ETV Bharat / bharat

Flat sale case: ନୁସରତ ଜାହାଁଙ୍କୁ 6 ଘଣ୍ଟା ଜେରା - ଫ୍ଲାଟ ବିକ୍ରି ମାମଲା ନୁସରତ ଜାହାଁଙ୍କୁ ଜେରା

ବରିଷ୍ଠ ନାଗରିକଙ୍କୁ ଫ୍ଲାଟ ଦେବା ନାମରେ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ଗତକାଲି(ମଙ୍ଗଳବାର) ଟିମଏସି ସାଂସଦ ନୁସରତ ଜାହାଁଙ୍କୁ 6 ଘଣ୍ଟା ଜେରା କରିଛି ଇଡି ।

ଫ୍ଲାଟ ବିକ୍ରି ମାମଲାରେ ନୁସରତ ଜାହାଁଙ୍କୁ ଜେରା
nusrat jahan questioned by ed
author img

By ETV Bharat Odisha Team

Published : Sep 13, 2023, 7:36 AM IST

କୋଲକାତା: ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ 6 ଘଣ୍ଟାର ଜେରା । ଗୁଡେଇ ତୁଡେଇ ପ୍ରଶ୍ନ ପଚାରିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବରିଷ୍ଠ ନାଗରିକଙ୍କୁ ଫ୍ଲାଟ ଦେବା ନାମରେ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ଟିଏମସି ସାଂସଦ ନୁସରତ ଜାହାଁଙ୍କୁ ଜେରା କରିଛି ଇଡି । ଗତକାଲି(ମଙ୍ଗଳବାର) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ 6 ଘଣ୍ଟା ଜେରା କରିଥିବା ଜଣାପଡିଛି ।

33 ବର୍ଷୀୟ ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁଙ୍କୁ ଗତ ସପ୍ତାହରେ ଜେରା ପାଇଁ ଇଡି ସମନ କରିଥିଲା । ମଙ୍ଗଳବାର ଇଡି ଅଫିସରେ ହାଜର ହୋଇଥିଲେ ନୁସରତ । ତାଙ୍କୁ ଦୀର୍ଘ 6 ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା ଇଡି । ଜେରା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ଦେଇ ନୁସରତ କହିଛନ୍ତି,'' ମୋତେ ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି । ସମସ୍ତଙ୍କୁ ଧନ୍ୟବାଦ ।''

ରିପୋର୍ଟ ଅନୁଯାୟୀ, ନୁସରତ ଜାହାଁଙ୍କ ନାମରେ ବରିଷ୍ଠ ନାଗରିକଙ୍କୁ ଫ୍ଲାଟ ଦେବା ନାମରେ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ରହିଛି । ରିୟସ ଇଷ୍ଟେଟ କମ୍ପାନୀ 'ସେଭେନ ସେନ୍ସ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ' କୋଲକାତାର ନ୍ୟୁ ଟାଉନ ଅଞ୍ଚଳରେ ଫ୍ଲାଟ ଦେବାକୁ କହି ପ୍ରାୟ 400 ଜଣ ବରିଷ୍ଠ ନାଗରିକଙ୍କଠୁ 5 ଲକ୍ଷ ଲେଖାଏଁ ଟଙ୍କା ନେଇଥିଲେ । ଅନେକ ବର୍ଷ ବିତିଥିଲେ ବି ବରିଷ୍ଠ ନାଗରିକଙ୍କୁ ଫ୍ଲାଟ ମିଳିଥିଲା ନା ସେମାନେ ଟଙ୍କା ଫେରସ୍ତ ପାଇଥିଲେ । କମ୍ପାନୀ ସେମାନଙ୍କୁ ଫ୍ଲାଟ ଦେଲାନାହିଁ କି ଟଙ୍କା ବି ଫେରାଇଲା ନାହିଁ ।

ଏହା ବି ପଢନ୍ତୁ...LokSabha: TMC ସାଂସଦ ନୁସରତଙ୍କୁ କଡା ଜବାବ ଦେଲେ ଅଶ୍ବିନୀ ବୈଷ୍ଣବ

ଏହା ବି ପଢନ୍ତୁ...ରାଲି ବେଳେ ରାଗିଗଲେ ନୁସରତ; ଛିଗୁଲାଇଲା ବିଜେପି

2017ରେ ନୁସରତ ଜାହାଁ ଏହି କମ୍ପାନୀରେ ନିର୍ଦ୍ଦେଶକ ଥିଲେ । ତେଣୁ ଏହି ମାମଲାରେ ତାଙ୍କର ସମ୍ପୃକ୍ତି କଣ ତାକୁ ନେଇ ଇଡି ତାଙ୍କୁ ସମନ କରିଥିଲା । ମଙ୍ଗଳବାର ଏହି ମାମଲାରେ ତାଙ୍କୁ ଦୀର୍ଘ 6 ଘଣ୍ଟା ଜେରା କରିଥିଲା । ନୁସରତ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ''2006ରେ ସେ କମ୍ପାନୀଠୁ 1.16 କୋଟି ଟଙ୍କାର ଋଣ ଆଣିଥିଲେ । ପରେ 2017ରେ ସୁଧ ସହ ମୂଳ 1.47 କୋଟି ଟଙ୍କା ଫେରାଇ ଦେଇଛନ୍ତି ।''

ସେପଟେ ଘଟଣାକୁ ନେଇ ବିଜେପିକୁ ସମାଲୋଚନା କରିଛି ଟିଏମସି । ପଶ୍ଚମିବଙ୍ଗ ଶାସକ ତୃଣମୂଳ କଂଗ୍ରେସ କହିଛି କେନ୍ଦ୍ରର ବିଜେପି ସରକାର କେନ୍ଦ୍ରୀୟ ଏଜେନ୍ସିର ଦୁରୂପଯୋଗ କରି ବିରୋଧୀ ନେତାମାନଙ୍କୁ ହାଇରାଣ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.