ETV Bharat / bharat

3 ନାଇଜେରିଆ ନାଗରିକଙ୍କୁ ବନ୍ଦୀ କଲା ଆସାମ ପୋଲିସ

author img

By

Published : Nov 7, 2020, 2:22 PM IST

ବେଆଇନ ଭାବେ ଭାରତକୁ ପ୍ରବେଶ କରିଥିବା ନାଇଜେରିଆ ନାଗରିକଙ୍କୁ ଆସାମ ପୋଲିସ ବନ୍ଦୀ କରିଛି । ସେମାନେ ଆସାମ ସୀମା ଦେଇ ଭାରତକୁ ପ୍ରବେଶ କରିଥିଲେ । ଅଧିକ ପଢନ୍ତୁ...

Three Nigerians detained in Assam
3 ନାଇଜେରିଆ ନାଗରିକଙ୍କୁ ବନ୍ଦୀ କଲା ଆସାମ ପୋଲିସ

ଦିସପୁର: ଭାରତ ଭିତରକୁ ବେଆଇନ ଭାବେ ପଶି ଆସିଥିବା 3 ନାଇଜେରିଆ ଦେଶର ନାଗରିକଙ୍କୁ ଆସାମ ପୋଲିସ ଗିରଫ କରିଛି । ତେବେ ଆଫ୍ରିକୀୟ ଦେଶ ନାଇଜେରିଆର ଏହି ନାଗରିକମାନେ ଆସାମ-ତ୍ରିପୁରା ସୀମାକୁ ପାରି କରି ଦେଶରେ ପ୍ରବେଶ କରିଥିବା ସୂଚନା ମିଳିଛି ।

ବର୍ଷକ ମଧ୍ୟରେ ଆସାମ ବର୍ଡର ଦେଇ ବେଆଇନ ଭାବେ ଭାରତକୁ ପ୍ରବେଶ କରୁଥିବା ନାଇଜେରିଆ ନାଗରିକଙ୍କୁ କରିମଗଞ୍ଜ ପୋଲିସ ଅଟକାଇବାରେ ସକ୍ଷମ ହୋଇଛି । ରାତ୍ରି ସମୟରେ ବସ ନମ୍ବର AS 24 C 9995 ଯାଞ୍ଚ କରିବା ବେଳେ ଏହି 3ଜଣ ନାଇଜେରିଆ ନାଗରିକଙ୍କୁ ପୋଲିସ ଠାବ କରିବାରେ ସକ୍ଷମ ହୋଇଥିଲା । ତେବେ ସେମାନେ 31 ବର୍ଷୀୟ ଫର୍ଜିମିନେଗ ମ୍ମଡୁବୁକୋ, 30 ବର୍ଷୀୟ ସିଲଭାନୁସ ନୱାଉରୁ ଓ 29 ବର୍ଷୀୟ ଆୟୋସିନ ନୱାଚୁକ୍ବି ନୱାନୋକ୍ବରା ବୋଲି ଜଣାପଡିଛି ।

ନାଇଜେରିଆର ଏହି ନାଗରିକମାନେ ତ୍ରିପୁରାର ଧର୍ମନଗରରୁ ଆସାମର ଗୁୱାହାଟିକୁ ଯାତ୍ରା କରୁଥିବା ସମୟରେ ପୋଲିସ ହାତରେ ଧରାପଡିଥିଲେ । ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ନାଇଜେରିଆ ଯୁବକଙ୍କର କୌଣସି ବୈଧ ପ୍ରମାଣପତ୍ର ନଥିଲା । ପୋଲିସ ଯୁବକମାନଙ୍କଠାରୁ ଆମେରିକା, ନାଇଜେରିଆ ଏବଂ ଭାରତୀୟ ମୁଦ୍ରାକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଯୁବକମାନେ ବାଂଲାଦେଶରୁ ବେଆଇନ ଭାବେ ତ୍ରିପୁରାରେ ପ୍ରବେଶ କରିବା ପରେ ଆସାମରୁ ଦିଲ୍ଲୀ ଯାତ୍ରା କରିବାକୁ ଚେଷ୍ଟା କରୁଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.