ETV Bharat / bharat

ମନ୍ଦିରରେ ଅସ୍ପୃଶ୍ୟତା ବିବାଦ ନେଇ ଉତ୍ତେଜନା, ତାଲା ପକାଇଲା ପ୍ରଶାସନ

author img

By

Published : Jun 7, 2023, 10:37 PM IST

ଦୁଇ ସମ୍ପ୍ରଦାୟ ମଧ୍ୟରେ ଅସ୍ପୃଶ୍ୟତା ବିବାଦ ନେଇ ମନ୍ଦିରରେ ଉତ୍ତେଜନା । ତାଲା ପକାଇଲା ପ୍ରଶାସନ । ସ୍ଥାନୀୟ ସାଂସଦଙ୍କ ପ୍ରଚେଷ୍ଟାରେ ଜାରି ରହିଛି ସର୍ବସମ୍ପ୍ରଦାୟ ଶାନ୍ତି ଆଲୋଚନା । ଖୁବଶିଘ୍ର ଖୋଲିପାରେ ମନ୍ଦିର । ଅଧିକ ପଢନ୍ତୁ

ମନ୍ଦିରରେ ଅସ୍ପୃଶ୍ୟତା ବିବାଦ, ତାଲା ପକାଇଲା ପ୍ରଶାସନ

ଚେନ୍ନାଇ: ମନ୍ଦିରରେ ଅସ୍ପୃଶ୍ୟତା ବିବାଦକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା । କୌଣସି ହିଂସା ଆଶଙ୍କା ଦେଖାଯିବା ପରେ ମନ୍ଦିରରେ ତାଲା ପକାଇଲା ସ୍ଥାନୀୟ ପ୍ରଶାସନ । ମନ୍ଦିରରେ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ପ୍ରବେଶ ଅନୁମତି ନଦେବା ସହ ଦର୍ଶନ ଓ ପୂଜାର୍ଚ୍ଚନା ସାମୟିକ ଭାବେ ବନ୍ଦ ରଖାଯାଇଛି । ଏପରି କିଛି ଘଟଣା ତାମିଲନାଡୁର ଭିଲୁପୁରମରେ ଦେଖିବାକୁ ମିଳିଛି ।

ଦୁଇ ସମ୍ପ୍ରଦାୟ ମଧ୍ୟରେ ସ୍ଥାନୀୟ ଧର୍ମରାଜ ଦ୍ରୌପଦୀ ଅମନ ମନ୍ଦିରରେ ପ୍ରବେଶକୁ ନେଇ ଜାତିଭେଦ ଓ ଅସ୍ପୃଶ୍ୟତା ବିବାଦ ଦେଖାଯାଇଥିଲା । ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟକୁ ନିଚ୍ଚ ଜାତି ଭାବେ ଅବିହିତ କରିବା ସହ ସେହି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ମନ୍ଦିରରେ ପ୍ରବେଶ କରିବା ଉପରେ କଟକଣା ଜାରି କରିଥିଲା । ଯାହାକୁ ନେଇ ଉଭୟ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବଢିଥିଲା । ଗ୍ରାମରେ ହିଂସା ସୃଷ୍ଟି ହେବା ଆଶଙ୍କା ଦେଖାଯିବାରୁ ସ୍ଥାନୀୟ ପ୍ରଶାସନକୁ ହସ୍ତକ୍ଷେପ କରିବାକୁ ପଡିଥିଲା । ପ୍ରଶାସନିକ ଅଧିକାରୀ ପୋଲିସ ଫୋର୍ସ ସହ ମନ୍ଦିରରେ ପହଞ୍ଚି ଅନିର୍ଦ୍ଦଷ୍ଟ କାଳ ପାଇଁ ମନ୍ଦିର ସିଲ୍‌ କରିଥିଲେ ।

ଭିଲୁପୁରମ ଜିଲ୍ଲାଧିକାରୀ ଧର୍ମରାଜ ଦ୍ରୌପଦୀ ଅମନ ମନ୍ଦିରରେ ଜୁନ 7 ତାରିଖ ପର୍ଯ୍ୟନ୍ତ କୌଣସି ଶ୍ରଦ୍ଧାଳୁଙ୍କ ପାଇଁ ପ୍ରବେଶ ନିଷେଧ ନୋଟିସ ଜାରି କରିବା ସହ ମନ୍ଦିରରେ ପୋଲିସ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସ୍ଥାନୀୟ ସାଂସଦ ଡି.ରବି କୁମାର ଏହି ବିବାଦର ସମାଧାନ କରିବା ପାଇଁ ପ୍ରୟାସ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସହ ସାଂସଦ ଆଲଚନା କରିବା ସହ ଉତ୍ତେଜନା ଛାଡି ସମାଧାନର ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଥିଲେ ।

ତାଙ୍କ ନେତୃତ୍ବରେ ସ୍ଥାନୀୟ ସମସ୍ତ ସମ୍ପ୍ରଦାୟର ମୁରବୀଙ୍କୁ ନଇ ଗଠିତ ଏକ ସର୍ବସମ୍ପ୍ରଦାୟ କମିଟି ଜିଲ୍ଲା ପ୍ରଶାସନ ସହ ଆଲୋଚନା ମଧ୍ୟ କରିଛନ୍ତି । ଜାତି ଓ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନକୁ ଏହି କମିଟି ନିବେଦନ କରିବା ସହ ଆଗକୁ ବିବାଦ ସୃଷ୍ଟି ନକରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଛି । ଗ୍ରାମବାସୀଙ୍କ ନିବେଦନ ପରେ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ବିଚାର ବିମର୍ଶ ଜାରି ରଖିଛି । ଏବେ ଆଲୋଚନା ଜାରି ରହିଛି । ଗ୍ରାମବାସୀମାନେ ପ୍ରଶାସନକୁ ସହଯୋଗ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ସ୍ଥିତିରେ ସୁଧାର ଆସିଲେ ମନ୍ଦିର ଖୋଲିବ ପାଇଁ ଅନୁମତି ମିଳିବା ନେଇ ଜିଲ୍ଲା ପ୍ରଶାସନ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.