ETV Bharat / bharat

ମଉଳୁଛି ପଦ୍ମ, ଫୁଟୁଛି ଜୋଡା ଫୁଲ; ବୃହତ ବିଜୟ ମୁହାଁ ତୃଣମୂଳ - bengal election

ମତଗଣନା ପରେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାହା ଭାରତୀୟ ଜନତା ପାର୍ଟିକୁ ଦେଇଛି ବଡ ଝଟକା । ଗଡୁଛି ଟିଏମସିର ବିଜୟ ରଥ । ମଉଳୁଛି ବିଜେପିର ବଙ୍ଗ ଦଖଲର ସ୍ବପ୍ନ । ଅଧିକ ପଢନ୍ତୁ...

ବଙ୍ଗରେ ମଉଳୁଛି ପଦ୍ମ, ଫୁଟୁଛି ଜୋଡାଫୁଲ; ବୃହତ ବିଜୟ ମୁହାଁ ତୃଣମୂଳ

author img

By

Published : May 2, 2021, 3:49 PM IST

କୋଲକାତା: ବଙ୍ଗ ନିର୍ବାଚନରେ ସରିଲାଣି 13 ରାଉଣ୍ଡ ଭୋଟ ଗଣତି । ମତଗଣନା ପରେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାହା ଭାରତୀୟ ଜନତା ପାର୍ଟିକୁ ଦେଇଛି ବଡ ଝଟକା । ଗଡୁଛି ଟିଏମସିର ବିଜୟ ରଥ । ମଉଳୁଛି ବିଜେପିର ବଙ୍ଗ ଦଖଲର ସ୍ବପ୍ନ ।

ପଶ୍ଚିମବଙ୍ଗରେ ମଉଳି ଯାଉଛି ପଦ୍ମ ଆଉ ଫୁଟିଛି ଜୋଡା ଫୁଲ । ବୃହତ ବିଜୟ ମୁହାଁ ଏବେ ତୃଣମୂଳ କଂଗ୍ରେସ । ବର୍ତ୍ତମାନସୁଦ୍ଧା ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ 186 ଆସନରେ ଆଗୁଆ ଥିବାବେଳେ 90 ତଳକୁ ଖସିଛି ବିଜେପି ।

ଯଦି ଏଭଳି ଟ୍ରେଣ୍ଡ୍‌ ଜାରି ରୁହେ, ତାହେଲେ ପଶ୍ଚିମବଙ୍ଗରେ ବିଜୟର ହ୍ୟାଟ୍ରିକ ମାରିବ ତୃଣମୂଳ କଂଗ୍ରେସ । ତେବେ ବର୍ତ୍ତମାନସୁଦ୍ଧ ସ୍ପଷ୍ଟ ହୋଇସାରିଛି ଯେ ପଶ୍ଚିମବଙ୍ଗରେ ଆଗାମୀ ସରକାର ତୃଣମୂଳ କଂଗ୍ରେସ ହିଁ ଗଠନ କରିବ ।

ସେପଟେ ନନ୍ଦିଗ୍ରାମରେ କ୍ରମାଗତ ଚିତ୍ର ବଦଳୁଛି । ଟିଏମସି ମୁଖିଆ ମମତା ବାନାର୍ଜୀ ଓ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି କଡା ଟକ୍କର । ଉଭୟଙ୍କ ମଧ୍ୟରେ ମାତ୍ର କେଇ ହଜାର ଭୋଟର ରହିଛି ଅନ୍ତର । ବିଜୟ ଓ ପରାଜୟର ସସପେନ୍ସ ମଧ୍ୟରେ କିଏ ବାଜି ମାରିବ ତାହା କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.