ETV Bharat / bharat

ମହାରାଷ୍ଟ୍ରରେ ଲଜ୍ଜା, ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କଲା 13 ବର୍ଷୀୟ ନାବାଳକ - minor girl raped by minor boy

ମହାରାଷ୍ଟ୍ରର ଲଜ୍ଜାଜନକ ଘଟଣା । ୩ବର୍ଷର ଶିଶୁ କନ୍ୟାକୁ ନାବାଳକର ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ପରେ ଆଇପିସି ଧାରା ୩୭୬ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ନାବାଳକର ଦୁଷ୍କର୍ମ
ନାବାଳକର ଦୁଷ୍କର୍ମ
author img

By

Published : Dec 11, 2022, 7:47 AM IST

ମୁମ୍ବାଇ: ପୁଣି ମହାରାଷ୍ଟ୍ରରେ ଲଜ୍ଜା । ସୀମା ଟପିଲା ପାଶବିକତା । ଜଣେ ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କଲା ୧୩ ବର୍ଷର ନାବାଳକ(13 Year Old Boy Allegedly Raped a Three Year Old girl ) । ଏଭଳି ଅଭିଯୋଗ ଆସିଛି ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାରୁ । ଏନେଇ ପୀଡିତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ପରେ ନାବାଳକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଅଭିଯୋଗ ଅନୁସାରେ, ୩ ବର୍ଷର ଶିଶୁ କନ୍ୟା ଖେଳିବା ପାଇଁ ୧୩ ବର୍ଷର ନାବାଳକଙ୍କ ଘରକୁ ଯାଇଥିଲା । ଏହାର ସୁଯୋଗ ନେଇ ନାବାଳକ ଜଣକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ନାବାଳିକା ଜଣକ ଘରକୁ ଆସି ନିଜ ପରିବାର ଲୋକଙ୍କୁ ଲୋମହର୍ଷଣକାରୀ ଘଟଣା ବିଷୟରେ ଜଣାଇଥିଲା । ଏନେଇ ପୀଡିତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଆନନ୍ଦ ନଗର ଥାନାରେ ଏକ ମାମଲା ଦାୟର କରାଯାଇଥିଲା । ମାମଲା ଆଧାରରେ ପୋଲିସ ଆଇପିସି ଧାରା ୩୭୬ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ: FIFA World Cup: ସେମିରେ ମରକ୍କୋ, ବିଶ୍ୱକପରୁ ବିଦା ହେଲା ପର୍ତ୍ତୁଗାଲ

ଏହି ଘଟଣାକୁ ନେଇ ଡିଏସପି କଲ୍ୟାଣଜି ଘେଟେ କହିଛନ୍ତି," ଅଭିଯୋଗ ଆଧାରରେ ଆମେ ଉକ୍ତ ନାବାଳିକାର ଡାକ୍ତରୀମାଇନା କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଆସିବା ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ ।"

ଏହା ମଧ୍ୟ ପଢନ୍ତୁ: ଲିଫ୍ଟରେ ନାବାଳିକାକୁ ଦୁଷ୍କର୍ମ ! ଅଭିଯୋଗ ପରେ ବାନ୍ଧିଲା ପୋଲିସ

ପ୍ରକାଶଯୋଗ୍ୟ ଯେ, ଗତକାଲି ମହାରାଷ୍ଟ୍ରର ଥାନେରୁ ସମାନ ଘଟଣା ସାମ୍ନାକୁ ଆସିଥିଲା । ଏକ ୫ ବର୍ଷର ନାବାଳିକାକୁ ଜଣେ ଏସି ମେକାନିକ ଦୁଷ୍କର୍ମ କରିଥିଲା । ଏସି ମେକାନିକ ଏକ ବିଲିଂକୁ ଏସି ତିଆରି କରିବାକୁ ଯାଇଥିଲା । ଏହି ସମୟରେ ୫ ବର୍ଷୀୟ ନାବାଳିକା ଜଣକ ଖେଳୁଥିବା ଦେଖି ତାକୁ ଲିଫ୍ଟ ଭିତରକୁ ଡାକି ନେଇଥିଲା । ଏହାପରେ ବନ୍ଦ ଲିଫ୍ଟରେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହି ଘଟଣାରେ ୧୯ ବର୍ଷୀୟ ଏସି ମେକାନିକକୁ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.