ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କ୍ୟାସ ଫର୍ କ୍ବେରୀ ମାମଲା । ଶୁଣାଣି ଘୁଞ୍ଚାଇବା ପାଇଁ ନିବେଦନ କଲେ ଟିଏମସି ସାଂସଦ ମହୁଆ ମୋଇତ୍ରା । କ୍ୟାସ ଫର କ୍ବାରୀ(ସସଂଦରେ ପ୍ରଶ୍ନ ପାଇଁ ଟଙ୍କା ) ମାମଲାରେ ସାଂସଦ ମହୁଆ ମୋଇତ୍ରାଙ୍କୁ ଗତ ୨୬ ତାରିଖରେ ସମନ ଜାରି କରାଯାଇଥିଲା । ଏନେଇ ତାଙ୍କୁ ଆସନ୍ତା ୩୧ ତାରିଖରେ ପଚରାଉଚରା କରାଯିବାର ଉଲ୍ଲେଖ ରହିଥିଲା । ତେବେ ଏହି ଶୁଣାଣିକୁ ଘୁଞ୍ଚାଇବା ପାଇଁ ଆବେଦନ କରିଛନ୍ତି ସାଂସଦ । ଏହି ଶୁଣାଣି ତାରିଖ ଅକ୍ଟୋବର ୩୧ ପରିବର୍ତ୍ତେ ନଭେମ୍ବର ୫ ତାରିଖ ପରେ କରିବାକୁ ସେ ନିବେଦନ କରିଥିବା ଜଣାପଡିଛି । ଏନେଇ ଟିଏମସି ସାଂସଦ ମହୁଆ ମୋଇତ୍ରା ସଦାଟାର କମିଟି ଅଧ୍ୟକ୍ଷ ବିନୋଦ କୁମାର ସୋନକରଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି, ନଭେମ୍ବର ୫ ତାରିଖ ପରେ ଯେକୌଣସି ତାରିଖରେ ଏହି ଶୁଣାଣି କଲେ ମୁଁ ଉପସ୍ଥିତ ରହିବାକୁ ପ୍ରସ୍ତୁତ ଅଛି ଏବଂ ଏଥିରେ ମୋର ସମ୍ପୂର୍ଣ୍ଣ ସହଯୋଗ ରହିବ।"
-
Chairman, Ethics Comm announced my 31/10 summons on live TV way before official letter emailed to me at 19:20 hrs. All complaints & suo moto affidavits also released to media. I look forward to deposing immediately after my pre- scheduled constituency programmes end on Nov 4. pic.twitter.com/ARgWeSQiHJ
— Mahua Moitra (@MahuaMoitra) October 27, 2023 " class="align-text-top noRightClick twitterSection" data="
">Chairman, Ethics Comm announced my 31/10 summons on live TV way before official letter emailed to me at 19:20 hrs. All complaints & suo moto affidavits also released to media. I look forward to deposing immediately after my pre- scheduled constituency programmes end on Nov 4. pic.twitter.com/ARgWeSQiHJ
— Mahua Moitra (@MahuaMoitra) October 27, 2023Chairman, Ethics Comm announced my 31/10 summons on live TV way before official letter emailed to me at 19:20 hrs. All complaints & suo moto affidavits also released to media. I look forward to deposing immediately after my pre- scheduled constituency programmes end on Nov 4. pic.twitter.com/ARgWeSQiHJ
— Mahua Moitra (@MahuaMoitra) October 27, 2023
ଏ ସମ୍ପର୍କରେ ସେ ନିଜ X (ଟ୍ବିଟର) ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି, "ଏଥିକ୍ସ କମିଟି ଚେୟାରମ୍ୟାନଙ୍କ ପକ୍ଷରୁ ମତେ ସମନ ନୋଟିସ ଇମେଲ ଜରିଆରେ ପଠାଯିବା ପୂର୍ବରୁ ମୁଁ ଏହା ଟେଲିଭିଜନ ମାଧୟମରେ ଜାଣିବାକୁ ପାଇଥିଲି । ସମସ୍ତ ଅଭିଯୋଗ ସୋ ମୋଟୋ ଆଫିଡେଭିଟ୍ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି | ନଭେମ୍ବର 4ତାରିଖରେ ମୋର ନିର୍ବାଚନମଣ୍ଡଳୀରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଁ ତୁରନ୍ତ ହାଜର ହେବାକୁ ପ୍ରସ୍ତୁତ ଅଛି ।" ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା କ୍ୟାସ ଫର କ୍ବାରୀ (ସସଂଦରେ ପ୍ରଶ୍ନ ପାଇଁ ଲାଞ୍ଚ ) ଅଭିଯୋଗରେ ସଂସଦ ସଦାଚାର କମିଟି ପକ୍ଷୁ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲିଛି ।
ଏହା ବି ପଢନ୍ତୁ...Cash for Query Accusation: ବଢିଲା ମହୁଆଙ୍କ ଅଡୁଆ, 31ରେ ସଂସଦ ସଦାଚାର କମିଟିରେ ହେବେ ହାଜର
ଏହି ଅଭିଯୋଗ ଉଠାଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମକୋର୍ଟର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ପକ୍ଷ ଶୁଣିଥିଲେ । ଉଭୟଙ୍କୁ ହାଜର ହେବା ପାଇଁ କମିଟି ନୋଟିସ ଜାରି କରିଥିଲା । ଉଭୟ କମିଟି ସମ୍ମୁଖରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ । ତେବେ ଏହି ମାମଲାକୁ ଅତି ଗମ୍ଭୀର ସହକାରେ ବିବେଚନା କରି ପ୍ୟାନେଲ ମୋଇତ୍ରାଙ୍କୁ 31 ତାରିଖରେ ହାଜର ହେବା ପାଇଁ ସମନ ଜାରି କରିଥିଲେ । ତେବେ ସେହି ସମୟରେ ନିର୍ବାଚନ ମଣ୍ଡଳୀରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଦର୍ଶାଇ ଏହି ଶୁଣାଣିକୁ ନଭେମ୍ବର ୫ ତାରିଖ ପରେ କରିବାକୁ ସଦାଚାର କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ