ETV Bharat / bharat

ପାକିସ୍ତାନୀ ହିନ୍ଦୁଙ୍କ ଉପରେ ଆକ୍ସନ, ଚର୍ଚ୍ଚାରେ ଟିନା ଡାବି

author img

By

Published : May 19, 2023, 3:05 PM IST

ପାକିସ୍ତାନୀ ହିନ୍ଦୁଙ୍କ ଉପରେ ଆକ୍ସନ ପାଇଁ ନିର୍ଦ୍ଦେଶ ଦେଇ ଚର୍ଚ୍ଚାରେ ଟିନା ଡାବି । ୫୦ରୁ ଊର୍ଦ୍ଧ୍ବ ବାସଗୃହ ଉପରେ ଚଢିଲା ବୁଲଡୋଜର । ଅଧିକ ପଢନ୍ତୁ

Tina Dabi faces backlash
ପାକିସ୍ତାନୀ ହିନ୍ଦୁଙ୍କ ଉପରେ ଆକ୍ସନ, ଚର୍ଚ୍ଚାରେ ଟିନା ଡାବି

ଜୟପୁର: ପୁଣି ଚର୍ଚ୍ଚାରେ ଆଇଏଏସ ଅଫିସର ଟିନା ଡାବି । କେତେବେଳେ ବିବାହକୁ ନେଇ ତ ଆଉ କେତେବେଳେ ନିଜର ଫଇସଲା ପାଇଁ ବିବାଦରେ ଥିବା ଟିନା ଏବେ ପୁଣି ଥରେ ପାଲଟିଛନ୍ତି ଚର୍ଚ୍ଚାର ବିଷୟ । ଟ୍ବିଟରରେ ଟ୍ରେଣ୍ଡ୍ କରୁଛି ଏହି ପ୍ରଶାସନିକ ଅଧିକାରୀଙ୍କ ନାଁ । ଜୈସଲମେର ଜିଲ୍ଲାପାଳ ଟିନାଙ୍କ ଉଦ୍ଦେଶ୍ୟରେ ତେଜିଛି ବିରୋଧାଭାଷ । ସୂଚନା ମୁତାବକ, ପାକିସ୍ତାନ ବିସ୍ଥାପିତ ହିନ୍ଦୁଙ୍କ ଘରେ ଚଢିଛି ବୁଲଡୋଜର । ରାଜସ୍ଥାନର ଜୈସାଲମେର ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୪ କିଲୋମିଟର ଦୂର ଅମର ସାଗର ଇଲାକାରେ ବାସ କରିଆସୁଛନ୍ତି ପାକିସ୍ତାନ ବିସ୍ଥାପିତ ହିନ୍ଦୁ । ସୀମାରେ ହେଉଥିବା ଅତ୍ୟାଚାର ସହ୍ୟ କରିନପାରି ବହୁ ସଂଖ୍ୟାରେ ହିନ୍ଦୁ ମାନେ ସୀମା ଅତିକ୍ରମ କରି ଆସି ସେଠାରେ ଆଶ୍ରୟ ନେଇଛନ୍ତି।

ତେବେ ବେଆଇନ ଭାବେ ଅମର ସାଗର ଅଞ୍ଚଳରେ ସେମାନେ ବସବାସ କରୁଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ନିକଟରେ ଅମରସାଗର ସରପଞ୍ଚ ଜବରଦଖଲ ବାବଦରେ ଅଭିଯୋଗ କରିଆସୁଥିଲେ । ଯାହାକୁ ଗୁରୁତ୍ୱର ସହ ନେଇ ମଙ୍ଗଳବାର ରାଜସ୍ଥାନ ପୋଲିସର ଏକ ଟିମ୍ ଅମରସାଗରରେ ପହଞ୍ଚି ଉଚ୍ଛେଦ କରିଥିବାବେଳେ ଏହାକୁ ତୀବ୍ର ବିରୋଧ କରିଥିଲେ ବିସ୍ଥାପିତ । ହେଲେ ପ୍ରଶାସନ କର୍ଣ୍ଣପାତ ନକରି ଉଚ୍ଛେଦ ପ୍ରକ୍ରିୟା ଶେଷ କରିଛି । ଘଟଣାକୁ ନେଇ ଜିଲ୍ଲାପାଳ ଟିନା ଦାବିଙ୍କ ଉଦ୍ଦେଶ୍ୟରେ ତେଜିଛି ବିରୋଧ । ସେପଟେ ପାଖାପାଖି ୫୦ରୁ ଊର୍ଦ୍ଧ୍ବ ବାସଗୃହ ଉଚ୍ଛେଦ ହେବାରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ମହିଳା ପୁରୁଷ ଏବଂ ଛୋଟ ପିଲା ରାଜରାସ୍ତାକୁ ଚାଲିଆସିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ କେତେକ ସମର୍ଥନ କରିଥିବାବେଳେ ବହୁ ସଂଖ୍ୟାରେ ହିନ୍ଦୁମାନେ ବିରୋଧ ମଧ୍ୟ କରିଛନ୍ତି । କେହିକେହି କହିଛନ୍ତି ହିନ୍ଦୁସ୍ଥାନରେ ହିନ୍ଦୁ ସୁରକ୍ଷିତ ନୁହେଁ, ତ ଆଉ କିଏ କହିଛି ପାକିସ୍ତାନରୁ ଫେରିଥିବା ହିନ୍ଦୁଙ୍କୁ ଆଶ୍ରୟ ଦିଆଯାଉ । ଏମିତି ଅନେକ ଟ୍ବିଟ୍ କରି ନିଜର ମତାମତ ରଖିଛନ୍ତି ୟୁଜର୍ସ ।

ଅପରପକ୍ଷେ ବେଆଇନ ଭାବେ ବସବାସ କରୁଥିବା ପାକିସ୍ତାନୀ ହିନ୍ଦୁ ବିସ୍ଥାପିତଙ୍କୁ ଜାଗା ଖାଲି କରିବା ପାଇଁ ୨ମାସର ମହଲତ ସହ ନୋଟିସ ଦିଆଯାଇଥିଲା ବୋଲି କହିଛନ୍ତି ଟିନା ଦାବି । ହେଲେ ସେମାନେ ସେଠାରୁ ଯାଇନଥିବାରୁ ବାଧ୍ୟ ହୋଇ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଟିନା । ସେପଟେ ସମସ୍ତ ବିସ୍ଥାପିତଙ୍କୁ ସରକାରୀ ଆଶ୍ରମରେ ରଖାଯିବା ପାଇଁ ଯୋଜନା ହେଉଥିବା ନେଇ ସୂଚନା ଦେଇଛନ୍ତି ଜୈସଲମେର ଜିଲ୍ଲାପାଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.