ଅମରାବତୀ: କମ୍ପ୍ୟୁଟରରୁ ଅଶ୍ଳୀଳ ସାଇଟ ମିଳିବା ଘଟଣାରେ ନିଲମ୍ବନ ସଂଖ୍ୟା ବଢିଛି । ଏହି ଘଟଣାରେ ପୁଣି ଅନ୍ୟ 3 ଜଣ ଏସଭିବିସି କର୍ମଚାରୀ ନିଲମ୍ବନ ହୋଇଛନ୍ତି । ନିଲମ୍ବନ 3 ଜଣ ଶ୍ରୀ ଭେଙ୍କଟେଶର ଭକ୍ତ ଚ୍ୟାନେଲ(ଏସଭିବିସି ) ସମ୍ପାଦକ କୃଷ୍ଣ ରାଓ ଏବଂ ପରିଚାଳକ ମୁରଲୀ କୃଷ୍ଣ ଏବଂ ସୋମା ଶେଖରଙ୍କୁ ନିଲମ୍ବିତ କରାଯାଇଥିଲା ।
ଅଶ୍ଳୀଳ ଲିଙ୍କ୍ ଘଟଣାରେ ଏପର୍ଯ୍ୟନ୍ତ 10 ଜଣଙ୍କୁ ବରଖାସ୍ତ କରିସାରିଲାଣି । ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ ସାଇବର ସୁରକ୍ଷା ଇଣ୍ଟେଲିଜେନ୍ସ ୟୁନିଟ୍ ସହିତ ଟିଟିଡି ମଧ୍ୟ ତଦନ୍ତ ଆରମ୍ଭ କରିଛି । ନିଲମ୍ବିତ କର୍ମଚାରୀଙ୍କ କମ୍ପ୍ୟୁଟରରେ ଅଶ୍ଳୀଳ ଚିତ୍ର ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ