ETV Bharat / bharat

ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଜଣେ ମୃତ

author img

By

Published : Jun 9, 2022, 8:34 AM IST

ମୁମ୍ବାଇ ବାନ୍ଦ୍ରା ଅଞ୍ଚଳରେ ଭୁଶୁଡିଲା ତିନି ମହଲା କୋଠା । ଜଣେ ମୃତ ଓ ୧୬ ଜଣ ଆହତ । ଅଧିକ ପଢନ୍ତୁ

ମାୟାନଗରୀରରେ ଭୁଶୁଡିଲା ତିନି ମହଲା କୋଠା, ଜଣେ ମୃତ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା । ବୁଧବାର ରାତି ପ୍ରାୟ ସାଢେ ୧୨ଟା ସମୟରେ ସହରର ବାନ୍ଦ୍ରା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତମାନେ ବିହାରର ଶ୍ରମିକ ହୋଇଥିବା ପରିଚୟ ମିଳିଛି ।

ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା,

ଯାହା ସୂଚନା ରହିଛି, ବାନ୍ଦ୍ରାର ଶାସ୍ତ୍ରୀନଗଡ(Shastringarh ) ଅଞ୍ଚଳରେ ଥିବା ଏହି ତିନି ମହଲା କୋଠାଟି ଭୁଶୁଡି ଯାଇଛି । ଏନେଇ ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ସହ ପୋଲିସ, ଆମ୍ବୁଲାନ୍ସ, NMC ଟିମ୍ ଓ ୪ଟି ଫାୟାର ବିଗ୍ରେଡ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୁମ୍ବାଇ ଡିସିପିଙ୍କ ସୂଚନା ଅନୁଯାୟୀ, ଏହି ଅଘଟଣରେ ଜଣଙ୍କ ମୃତ୍ୟୁ ଘଟିଛି । ୧୬ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ବି ୩ ରୁ ୪ ଜଣ କୋଠାର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ବିଏମସି ଆଶଙ୍କା କରୁଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.