ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଟିଏମସି କର୍ମୀଙ୍କୁ ହତ୍ୟା - ଟିଏମସି କର୍ମୀଙ୍କୁ ହତ୍ୟା

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ଟିଏମସି କର୍ମୀଙ୍କୁ ହତ୍ୟା କରାଯାଇଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଟିଏମସି କର୍ମୀଙ୍କୁ ହତ୍ୟା

author img

By

Published : Apr 1, 2021, 9:28 AM IST

କୋଲକାତା: ଆଜି(ଗୁରୁବାର) ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ତେବେ ଭୋଟ ଗ୍ରହଣ ପୂର୍ବରୁ କେଶପୁର ବ୍ଲକରେ ଟିଏମସି କର୍ମୀଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ 7 ଜଣଙ୍କୁ ପୋଲିସ ଗିରଫ କରିଛି ।

ତେବେ ମୃତ୍ୟୁ ଘଟିଥିବା ଟିଏମସି କର୍ମୀ ହେଉଛନ୍ତି ଉତ୍ତମ ଦୋଲୁଇ । ଉତ୍ତମଙ୍କ ଉପରେ ଆକ୍ରମଣ ହେବା ପରେ ତାଙ୍କୁ ବୁଧବାର ରାତିରେ ମେଦିନିପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ସକାଳ ସମୟରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଘଟଣାରେ ପୋଲିସ 7 ଜଣଙ୍କୁ ଗିରଫ କରିଛି ।

ନିର୍ବାଚନ ଯୋଗୁଁ ପଶ୍ଚିମବଙ୍ଗରେ ପ୍ରାୟ ପ୍ରତିଦିନ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି । କୌଣସି ସ୍ଥାନରେ ବୋମା ଖଞ୍ଜୁଥିବା ଖବର ସାମନାକୁ ଆସୁଥିବା ବେଳେ ଦଳର କର୍ମୀଙ୍କୁ ହତ୍ୟା ଏବଂ ଦଳୀୟ କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି । ସେପଟେ ରାଜନୈତିକ ଦଳଗୁଡିକ ନିଜ ଉପରେ ଲାଗୁଥିବା ଏହି ହିଂସାକାଣ୍ଡକୁ ଖଣ୍ଡନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.