ETV Bharat / bharat

Heavy Snowfall In HP: କଲବଲ କରୁଛି ତୁଷାରପାତ, 3 ଜାତୀୟ ରାଜପଥ ସମେତ 216ଟି ରାସ୍ତା ବନ୍ଦ

author img

By

Published : Feb 12, 2023, 10:29 AM IST

ପ୍ରବଳ ତୁଷାରପାତ ହେତୁ ଉତ୍ତରଭାରତରେ ତାପମାତ୍ରା ରେକର୍ଡ ଭାଙ୍ଗୁଛି । ବରଫପାତ ଯୋଗୁଁ ହିମାଚଳ ପ୍ରଦେଶର ତିନୋଟି ଜାତୀୟ ରାଜପଥ ସମେତ 216ଟି ରାସ୍ତାକୁ ଯୋଗାଯୋଗ ବିଚ୍ଛିନ୍ନ । ଅଧିକ ପଢ଼ନ୍ତୁ

ହିମାଚଳ ପ୍ରଦେଶରେ ତୁଷାରପାତ
heavy snowfall in himachal pradesh

ନୂଆଦିଲ୍ଲୀ: ଉତ୍ତରଭାରତରେ ପ୍ରବଳ ତୁଷାରପାତ ଜାରି ରହିଛି । ଭାରି ବରଫପାତ ସାଧାରଣ ଜୀବନ ଅସ୍ତବ୍ୟସ୍ତ କରିଛି । ହିମାଚଳ ପ୍ରଦେଶରେ ପ୍ରବଳ ମାତ୍ରାରେ ତୁଷାରପାତ ଯୋଗୁଁ ବିଭିନ୍ନ ରାସ୍ତା ବନ୍ଦ ହୋଇଛି । ହିମାଚଳ ଦେଇ ଯାଇଥିବା ତିନୋଟି ଜାତୀୟ ରାଜପଥ ସମେତ 216ଟି ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତୁଷାର ହେତୁ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ 325 ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିବା ହିମାଚଳ ପ୍ରଦେଶ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Odia Food and Craft Mela: ହାଇଦ୍ରାବାଦରେ ମହକିଲା ଓଡ଼ିଆ ପିଠାର ବାସ୍ନା

କ୍ରମାଗତ ତୁଷାର ଯୋଗୁଁ ଉତ୍ତର ଭାରତର ଅନେକ ରାଜ୍ୟରେ ତାପମାତ୍ରା ରେକର୍ଡ ଭାଙ୍ଗୁଛି । ଗତ 24 ଘଣ୍ଟାରେ ହିମାଚଳ ପ୍ରଦେଶର କୁଲୁ , ଲାହୌଲ ସ୍ପିତ, କିନ୍ନୌର ଏବଂ ଶିମଲା ଜିଲ୍ଲା ଗୁଡ଼ିକରେ ପ୍ରବଳ ବରଫପାତ ଯୋଗୁଁ ତାପମାତ୍ରା ଖସିବାରେ ଲାଗିଛି । ସେପଟେ ରାଜ୍ୟର ମଧ୍ୟଭାଗ ଏବଂ ନିମ୍ନ ଭାଗରେ ହାଲୁକା ବର୍ଷା ହୋଇଛି । ଏହି ଜିଲ୍ଲା ଗୁଡ଼ିକ ଦେଇ ଯାଇଥିବା 3ଟି ଜାତୀୟ ରାଜପଥ ସମେତ ପ୍ରାୟ 216ଟି ରାସ୍ତା ବନ୍ଦ ରହିଥିବା ହିମାଚଳ ପ୍ରଦେଶ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି । ତୁଷାରପାତ ଯୋଗୁଁ ପ୍ରାୟ 325 ବିଦ୍ୟୁତ ଯୋଗାଣ ଯୋଜନା ଏବଂ 10ଟି ଜଳ ଯୋଗାଣ ଯୋଜନା ବ୍ୟାହତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଛତିଶଗଡରେ ବଜେପି ଜିଲ୍ଲା ସଭାପତିଙ୍କୁ ନକ୍ସଲଙ୍କ ହତ୍ୟା, ଗ୍ରାମରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ନଡ୍ଡା

ଲାହୌଲ ସ୍ପିତ ଜିଲ୍ଲାରେ ତୁଷାରପାତର ମାତ୍ରା ଏତେ ଅଧିକ ରହିଛି ଯେ, ପ୍ରାୟ 148ଟି ରାସ୍ତା ବନ୍ଦ ରହିଛି । ସେଠାରେ 3 ରୁ 4 ଇଞ୍ଚ ଯାଏ ବରଫ ଜମା ହୋଇ ରହିଛି । ରାସ୍ତା ଉପରୁ ବରଫ ହଟା ଯାଉଛି । ରାସ୍ତାରେ ବରଫ ଆସ୍ତରଣ ସାଧାରଣ ଯାତାୟାତ ଉପରେ ବେଶ ପ୍ରଭାବ ପକାଇଛି ।

ଶିମଲା ଉପକଣ୍ଠ ଅଞ୍ଚଳରେ ମଧ୍ୟ ଜୋରଦାର ତୁଷାର ଜାରି ରହିଛି । ଲାହୌଲ ସ୍ପିତର କେଲାଙ୍ଗର ସର୍ବନିମ୍ନ ତାପାମାତ୍ରା -4.7 ଡିଗ୍ରୀ ରେକର୍ଡ ହୋଇଥିବାବେଳେ କୁକୁମସେରୀରେ -2.9 ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ମନାଲିରେ ମଧ୍ୟ ଭାରି ବରଫପାତ ହେତୁ ତାପମାତ୍ରା ଖସିବାରେ ଲାଗିଛି । ମନାଲିରେ 2.4 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶିମଲାର ସର୍ବନିମ୍ନ ତାପମାତ୍ରା 4.8 ଡିଗ୍ରୀ ରେକର୍ଡ ହୋଇଛି । ଶିମଲା ଉପକଣ୍ଠ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.