ଗୌହାଟି: ଆସାମ ରାଜଧାନୀ ଗୌହାଟିର ଖାନପାରାରେ ଉଦଘାଟିତ ହୋଇଛି ଫୁଟ ଓଭର ବ୍ରିଜ୍ । ଏହି ବ୍ରିଜକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ହିମାନ୍ତ ବିଶ୍ବ ଶର୍ମା । ଏହି ଫୁଟ ଓଭର ବ୍ରିଜଟି ବାଉଁଶରେ ନିର୍ମିତ । ଯାହା ଦେଖିବାକୁ ନିଆରା ।
ଆସାମର ସ୍ବାସ୍ଥ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ଡ଼.ହିମାନ୍ତ ବିଶ୍ବ ଶର୍ମା ରବିବାର ଆସାମର 3ଟି ସ୍ଥାନରେ ମାଲିଗାଁ, ଗଣେଶଘୁରୀ ଏବଂ ଖାନାପାରାରେ ଫୁଟ ଓଭର ବ୍ରିଜ ଉଦଘାଟନ କରିଛନ୍ତି । ଏହି ଫୁଟ ଓଭର ବ୍ରିଜ ଦ୍ବାରା ଲୋକଙ୍କୁ ରାସ୍ତା ପାର କରିବାକୁ ଆଉ ଅସୁବିଧା ହେବ ନାହିଁ ଏବଂ ସରକାରଙ୍କ ଏଭଳି ପ୍ରୟାସକୁ ନିଶ୍ଚିତ ସ୍ବାଗତଯୋଗ୍ୟ ବୋଲି ସ୍ଥାନୀୟବାସୀ ମତ ରଖିଛନ୍ତି ।
@ANI