ETV Bharat / bharat

ଆଜି ଦ୍ବିତୀୟ ବିବାହ କରିବେ IAS ଟପ୍ପର ଟିନା ଡାବି, ଜୟପୁରରେ ଜୋରଦାର ପ୍ରସ୍ତୁତି

author img

By

Published : Apr 20, 2022, 9:34 AM IST

ଆଜି (ବୁଧବାର) ଦ୍ବିତୀୟ ଥର ପାଇଁ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଆଇଏଏସ ଟିନା ଡାବି । ୨୦୧୫ ମସିହାରେ ସିଭିଲ ସର୍ଭିସ୍‌ ପରୀକ୍ଷାରେ ସାରା ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଟିନା ଡାବି ଆଜି ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବେ । ଅଧିକ ପଢନ୍ତୁ

ଆଜି ଦ୍ବିତୀୟ ବିବାହ କରିବେ IAS ଟପ୍ପର ଟିନା ଡାବି

ଜୟପୁର: ଆଜି (ବୁଧବାର) ଦ୍ବିତୀୟ ଥର ପାଇଁ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଆଇଏଏସ ଟିନା ଡାବି । ୨୦୧୫ ମସିହାରେ ସିଭିଲ ସର୍ଭିସ୍‌ ପରୀକ୍ଷାରେ ସାରା ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଟିନା ଡାବି ଆଜି ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବେ । ଏନେଇ ଜୟପୁର ଏକ ପଞ୍ଚ ତାରକା ହୋଟେଲରେ ବିବାହ ପ୍ରସ୍ତୁତି ଶେଷ ହୋଇଛି । 22 ଏପ୍ରିଲରେ ଏହି ଯୋଡିଙ୍କ ବିବାହ ଭୋଜି ରଖାଯାଇଛି ।

ବିବାହରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯୋଗ ଦେବା ନେଇ ସୂଚନା ମିଳିଛି । ଏହାଛଡା ବହୁ ବରିଷ୍ଠ ଅଧିକାରୀ ଏହା ବିବାହରେ ଯୋଗ ଦେବେ । ଟିନା ଓ ପ୍ରଦୀପଙ୍କ ବିବାହକୁ ହାଇପ୍ରୋଫାଇଲ ମ୍ୟାରେଜ ମଧ୍ୟ କୁହାଯାଉଛି । ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ ପ୍ରଦୀପ ଗୱାଣ୍ଡେ ପ୍ରତ୍ନତତ୍ତ୍ବ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି । ଟିନା ରାଜସ୍ଥାନ ସରକାରଙ୍କ ଏକ ବିଭାଗର ସଚିବ ଅଛନ୍ତି । ଏହା ଟିନାଙ୍କ ଦ୍ବିତୀୟ ବିବାହ । 13 ବର୍ଷ ବଡ ଆଇଏଏସ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି ଟିନା ।

ଏହା ବି ପଢନ୍ତୁ...13 ବର୍ଷ ବଡ ପ୍ରଦୀପଙ୍କୁ କାହିଁକି ବିବାହ କରିବେ IAS ଟିନା ଡାବି, କହିଲେ ମନକଥା

ଏହାପୂର୍ବରୁ ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅତହର ଖାନଙ୍କୁ ବିବାହ କରିଥିଲେ । ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ବିତୀୟରେ ରହିଥିଲେ ଅତହର ଖାନ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ଅତହର ଓ ଟିନାଙ୍କ ବିବାହ ଅଧିକ ଦିନ ତିଷ୍ଠି ନଥିଲା। ୨୦୨୦ରେ ପରସ୍ପରର ସହମତିରେ ଉଭୟ ଛାଡ଼ପତ୍ର ନେଇଥିଲେ । ସେହି ସମୟରେ ଛାଡ଼ପତ୍ର ଯୋଗୁଁ ଉଭୟେ ଚର୍ଚ୍ଚାକୁ ଆସିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.