ETV Bharat / bharat

ଫ୍ରାନ୍ସରୁ ନନ୍‌ଷ୍ଟପ୍‌ ଉଡାଣ ଭରି ଭାରତରେ ପହଞ୍ଚିବ 3 ରାଫେଲ

author img

By

Published : Nov 2, 2020, 9:39 PM IST

ଫ୍ରାନ୍ସରୁ ଦ୍ବିତୀୟ ପର୍ଯ୍ୟାୟରେ ଭାରତ ଆସି ପହଞ୍ଚିବ ଆଉ 3ଟି ରାଫେଲ ଯୁଦ୍ଧ ବିମାନ । ତେବେ ଏଥରର ଆସୁଥିବା ରାଫେଲରେ ଖାସ କଥା ଏହା ରହିଛି ଯେ, ଏଗୁଡିକ କୌଣସି ସ୍ଥାନରେ ନ ଅଟକି ଫ୍ରାନ୍ସରୁ ନନ୍‌ଷ୍ଟପ ଆକାଶରେ ଉଡି ଭାରତରେ ପହଞ୍ଚିବ । ଅଧିକ ପଢନ୍ତୁ...

ଫ୍ରାନ୍ସରୁ ନନ୍‌ଷ୍ଟପ୍‌ ଉଡାଣ ଭରି ଭାରତରେ ପହଞ୍ଚିବ 3 ରାଫେଲ
ଫ୍ରାନ୍ସରୁ ନନ୍‌ଷ୍ଟପ୍‌ ଉଡାଣ ଭରି ଭାରତରେ ପହଞ୍ଚିବ 3 ରାଫେଲ

ନୂଆଦିଲ୍ଲୀ: ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଧିରେ ଧିରେ ବୃଦ୍ଧି ପାଉଛି ଭାରତୀୟ ବାୟୁସେନାର ଶକ୍ତି । ଏହି ମଧ୍ୟରେ ଫ୍ରାନ୍ସରୁ ଦ୍ବିତୀୟ ପର୍ଯ୍ୟାୟରେ ଭାରତ ଆସି ପହଞ୍ଚିବ ଆଉ 3ଟି ରାଫେଲ ଯୁଦ୍ଧ ବିମାନ । ତେବେ ଏଥରର ଆସୁଥିବା ରାଫେଲରେ ଖାସ କଥା ଏହା ରହିଛି ଯେ, ଏଗୁଡିକ କୌଣସି ସ୍ଥାନରେ ନ ଅଟକି ଫ୍ରାନ୍ସରୁ ନନ୍‌ଷ୍ଟପ ଆକାଶରେ ଉଡି ଭାରତରେ ପହଞ୍ଚିବ ।

ତିନୋଟି ରାଫେଲ ଏୟାରକ୍ରାଫ୍ଟ ଫ୍ରାନ୍ସର ଇଷ୍ଟ୍ରେସରୁ ଜାମନଗରକୁ ସିଧାସଳଖ ଆଠ ଘଣ୍ଟା ନନ୍ ଷ୍ଟପ୍ ଉଡ଼ାଣ କରିବ ବୋଲି ସୂତ୍ରରୁ ଜଣାପଡିଛି। ଏହି 3 ରାଫେଲ ଫ୍ରାନ୍ସର ବାୟୁସେନା ବିମାନ ସହିତ ଆସିବେ |

ଦ୍ବିତୀୟ ପର୍ଯ୍ୟାୟ ରାଫେଲ ଆସିବା ନେଇ ଦେଶରେ ପ୍ରସ୍ତୁତି ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଏହାକୁ ମିଶାଇ ଭାରତୀୟ ବାୟୁସେନାର ଶକ୍ତିରେ 8ଟି ରାଫେଲ ଯୋଡିହୋଇଯିବ ।

ସେପ୍ଟେମ୍ବର 10ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ଆସିଥିବା 5 ରାଫେଲ ବିମାନକୁ ବିଧିବଦ୍ଧ ଭାବରେ ବାୟୁସେନାରେ ସାମିଲ କରାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତେବେ ଫ୍ରାନ୍ସରୁ ଏହି 5 ରାଫେଲ ଆସିବା ସମୟରେ ୟୁଏଇରେ ଅବତରଣ କରିଥିଲା । ପରେ ପୁଣି ଏହା ଉଡାଣ ଭରି ଭାରତରେ ପହଞ୍ଚିଥିଲା ।

29 ଜୁଲାଇରେ ପାଞ୍ଚ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଥିଲା । ଯୁଦ୍ଧ ବିମାନ ଲଦାଖ ଅଞ୍ଚଳରେ ଉଡ଼ି ସାରିଛି। ଦେଶରେ ପହଞ୍ଚିଥିବା ପାଞ୍ଚଟି ରାଫେଲ ମଧ୍ୟରୁ ତିନୋଟି ଯୁଦ୍ଧ ବିମାନ ହୋଇଥିବା ବେଳେ 2ଟି ପ୍ରଶିକ୍ଷଣ ବିମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.