କୋଲକାତା: ପଶ୍ଚିମବଙ୍ଗର ମୈନାଗୁରୀଠାରେ ଟିଏମସି ଦଳର କର୍ମୀ ରଞ୍ଜିତ ଅଧିକାରୀଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଛି । ହତ୍ୟା ପଛରେ ବିଜେପିର ସମ୍ପୃକ୍ତି ଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
ରବିବାର ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏକ ବୈଠକରୁ ମୃତକ ଜଣଙ୍କ ରାତ୍ରି ସମୟରେ ଫେରୁଥିବା ସମୟରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା । ବିଜେପିର କୌଣସି କର୍ମକର୍ତ୍ତା ଏହି ହତ୍ୟାକାଣ୍ଡରେ ଜଡିତ ଥିବା ଟିଏମସି ଦଳ ଅଭିଯୋଗ ଆଣିଥିବାବେଳେ ବିଜେପି ଏହାକୁ ଖଣ୍ଡନ କରିଛି । ସେପଟେ ଟିଏମସି ଦଳର କୌଣସି ଆଭ୍ୟନ୍ତରୀଣ ସଂଘର୍ଷ ରଞ୍ଜିତଙ୍କ ମୃତ୍ୟୁର କାରଣ ବୋଲି ବିଜେପି ପାଲଟା ଅଭିଯୋଗ ଆଣିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ