ETV Bharat / bharat

ଦଲାଇଲାମା ଅସୁସ୍ଥ, ଦିଲ୍ଲୀ AIIMS ଭର୍ତ୍ତି - ଦଲାଇଲାମା ଅସୁସ୍ଥ

ତିବ୍ବତୀୟ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା ଅସୁସ୍ଥ । ବିଳମ୍ବିତ ସଂଧ୍ୟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଦଲାଇଲାମା ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
ଦଲାଇଲାମା ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
author img

By ETV Bharat Odisha Team

Published : Oct 8, 2023, 10:57 PM IST

ହାଇଦ୍ରାବାଦ: ଭାରତରେ ଶରଣ ନେଇଥିବା ସର୍ବୋଚ୍ଚ ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା ଅସୁସ୍ଥ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ଆଜି (ରବିବାର) ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ସୂଚନା ମିଳିପାରିନି । ସଂଧ୍ୟାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏବେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ।

ଏ ସମ୍ପର୍କରେ ତାଙ୍କ ଅନୁଗାମୀଙ୍କ ଠାରୁ କିଛି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ବରିଷ୍ଠ କାର୍ଡିଓଲୋଜି ପ୍ରଫେସର ଡା.ରାଜୀବ ନାରାଙ୍ଗଙ୍କ ଅଧୀନରେ ତାଙ୍କୁ ଏମ୍ସର କାର୍ଡିଓ-ନ୍ୟୁରୋ ବିଭାଗର ଏକ ୱାର୍ଡରେ ଭର୍ତ୍ତି କରାଯାଇଛି । ସନ୍ଧ୍ୟାରେ ଦଲାଇ ଲାମାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ତେବେ ତାଙ୍କ ଅସୁସ୍ଥ ହୋଇପଡିବା ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କ ଆଶୁଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି ।

ତିବ୍ବତରେ ରହୁଥିବା ବୌଦ୍ଧ ଧର୍ମାବଲମ୍ବୀଙ୍କ ସର୍ବୋଚ୍ଚ ଧର୍ମଗୁରୁ ହେଉଛନ୍ତି ଦଲାଇଲାମା । 1959 ମସିହାରେ ଚୀନ ତିବ୍ବତକୁ ଦଖଲ କରିବା ସମୟରେ ଧାର୍ମିକ ଓ ସାଂସ୍କୃତିକ ଉତ୍ପୀଡନର ଶିକାର ହୋଇ ଦଲାଇଲାମା ନିଜର ପ୍ରାୟ ହଜାରରୁ ଅଧିକ ଅନୁଗାମୀଙ୍କ ସହ ଭାରତ ଚାଲି ଆସିଥିଲେ । ତତ୍କାଳୀନ ଭାରତ ସରକାର ମଧ୍ୟ ଦଲାଇଲାମାଙ୍କୁ ଅତିଥିର ମାନ୍ୟତା ଦେଇ ସମସ୍ତ ସହଯୋଗ କରିଥିଲେ । ସେବେଠାରୁ ଦଲାଇଲାମା ତାଙ୍କ ଅନୁଗାମୀଙ୍କ ସହ ହିମାଚଳ ପ୍ରଦେଶରେ ସ୍ଥାୟୀ ଭାବେ ରହି ଆସୁଛନ୍ତି । ଲାମାଙ୍କୁ ଶରଣ ଦେବା ପ୍ରସଙ୍ଗରେ ମଧ୍ୟ ଭାରତ ଚୀନ ମଧ୍ୟରେ ତିକ୍ତତା ରହିଆସିଛି ।

ଏହା ମଧ୍ୟ ପଢନ୍ତୁ :- ବେଥଲେହେମ୍ ଫସିଥିବା ମେଘାଳୟର ୨୩ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଇଜିପ୍ଟକୁ ସ୍ଥାନାନ୍ତର

ବର୍ତ୍ତମାନ ହିମାଚଳ ପ୍ରଦେଶର ଧର୍ମଶାଳାରେ ଦଲାଇଲାମା ନିଜ ଅନୁଗାମୀଙ୍କ ସହ ରହୁଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି । ଚଳିତବର୍ଷ ଦଲାଇଲାମା ଆଜି 87 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କୁ ବିଶ୍ବବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦଲାଇଲାମାଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ସହ ଫୋନ ଯୋଗେ କଥା ହୋଇ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ । ତେବେ 87 ବର୍ଷୀୟ ଏହି ବୌଦ୍ଧ ଧର୍ମଗୁରୁ ବାର୍ଦ୍ଧକ୍ୟ କାରଣରୁ ସ୍ବାସ୍ଥ୍ୟଗତ ଜଟିଳତା ଦେଖାଯିବା ଆରମ୍ଭ କଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.