ETV Bharat / bharat

Farm Laws Repeal Bill ଉପରେ ଆଲୋଚନା ଦାବି କରି TMC ସାଂସଦଙ୍କ ଧାରଣା - tmc on Farm Laws Repeal Bill

ଲୋକସଭାରେ ତିନି କୃଷି ଆଇନ ପ୍ରତ୍ୟାହାର ବିଲ୍‌ (Farm Laws Repeal Bill) ଉପରେ ଆଲୋଚନା କରିବାକୁ ବିରୋଧୀମାନେ ଦାବି କରିଥିଲେ । ବିଲ ଉପରେ ଆଲୋଚନା ଦାବି କରି ସଂସଦର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଛନ୍ତି ଟିମଏସି ସାଂସଦ (TMC MP) ।

TMC MPs hold protest
TMC MPs hold protest
author img

By

Published : Nov 29, 2021, 3:02 PM IST

ନୂଆଦିଲ୍ଲୀ: ଆଜି ସଂସଦର ଶୀତ ଅଧିବେଶନରେ ( Parliament Winter Session 2021) ତିନି କୃଷି ଆଇନ ପ୍ରତ୍ୟାହାର (Farm Laws Repeal Bill) ବିଲ ପାରିତ ହୋଇଛି । ଲୋକସଭାରେ ଏହି ବିଲ୍‌ ଉପରେ ଆଲୋଚନା କରିବାକୁ ବିରୋଧୀମାନେ ଦାବି କରିଥିଲେ । ବିଲ ଉପରେ ଆଲୋଚନା ଦାବି କରି ସଂସଦର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଛନ୍ତି ଟିମଏସି ସାଂସଦ ।

ଟିଏମସି ପାରିତ କୃଷି ଆଇନ ପ୍ରତ୍ୟାହାର ବିଲ ଉପରେ ଆଲୋଚନା କରିବାକୁ ଚାହୁଁଛି ହେଲେ ସରକାର ଚାଷୀଙ୍କ ଅବସ୍ଥା ବିଷୟରେ ଆଲୋଚନା କରିବାକୁ ଡରୁଛନ୍ତି । ଚାଷୀଙ୍କ ବଦଳରେ ବିରୋଧୀଙ୍କୁ ଆଲୋଚନା କରିବାକୁ ସରକାର ସୁଯୋଗ ଦେଉନଥିବା କହିଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ।

ବିଲ୍‌ ଉପରେ ଆଲୋଚନା କରିବାକୁ ବିରୋଧୀମାନେ ଦାବି କରିଥିଲେ । ଏପିରିକି ଲୋକସଭାରେ ହଟ୍ଟଗୋଳ ମଧ୍ୟ କରିଥିଲେ । ଏସବୁ ଭିତରେ ଆଜି ଲୋକସଭା ଓ ରାଜ୍ୟସଭାରେ କୃଷି ଆଇନ୍‌ ଉଚ୍ଛେଦ ବିଲ୍‌ ପାରିତ ହୋଇଛି । ସେପଟେ ଏକକ କ୍ରୟ ନୀତି ଦାବି କରି ଟିଆରଏସ ସାଂସଦ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଛନ୍ତି ।

ସେପଟେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କୃଷି ଆଇନ ପ୍ରତ୍ୟାହାର ବିଲ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି । ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଆମେ ଏହା ଉପରେ ଆଲୋଚନା କରିବାକୁ ଚାହୁଁଥିଲୁ ହେଲେ ଲୋକସଭାରେ ଏହା ଖୁବ ଶୀଘ୍ର ପାରିତ ହୋଇଗଲା । ସରକାର ଦେଖେଇବାକୁ ଚାହୁଁଛନ୍ତି ସେ ହିଁ କେବଳ ଚାଷୀଙ୍କ ହିତରେ ଅଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.