ETV Bharat / bharat

ଏୟାର ହୋଷ୍ଟେସଙ୍କୁ ଦୁର୍ବ୍ୟବହାର କରି 3 ଯାତ୍ରୀ ଗିରଫ

ଇଣ୍ଡିଗୋ ଏୟାରଲାଇନ୍ସରେ ଏୟାର ହୋଷ୍ଟେସଙ୍କୁ ଦୁର୍ବ୍ୟବହାର । ଅଭିଯୋଗ ପରେ ୩ଜଣ ଯାତ୍ରୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Apr 10, 2022, 1:27 PM IST

ଏୟାର ହୋଷ୍ଟେସଙ୍କୁ ଦୁର୍ବ୍ୟବହାର କରି ବନ୍ଧା ହେଲେ ୩ ଯାତ୍ରୀ

ଲକ୍ଷ୍ନୌ: ଇଣ୍ଡିଗୋ ଏୟାରଲାଇନ୍ସରେ ଏୟାର ହୋଷ୍ଟେସଙ୍କୁ ଦୁର୍ବ୍ୟବହାର । ଅଭିଯୋଗ ପରେ ୩ ଜଣ ଯାତ୍ରୀଙ୍କୁ ଗିରଫ କଲା ପୋଲିସ । ଗତକାଲି (ଶନିବାର) ହାଇଦ୍ରାବାଦରୁ ଲକ୍ଷ୍ନୌ ଅଭିମୁଖେ ଇଣ୍ଡିଗୋ ବିମାନ ଉଡାଣ ଆରମ୍ଭ କରିଥିବା ବେଳେ ଏୟାର ହୋଷ୍ଟେସଙ୍କୁ ୩ଜଣ ଯାତ୍ରୀ ଅସଦାଚରଣ କରିଥିଲେ। ଏହାପରେ ଇଣ୍ଡିଗୋର କର୍ମଚାରୀ ମାନେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପ୍ରଦୀପ, କୁଲଦୀପ ଏବଂ ଜୟନେନ୍ଦ୍ର ନାମକ ତିନି ଜଣ ଯାତ୍ରୀଙ୍କୁ ପୋଲିସ ଗିରଫ କରିଥିଲା ।

ପୋଲିସର ସୂଚନାନୁସାରେ, ବିମାନଟି ଉଡ଼ାଣ ସମୟରେ ଅଭିଯୁକ୍ତମାନେ ମଦ୍ୟପାନ କରିବା ସହ ଏୟାର ହୋଷ୍ଟେସଙ୍କୁ ଅସଦାଚରଣ କରିଥିଲେ । ବିମାନଟି ଲକ୍ଷ୍ନୌରେ ଅବତରଣ କରିବା ପୂର୍ବରୁ CIS କୁ ଘଟଣା ସମ୍ପର୍କରେ ଜଣାଇଥିଲେ କର୍ମଚାରୀ । ଏହା ପରେ ଅଭିଯୁକ୍ତଙ୍କୁ ସରୋଜିନୀ ନଗର ପୋଲିସ ଷ୍ଟେସନରେ ହସ୍ତାନ୍ତର କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.