ETV Bharat / bharat

ପଶ୍ଚିମବଙ୍ଗ ଝାରଗ୍ରାମରେ ଟିଏମସି କର୍ମୀ ମୃତ୍ୟୁ ଅଭିଯୋଗ, ବ୍ୟାପକ ପୋଲିସ ମୁତୟନ

ପଶ୍ଚିମବଙ୍ଗ ଝାରଗ୍ରାମରେ ରାଜନୈତିକ ହିଂସାରେ ଟିଏମସି କର୍ମୀଙ୍କୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଝାରଗ୍ରାମ ହସପିଟାଲରେ ଉତ୍ତେଜନାକୁ ଦେଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 22, 2021, 8:20 AM IST

Tmc workers allegeds killled in bengal jhargram
ପଶ୍ଚିମବଙ୍ଗ ଝାରଗ୍ରାମରେ ଟିଏମସି କର୍ମୀ ମୃତ୍ୟୁ ଅଭିଯୋଗ,ବ୍ୟାପକ ପୋଲିସ ମୁତୟନ

କୋଲକାତା: ପଶ୍ଚମବଙ୍ଗ ରାଜନୀତିରେ ପ୍ରତ୍ୟେକ ଦିନ ହିଂସାର ଖବର ଆସୁଛି । ଆଜି ପୁଣି ରାଜନୈତିକ ହିଂସା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ଝାରଗ୍ରାମରେ ରାଜନୈତିକ ହିଂସାରେ ଟିଏମସି କର୍ମୀଙ୍କୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଝାରଗ୍ରାମ ହସପିଟାଲରେ ଉତ୍ତେଜନାକୁ ଦେଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ରବିବାର ସଂନ୍ଧ୍ୟାରେ ଝାରଗ୍ରାମରେ ଜଣେ ଟିଏମସି କର୍ମୀଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଟିଏମସି କର୍ମୀ ଦୁର୍ଗା ସୋରେନ ନାମକ ବ୍ୟକ୍ତିଙ୍କୁ ଝାରଗ୍ରାମ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ମୃ୍ତ୍ୟୁ ଘୋଷଣା କରାଯାଇଛି । ଏହା ପରେ ଘଟଣାକୁ ନେଇ ଟିଏମସି କର୍ମୀ ରାସ୍ତାରୋକ କରିବା ସହ ଧାରଣାରେ ବସିଛନ୍ତି । ବର୍ତ୍ତମାନ ପରିସ୍ଥିତିକୁ ଦେଖି ଝାରଗ୍ରାମ ହସପିଟାଲରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଟିଏମସି ମୁଖପାତ୍ର ଦେବାଂଶୁ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ' ଟିଏମସି କର୍ମୀଙ୍କୁ ରାସ୍ତାରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଏହାପରେ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଆମେ ଦେଖୁଛୁ ବର୍ତ୍ତମାନ ପୋଲିସ କେଉଁ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହାପରେ ଆମେ ଥାନାର ଅଭିଯୋଗ ଦାଖଲ କରିବୁ । ଆମେ ଜାଣିବାକୁ ଚାହୁଁଛୁ ଯେ କେଉଁ ବିଜେପି ନେତା ଏଥିରେ ସଂପୃକ୍ତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ପରିମାଣରେ ଟିଏମସି କର୍ମୀଙ୍କୁ ଟାର୍ଗେଟ କରି ହତ୍ୟା କରାଗଲାଣି ବୋଲି ଦେବାଶୁଂ ଭଟ୍ଟାଚାର୍ଯ୍ୟ କହିଛନ୍ତି । ସୂଚନାଥାଉକି ପଶ୍ଚିମବଙ୍ଗରେ 294 ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ 27ରୁ ଅପ୍ରେଲ 29 ମଧ୍ୟରେ ମୋଟ ଆଠଟି ପାର୍ଯ୍ୟାୟରେ ନିର୍ବାଚନ ହେବ । ଭୋଟ ଫଳାଫଳ ମେ 2 ରେ ଘୋଷଣା କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.