ETV Bharat / bharat

ବିବାହ ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ୍‌ କଲେ ଟିକଟକ ଷ୍ଟାର, ଯୁବତୀଙ୍କୁ ବାନ୍ଧିଲା ପୋଲିସ

author img

By

Published : Dec 18, 2022, 2:13 PM IST

ଯୁବକଙ୍କୁ ବିବାହ ପ୍ରତିଶୃତି ଦେଇ 31.66ଲକ୍ଷ ଟଙ୍କା ଲୁଟି ନେଲେ ମହିଳା । ଥାନାରେ ଅଭିଯୋଗ ପରେ ଟିକଟକ ଷ୍ଟାରଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ଟିକଟକ ଷ୍ଟାର
ଟିକଟକ ଷ୍ଟାର

ହାଇଦ୍ରାବାଦ: ଚେହେରା ଆଳରେ ମୋହରା । ନିଜ ଚେହେରାରେ ଯୁବକଙ୍କୁ ବଶୀଭୂତ କରି ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା । ଏଭଳି ଏକ ଅଭିଯୋଗ ଆସିଛି ହାଇଦ୍ରାବାଦରୁ । ଅଭିଯୋଗ ପରେ ବାନ୍ଧିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ପରସା ତନୁଶ୍ରୀ ଏବଂ ସହଯୋଗୀ ରବି ତେଜା ।

ଇନଷ୍ଟାଗ୍ରାମରେ ପରସା ତନୁଶ୍ରୀ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ବାରା ଯୁବକଙ୍କୁ ବଶୀଭୂତ କରୁଥିଲେ । ସାଇବର ଶାଖାର ଏସ୍ପି ହରିନାଥ କହିଛନ୍ତି ଯେ," ବିବାହର ବାହାନା କରି ଯୁବକମାନଙ୍କୁ ଫସାଉଥିଲା । ହାଇଦ୍ରାବାଦର ଏକ ଯୁବକକୁ ବ୍ଲାକମେଲ କରି ୮ମାସ ଭିତରେ ତାଙ୍କ ଠାରୁ 31.66ଲକ୍ଷ ଲୁଟ କରିଥିଲା । ଅଭିଯୋଗ ପରେ ତନୁଶ୍ରୀଙ୍କୁ ଗିରଫ କରାଯାଇଛି ।’’

ସୂଚନାଅନୁସାରେ, ତନୁଶ୍ରୀ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟଲମର ବାସିନ୍ଦା ଅଟନ୍ତି । ତନୁଶ୍ରୀଙ୍କ ଇନଷ୍ଟାଗ୍ରାମରେ ହଜାର ସଂଖ୍ୟକ ଫୋଲର୍ସ ରହିଥିବା ବେଳେ ସେ ପରସା ରବି ତେଜାଙ୍କ ସହ ପ୍ରଥମେ ବନ୍ଧୁତା କରିଥିଲେ । ଏହାପରେ ତାଙ୍କ ସହ ମିଶି ଠକେଇର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।

ଗତ ୮ ମାସ ପୂର୍ବରୁ ହାଇଦ୍ରାବାଦର ଜଣେ ଯୁବକଙ୍କୁ ଫସାଇ ତାଙ୍କୁ ବିବାହ କରିବା ପାଇଁ କହିଥିଲେ । ତନୁଶ୍ରୀଙ୍କ ସୁନ୍ଦରତାରେ ବଶିଭୂତ ହୋଇଯାଇଥିଲେ ଯୁବକ ଜଣକ । ଏହାପରେ ତନୁଶ୍ରୀ ମାଆଙ୍କ ଦେହ ଖରାପ ଆଳ ଦେଖାଇ ୮ ମାସ ଭିତରେ ୩୧.୬୬ ଲକ୍ଷ ଟଙ୍କା ଲୁଟ କରିଥିଲେ । ଏହାପରେ ଯୁବକ ଜଣକ ଜାଣିବାକୁ ପାଇଥିଲେ ଯେ ସେ ଠକାମୀର ଶିକାର ହୋଇଛନ୍ତି । ଏହି ଘଟଣାକୁ ନେଇ ଯୁବକଜଣକ ସାଇବର ଥାନାରେ ଅଭିଯୋଗ କରିବା ପରେ ତନୁଶ୍ରୀ ଏବଂ ତାଙ୍କ ସହଯୋଗୀ ରବିକୁ ଗିରଫ କରିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.