ETV Bharat / bharat

ଦୁର୍ନୀତିର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି ଟିଏମସି: ମୋଦି

ଟିଏମସି ଦୁର୍ନୀତି ସମ୍ବନ୍ଧରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 21, 2021, 3:35 PM IST

ଦୁର୍ନୀତି ସମ୍ବନ୍ଧରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି ଟିଏମସି: ମୋଦି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ବା ଟିଏମସି ଦୁର୍ନୀତି ଓ ନିର୍ଯାତନାର ସମସ୍ତ ରେକର୍ଡ ଭାଙ୍ଗିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ ଆଣିଛନ୍ତି । ତେବେ ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟରେ ଆୟୋଜିତ ଜନସଭାରେ ମୋଦି ଟିଏମସି ବିପକ୍ଷରେ ଏଭଳି ଅଭିଯୋଗ ଆଣିଛନ୍ତି ।

ପଶ୍ଚିମବଙ୍ଗରେ 70 ବର୍ଷ ଧରି କଂଗ୍ରେସ ଓ ଟିଏମସିକୁ ଚୟନ କରିଥିଲେ ମଧ୍ୟ ଏହି ସରକାର ରାଜ୍ୟବାସୀଙ୍କ ଇଚ୍ଛାକୁ ପୂରଣ କରିପାରିନାହାନ୍ତି । ତେବେ ବର୍ତ୍ତମାନ ସମୟରେ ଟିଏମସି ଦୁର୍ନୀତି ଓ ନିର୍ଯାତନା ମାମଲାର ସମସ୍ତ ରେକର୍ଡକୁ ଭଙ୍ଗ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ ଯୋଗେ ଅଭିଯୋଗ ଆଣିଛନ୍ତି ।

ତେବେ ଆଜି(ରବିବାର) ପଶ୍ଚିମବଙ୍ଗର ବଙ୍କୁରାଠାରେ ମୋଦି ନିର୍ବାଚନ ରାଲିକୁ ସମ୍ବୋଧନ କରିବେ । ତେବେ ଶନିବାର ଖଡଗପୁର ଠାରେ ଆୟୋଜିତ ହୋଇଥିବା ରାଲିକୁ ନେଇ ମୋଦି ମମତା ସରକାରଙ୍କ ଉପରେ ବର୍ଷିଥିଲେ । ମମତା ସରକାର ରାଜ୍ୟରେ ଯୋଜନାର ସଠିକ ଉପଯୋଗ କରୁନାହାନ୍ତି । ଏହି ଯୋଜନାକୁ କାର୍ଯ୍ୟକାରୀ କଲେ ପ୍ରଧାନମନ୍ତ୍ରୀଙ୍କ ନାମରେ ଶ୍ରେୟ ହେବ ବୋଲି ସେ ଏଭଳି କରୁନଥିବା ମଧ୍ୟ ମୋଦି କହିଛନ୍ତି ।

ପଶ୍ଚିମବଙ୍ଗର 294 ବିଧାନସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ 27 ତାରିଖରେ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ 29 ତାରିଖରେ ଭୋଟ ଦେବା ପ୍ରକ୍ରିୟା ଶେଷ ହେବ ଏବଂ ମେ 2 ତାରିଖରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.