ETV Bharat / bharat

ସ୍ପଷ୍ଟ ଦିବାଲୋକରେ TMC ନେତାଙ୍କୁ ଗୁଳିକରି ହତ୍ୟା - WB NEWS

TMC leader shot dead in WB: ସ୍ପଷ୍ଟ ଦିବାଲୋକରେ TMC ନେତାଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ । ପୋଲିସର ତଦନ୍ତ ଆରମ୍ଭ । ରାଜନୈତିକ ଉତ୍ତେଜନା ଜାରି । ଅଧିକ ପଢନ୍ତୁ

ସ୍ପଷ୍ଟ ଦିବାଲୋକରେ TMC ନେତାଙ୍କୁ ଗୁଳିକରି ହତ୍ୟା

author img

By ETV Bharat Odisha Team

Published : Jan 7, 2024, 7:04 PM IST

କୋଲକାତା: କିଛି ଦିନ ବ୍ୟବଧାନ ମଧ୍ୟରେ ପୁଣି ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ । ସ୍ପଷ୍ଟ ଦିବାଲୋକରେ ଜଣେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୁର୍ଶିଦାବାଦ ଜିଲ୍ଲା ବରହମ୍ପୋର ଅଞ୍ଚଳରେ ଆଜି ମଧ୍ୟାହ୍ନରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାର ଶିକାର ହୋଇଥିବା ଟିଏମସି ନେତା 65 ବର୍ଷୀୟ ସତ୍ୟନ ଚୌଧୁରୀ । ସେ ମୁର୍ଶିଦାବାଦ ଟିଏମସିର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ରାଜ୍ୟରେ ରାଜନୈତିକ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଛି । ପୋଲିସ ଏକ ହତ୍ୟା ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ସତ୍ୟନ ଚୌଧୁରୀ ବରହମ୍ପୋର ଅଞ୍ଚଳର ଭରତପୁରରେ ନିର୍ମାଣାଧୀନ ଏକ କୋଠା ନିକଟରେ ନିଜର କିଛି ସହଯୋଗୀଙ୍କ ବସିଥିବା ବେଳେ ମଧ୍ୟାହ୍ନରେ କିଛି ଯୁବକ ବାଇକରେ ଆସି ଅତର୍କିତ ଗୁଳିମାଡ କରିଥିଲେ । ତାଙ୍କ ଦେହେରେ 3ଟି ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପ୍ରଘଟ ହେବା ପରେ ଶତାଧିକ ଟିଏମସି କାର୍ଯ୍ୟକର୍ତ୍ତା ହସ୍ପିଟାଲରେ ପହଞ୍ଚିଥିଲେ । ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ସ୍ଥଳର ସିସିଟିଭି ଫୁଟେଜ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ :- ମହଙ୍ଗା ପଡିଲା ଜେଲରୁ ଭିଡିଓ କଲରେ ମିଡିଆ ଇଣ୍ଟରଭ୍ୟୁ, କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ

ମୃତକ ସତ୍ୟନ ଚୌଧୁରୀ ପୂର୍ବରୁ କଂଗ୍ରେସରେ ଥିଲେ । ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ତାଙ୍କର ଘନିଷ୍ଠତା ମଧ୍ୟ ଥିଲା । ଏହା ପରେ ସେ ଟିଏମସିରେ ସାମିଲ ହୋଇଥିଲେ । ବରିଷ୍ଠ ଟିଏମସି ନେତା ମୁକୁଲ ରୟଙ୍କ ସହଯୋଗୀ ଭାବେ ସେ ପରିଚିତ ଥିଲେ । ଦଳର ଜିଲ୍ଲା କମିଟିରେ ସେ ସାଧାରଣ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ତାଙ୍କର ରିଏଲ-ଇଷ୍ଟେଟ ବିଜିନେସ ମଧ୍ୟ ଥିଲା । କଂଗ୍ରେସ ଓ ସିପିଆଇ(ଏମ) ସମର୍ଥିତ ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ଥାନୀୟ ଜଣେ ଟିଏମସି ନେତା ଅଭିଯୋଗ କରିଛନ୍ତି । ପୋଲିସ ଏହି ହତ୍ୟାକାଣ୍ଡର କୌଣସି ନିର୍ଦ୍ଦିଷ୍ଟ କାରଣ ସାମ୍ନାକୁ ଆଣିନଥିବା ବେଳେ ରାଜନୈତିକ ଲିଙ୍କ୍‌ ସନ୍ଦେହରେ ଉତ୍ତେଜନା ପ୍ରକାଶ ପାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.