ETV Bharat / bharat

76 ଦେଶକୁ 60 ମିଲିୟନ ଟିକା ଯୋଗାଇଛି ଭାରତ - ଭାରତ ପ୍ରସ୍ତୁତ ଟିକା

ଶତପ୍ରତିଶତ ଟୀକାକରଣ ପାଇଁ ବିଜେପି ପକ୍ଷରୁ ଆଜି ଏକ ଅଭିଯାନ ଆରମ୍ଭ ହୋଇଛି । ଯାହାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଉଦ୍ଘାଟନ କରି କହିଛନ୍ତି । ଅଧିକ ପଢନ୍ତୁ...

76  ଦେଶରେ 60 ମିଲିୟନ ଟିକା ଡୋଜ ଯୋଗାଇଛି ଭାରତ

author img

By

Published : Mar 21, 2021, 10:52 PM IST

ନୂଆଦିଲ୍ଲୀ : ଶତପ୍ରତିଶତ ଟୀକାକରଣ ପାଇଁ ବିଜେପି ପକ୍ଷରୁ ଆଜି ଏକ ଅଭିଯାନ ଆରମ୍ଭ ହୋଇଛି । ଯାହାକୁ କେନ୍ଦ୍ର ସସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଉଦ୍ଘାଟନ କରି କହିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ମହାମାରୀ ସମୟରେ ଆମେ କେବଳ ଭାରତ ନୁହେଁ ସମଗ୍ର ବିଶ୍ବକୁ ସାହାଯ୍ୟର ହାତ ବଢାଇଛୁ ।

ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଚଣ୍ଡିଗଡ଼ର ଡିସପେନସାରୀରେ ପହଞ୍ଚିଥିଲେ । ସେକ୍ଟର 30 ରେ ଇଣ୍ଟେଲିଜେନ୍ସ ସେନ୍ସର ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟ ଉଦ୍ଘାଟନ କରିଥିଲେ ଡାକ୍ତର ହର୍ଷ ବର୍ଦ୍ଧନ । ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ସମଗ୍ର ଦେଶରେ 4 ଶହ 50 ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି । ଏହା ବ୍ୟତୀତ 76 ଟି ଦେଶକୁ 60 ମିଲିୟନରୁ ଅଧିକ ଲୋକଙ୍କୁ ଟିକା ଡୋଜ ଉପଲବ୍ଧ କରାଇବାରେ ସଫଳ ଭୂମିକା ଗ୍ରହଣ କରିଛି ଭାରତ । ଭାରତ ନିଜେ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ ଚଳାଇଛି । କୋଭିଡର ସମସ୍ତ ନିୟମ ପାଳନ କରି ମହାମାରୀରୁ ଦୂରେଇ ରହିବା ପାଇଁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଏକ କଲୋନୀରେ ମାତ୍ର 2ଜଣ ଲୋକ କୋଭିଡ କଟକଣାକୁ ପାଳନ ନକରନ୍ତି ତାହେଲେ ଦୁଇ ଜଣ ଲୋକ 200 ଲୋକଙ୍କୁ ଅସୁସ୍ଥ କରିପାରନ୍ତି । ଏହା ସମ୍ପର୍କରେ ଲୋକମାନେ ସଚେତନ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ହର୍ଷବର୍ଦ୍ଧନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.