ETV Bharat / bharat

ଶାନ୍ତନୁ ସେନଙ୍କ ବିରୋଧରେ ସରକାର ଆଣିବେ ପ୍ରିଭିଲେଜ ମୋସନ - ପ୍ରିଭିଲେଜ ମୋସନ

ଗୁରୁବାର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପେଗାସସ ସ୍ପାଇୱେୟାର ପ୍ରସଙ୍ଗରେ ଉଚ୍ଚ ସଦନ ରାଜ୍ୟସଭାରେ ବିବୃତ୍ତି ରଖୁଥିଲେ । ଠିକ ଏତିକି ବେଳେ ଟିଏମସି ସାଂସଦ ଶାନ୍ତନୁ ସେନ ଅଶ୍ବିନୀ ବୈଷ୍ଣବଙ୍କ ପାଖକୁ ଆସି ଲିଖିତ ତଥ୍ୟ(ଲିଖିତ କାଗଜ)କୁ ଛଡାଇ ନେଇ ଚିରି ଦେଇଥିଲେ । ଅଧିକ ପଢନ୍ତୁ...

ଶାନ୍ତନୁ ସେନ
ଶାନ୍ତନୁ ସେନ
author img

By

Published : Jul 23, 2021, 10:26 AM IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ବେଳେ ଗତକାଲି(ଗୁରୁବାର) ତୃଣମୂଳ ରାଜ୍ୟସଭା ସାଂସଦ ଶାନ୍ତନୁ ସେନଙ୍କ ଆଚରଣରେ କ୍ଷୁବ୍ଧ କେନ୍ଦ୍ର ସରକାର । ଆଜି ଶାନ୍ତନୁଙ୍କ ବିରୋଧରେ କେନ୍ଦ୍ର ସରକାର ଆଣିବେ ବିଶେଷ ଅଧିକାର ଭଙ୍ଗ ପ୍ରସ୍ତାବ।

ଗୁରୁବାର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପେଗାସସ ସ୍ପାଇୱେୟାର ପ୍ରସଙ୍ଗରେ ଉଚ୍ଚ ସଦନ ରାଜ୍ୟସଭାରେ ବିବୃତ୍ତି ରଖୁଥିଲେ । ଠିକ ଏତିକି ବେଳେ ଟିଏମସି ସାଂସଦ ଶାନ୍ତନୁ ସେନ ଅଶ୍ବିନୀ ବୈଷ୍ଣବଙ୍କ ପାଖକୁ ଆସି ଲିଖିତ ତଥ୍ୟ(ଲିଖିତ କାଗଜ)କୁ ଛଡାଇ ନେଇ ଚିରି ଦେଇଥିଲେ । ଯାହାକୁ ନେଇ ଶାସକ-ବିରୋଧୀ ସଂସଦ ପରିସରରେ ମୁହାଁମୁହିଁ ହୋଇଥିଲେ । ସରକାରୀ ଦଳ ପକ୍ଷରୁ ମନ୍ତ୍ରୀ ହରିଦୀପ ସିଂ ପୁରୀ ବିରୋଧୀଙ୍କ ଉପରେ ଭାରି ପଡିଥିଲେ । ଫଳରେ ଗୃହ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ରାଜ୍ୟସଭାକୁ ମୁଲତବୀ ରଖିଥିଲେ ଅଧ୍ୟକ୍ଷ ।

ସଂସଦ ପରିସରରେ ବିରୋଧୀ-ଶାସକ ମୁହାଁମୁହିଁ...

ଟିଏମସି ସାଂସଦଙ୍କ ଏଭଳି ଆଚରଣକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ସରକାର । ମନ୍ତ୍ରୀଙ୍କ ପାଖକୁ ଆସି ପେପର ଛଡାଇ ନେବା ଓ ଚିରି ଉପାଧ୍ୟକ୍ଷଙ୍କ ପାଖକୁ ଫୋପାଡିବା ଘଟଣାକୁ ବେଶ ଗମ୍ଭୀରତାର ସହ ନେଇଛି ବିଜେପି । ସଂସଦରେ ଦଳୀୟ ସାଂସଦ ବିରୋଧୀଙ୍କ ଉପରେ ଭାରି ପଡିଥିଲେ । ଯାହାର ନେତୃତ୍ବ ନେଇଥିଲେ ଖୋଦ ମନ୍ତ୍ରୀ ହରଦୀପ ସିଂ ପୁରୀ । ଘଟଣା ଭିନ୍ନ ମୋଡକୁ ନେବା ପୂର୍ବରୁ ରାଜ୍ୟସଭାର ମୁତୟନ ମାର୍ଶାଲ ହସ୍ତକ୍ଷେପ କରିଥିଲେ ।

ବୈଦେଶିକ ରାଜ୍ୟମନ୍ତ୍ରୀ ଆଣିବେ ପ୍ରସ୍ତାବ...

ଟିଏମସି ସାଂସଦଙ୍କ ଏଭଳି ଆଚରଣ ପାଇଁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ଆଜି ଧାରା ୨୫୬ ଆଧାରରେ ସରକାର ଶାନ୍ତନୁଙ୍କ ବିରୋଧରେ ବିଶେଷ ଅଧିକାର କ୍ଷୁର୍ଣ୍ଣ ପ୍ରସ୍ତାବ ଆଣିବେ । ଏହାବାଦ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିବସରୁ ନିଳମ୍ବନ ପାଇଁ ଦାବି କରିବେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବୈଦେଶିକ ରାଜ୍ୟମନ୍ତ୍ରୀ ମୁରଲୀଧରନ ପ୍ରସ୍ତାବ ଆଣିବେ ।

ବିଭିନ୍ନ ଦଳ ପକ୍ଷରୁ ବିରୋଧ...

ଅଶ୍ବିନୀ ବୈଷ୍ଣବଙ୍କ ପ୍ରତି ଟିଏମସି ସାଂସଦଙ୍କ ବ୍ୟବହାରକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଟିଏମସିର ଏହା ସଂସ୍କୃତି ରହିଛି କି କାଗଜ ଚିରିବା, ସଂସଦରେ ବିଶୃଙ୍ଖଳା ସୃଷ୍ଟି କରିବା । ବିଜେପି ଏହାକୁ ବିରୋଧ କରୁଛି ବୋଲି କହିଛନ୍ତି । ସେହିପରି ଆରପିଆଇ, ଜେଡିୟୁ, ସମେତ ଅନେକ ଦଳ ସାଂସଦଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.