ୍ରଦ ହେଉଥିବାରୁ, ସାରା ରାଜ୍ୟରେ ଏହାର ବହୁତ ଚାହିଦା ରହିଛି | ସରକାର ପ୍ରଥମେ ନେହେରୁ ଷ୍ଟାଡିୟମ ପରି ଅଲଗା ସ୍ବତନ୍ତ୍ର କେନ୍ଦ୍ରରେ ଏହି ଔଷଧ ବିକ୍ରି କରିଥିଲେ । କିନ୍ତୁ ଏହି ଔଷଧ କିଣିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିବାରୁ ସରକାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି ।

ସରକାର ଏକ ଏଭଳି ଢାଞ୍ଚାରେ ଯୋଜନା କରୁଛନ୍ତି, ଯେଉଁଥିରେ ଘରୋଇ ଡାକ୍ତରଖାନା ସିଧାସଳଖ ଔଷଧ କ୍ରୟ କରିପାରିବେ । ଏଥିପାଇଁ ଏକ ସ୍ବତନ୍ତ୍ର ପୋର୍ଟାଲ ଲଞ୍ଚ ହେବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.