ETV Bharat / bharat

ଯାତ୍ରୀ ଭର୍ତ୍ତି ବସ୍‌ରେ ଚଢିଲେ MK ଷ୍ଟାଲିନ: ବୁଝିଲେ ସମସ୍ୟା, ମାସ୍କ ପିନ୍ଧିବା ନେଇ ଦେଲେ ପରାମର୍ଶ - ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ସରପ୍ରାଇଜ ଭିଜିଟ୍‌

ତାମିଲନାଡୁର ଚେନ୍ନାଇ ସହରରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ସରପ୍ରାଇଜ ଭିଜିଟ୍‌ । ସେଠାରେ ସେ ବସସେବା ସମ୍ପର୍କରେ ଯାତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଯାତ୍ରୀ ଭର୍ତ୍ତି ବସ୍‌ରେ ଚଢିଲେ MK ଷ୍ଟାଲିନ: ବୁଝିଲେ ସମସ୍ୟା, ମାସ୍କ ପିନ୍ଧିବା ନେଇ ଦେଲେ ପରାମର୍ଶ

author img

By

Published : Oct 23, 2021, 8:11 PM IST

ଚେନ୍ନାଇ: ତାମିଲନାଡୁର ଚେନ୍ନାଇ ସହରରେ ଯାତାୟାତ କରୁଥିବା ସରକାରୀ ବସରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସରପ୍ରାଇଜ ଭିଜିଟ । ହଠାତ୍‌ ସରକାରୀ ବସରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଖୁସି ହୋଇଯାଇଥିଲେ ଡ୍ରାଇଭରଙ୍କଠୁ ଆରମ୍ଭ କରି ବସରେ ଥିବା ଯାତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ବସ ସେବାର ସୁବିଧା ସମ୍ପର୍କରେ ଯାତ୍ରୀଙ୍କଠୁ ପଚାର ବୁଝିଥିବା ଦେଖିବାକୁ ମିଳିଛି ।

ଯାତ୍ରୀ ଭର୍ତ୍ତି ବସ୍‌ରେ ଚଢିଲେ MK ଷ୍ଟାଲିନ: ବୁଝିଲେ ସମସ୍ୟା, ମାସ୍କ ପିନ୍ଧିବା ନେଇ ଦେଲେ ପରାମର୍ଶ

ଚେନ୍ନାଇର କନ୍ନଗି ନଗର ଅଞ୍ଚଳରେ ନିଜ କାରରୁ ଓହ୍ଲାଇ ହଠାତ୍‌ ସରକାରୀ ବସରେ ଚଢିଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ସେଠାରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବସ ସେବା ସମ୍ପର୍କରେ ପଚାରି ବୁଝିଥିଲେ । ଏହାସହିତ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ବିଶେଷ କରି ତାମିଲନାଡୁ଼ରେ ମହିଳାଙ୍କ ପାଇଁ ଆରମ୍ଭ ହୋଇଥିବା ନିଶୁଳ୍କ ବସ ସେବା ଯୋଜନା ସମ୍ପର୍କରେ ମହିଳା ଯାତ୍ରୀଙ୍କଠାରୁ ପଚାରି ବୁଝିଥିଲେ । ଏହି ସେବା ସଠିକ ଭାବେ ସମସ୍ତ ପାଇ ପାରୁଛନ୍ତି କି ନାହିଁ ସେ ସମ୍ପର୍କରେ ବୁଝିଥିଲେ ମୁଖ୍ୟମନ୍ତ୍ରୀ ।

ତେବେ ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ପ୍ରତି ଶନିବାର ଓ ରବିବାର ସହରର ଜନଗହଳି ସ୍ଥାନକୁ ପରିଭ୍ରମଣରେ ଯାଇଥାନ୍ତି । ସେଠାରେ ସେ ସିଧାସଳଖ ଭାବେ ଲୋକଙ୍କ ସହିତ କଥାବାର୍ତ୍ତା କରିଥାନ୍ତି । ଏହାସହିତ ସେ ଛୁଟିଦିନରେ ସାଇକେଲିଂ କରିବା ସହିତ ଜଗିଂ ଓ ପ୍ରାତଃ ଭ୍ରମଣ କରୁଥିବା ଆସିଥାନ୍ତି ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.