ETV Bharat / bharat

ଭୋଟ ପାଇଁ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରତିଶୃତି; ପ୍ରତି ଘରକୁ ଦେବେ ହେଲିକପ୍ଟର ସହ କାର୍

author img

By

Published : Mar 26, 2021, 1:57 PM IST

ନିର୍ବାଚନରେ ଭାଗନେଇଥିବା ତାମିଲନାଡୁର ଜଣେ ସ୍ବାଧୀନ ପ୍ରାର୍ଥୀ ଭୋଟ ହାତେଇବା ପାଇଁ ଜନତାଙ୍କୁ ପ୍ରତିଶୃତର ପାହାଡ ଲଦି ଦେଇଛନ୍ତି । ସେ ବିଜୟୀ ହେଲା ପ୍ରତ୍ୟେକ ଘରକୁ ହେଲିକପ୍ଟର ସହ କାର, ତିନି ମହଲାର କୋଠା, ଜହ୍ନକୁ ବୁଲାଇ ନେବେ ବୋଲି ଦେଲେ ପ୍ରତିଶୃତି। ଅଧିକ ପଢନ୍ତୁ...

Thulam Saravanan, an independent candidate from Madurai South
ଭୋଟ ପାଇଁ ସ୍ବାଧିନ ପ୍ରାର୍ଥୀଙ୍କ ପ୍ରତିଶୃତି ପ୍ରତି ଘରକୁ ହେଲିକ୍ୟାପ୍ଟର ସହ କାର

ଚେନ୍ନାଇ: ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତେ ରୋଚକ ହେଉଛି । ନିର୍ବାଚନରେ ଭାଗନେଇଥିବା ଜଣେ ପ୍ରାର୍ଥୀ ଭୋଟ ହାତେଇବା ପାଇଁ ଜନତାଙ୍କୁ ପ୍ରତିଶୃତିର ପାହାଡରେ ପୋତି ଦେଇଛନ୍ତି । ଯେଉଁ ପ୍ରତିଶୃତି ଶୁଣି ସଭିଏଁ ଆବାକ ।

ସେ ହେଉଛନ୍ତି ଥୁଲାମ ଶ୍ରବଣମ । ସେ ମଦୁରାଇର ସାଉଥ ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନିଜେ ପ୍ରାର୍ଥୀ ଦାଖଲ ପରେ ନିଜର ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତ । ସେ ଲୋକଙ୍କ ପାଖକୁ ଯାଇ ନିଜ ପ୍ରତିଶୃତି ବିଷୟରେ ବୁଝାଉଛନ୍ତି ଓ ଭୋଟ ଦେବା ପାଇଁ ଲୋକଙ୍କୁ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି । ବିଜୟୀ ହେଲା ପ୍ରତ୍ୟେକ ଘରକୁ ହେଲିକପ୍ଟର ସହ କାର, ତିନି ମୋହଲାର କୋଠା, ଜହ୍ନକୁ ବୁଲାଇ ନେବା ହେଉଛି ତାଙ୍କର ମୁଖ୍ୟ ପ୍ରତିଶୃତି ରହିଛି । ଏହାକୁ ନେଇ ଲୋକେ ତାଙ୍କୁ ଏହା ସବୁ କିଭଳି ସମ୍ଭବ ବୋଲି ପ୍ରଶ୍ନ କରୁଛନ୍ତି । ମୁଁ ମଧ୍ୟ ଉତ୍ତର ଦେଇ କହୁଛି ଏହା ସମ୍ଭବ କିନ୍ତୁ କିଛି ଅଧିକ ଖର୍ଚ୍ଚ କରିବା ପାଇଁ ପଡିବ ।

ସୂଚନାଥାଉକି ଦେଶର ପାଞ୍ଚଟି ରାଜ୍ୟ ସହ ତାମିଲନାଡୁରେ ମଧ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ତାମିଲନାଡୁରୁ 234 ଟି ଆସନ ରହିଥିବାବେଳେ ଗୋଟିଏ ପର୍ଯ୍ୟାୟର ନିର୍ବାଚନ ଅନୁଷ୍ଠିତ ହେବ । ମେ 2 ରେ ଫଳାଫଳ ଘୋଷଣା କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.