ନୂଆଦିଲ୍ଲୀ: ହାତକୁ ଦି ହାତ ହେବେ ୟୁପିଏସି(UPSC) ଟପ୍ପର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ବା ୨୦୧୫ ୟୁପିଏସିର ଦ୍ବିତୀୟ ଟପ୍ପର ଅତହର ଆମୀର । ସେ ଡାକ୍ତର ମେହରୀନ କାଜିଙ୍କୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ନିକଟରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । #engagement ଲେଖି ଉଭୟ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ।
୨୦୧୫ ୟୁପିଏସିରେ ଟିନା ଡାବି ପ୍ରଥମ ଓ ଅତହର ଆମୀର ଦ୍ବିତୀୟ ରାଙ୍କରେ ରହିଥିଲେ। ଉଭୟ ଟ୍ରେନିଂ ସମୟରେ ପରସ୍ପରକୁ ଭେଟିଥିଲେ । ଉଭୟଙ୍କ ଟ୍ରେନିଂ ସରିବା ପରେ ଏପ୍ରିଲ ୭, ୨୦୧୮ରେ ବିବାହ କରିଥିଲେ । କିନ୍ତୁ ଏହି ବିବାହ ବେଶି ଦିନ ତିଷ୍ଠି ପାରିନଥିଲା । ଶେଷରେ ୧୦ ଅଗଷ୍ଟ ୨୦୨୧ରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ଛାଡପତ୍ର ପରେ ଟିନା ଡାବି ଚଳିତ ବର୍ଷ ଏପ୍ରିଲମାସରେ ଆଇଏଏସ୍ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଥିଲେ ଟିନା ଡାବି ।