ETV Bharat / bharat

କାନପୁରରେ ଜିକା ଭାଇରସର ୩ ନୂଆ ମାମଲା ଚିହ୍ନଟ

author img

By

Published : Oct 30, 2021, 7:32 PM IST

ଉତ୍ତରପ୍ରଦେଶର କାନପୁରରେ ୩ଜଣ ଜିକା ଭାଇରସରେ ସଂକ୍ରମିତ ଚିହ୍ନଟ । ଆଜିର ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି। ବଢିଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା । ଅଧିକ ପଢନ୍ତୁ...

କାନପୁରରେ ଜିକା ଭାଇରସର ୩ ନୂଆ ମାମଲା ଚିହ୍ନଟ
କାନପୁରରେ ଜିକା ଭାଇରସର ୩ ନୂଆ ମାମଲା ଚିହ୍ନଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରରେ ଜିକା ଭାଇରସ ସଂକ୍ରମଣର ଆଉ ୩ ନୂଆ ମାମଲା ସାମ୍ନାକୁ ଆସିଛି । ପୁଣି ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଓ ସେମାନଙ୍କ ଟେଷ୍ଟିଂ ଉପରେ ଯୁଦ୍ଧକାଳୀନ ଭିତ୍ତିରେ ଗୁରୁତ୍ବ ଦେଉଛି ସ୍ବାସ୍ଥ୍ୟ ବିଭାଗ ।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗର ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଛି । ଯେଉଁମାନେ ଆକ୍ରାନ୍ତଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଚିହ୍ନଟ ଓ ଟେଷ୍ଟିଂ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପୂର୍ବରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ନୂଆ ୩ ମାମଲାକୁ ମିଶାଇ ଉତ୍ତର ପ୍ରଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । କଣ୍ଟ୍ରାକ୍ଟ ଟ୍ରେସିଂ ସହ ଏହି ସଂକ୍ରମଣର ଉତ୍ପତିସ୍ଥଳ ମଧ୍ୟ ଅନୁସନ୍ଧାନ ଜାରି ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ସୂଚନା ଅନୁସାରେ, ଚଳିତମାସ 24 ତାରିଖରେ, ରାଜ୍ୟରେ ଜିକା ଭାଇରସର ପ୍ରଥମ ଆକ୍ରାନ୍ତ କାନପୁରରେ ମିଳିଥିଲା । ଆକ୍ରାନ୍ତ ଜଣଙ୍କ ଜଣେ 57 ବର୍ଷୀୟ ବାୟୁସେନା କର୍ମଚାରୀ ବୋଲି ଜଣାପଡିଥିଲା । 19 ଅକ୍ଟୋବରରେ ତାଙ୍କ ଠାରେ ପ୍ରଥମେ ଡେଙ୍ଗୁ ଜ୍ୱରର ଲକ୍ଷଣ ପ୍ରକାଶ ପାଇବା ପରେ ସେ ବାୟୁସେନା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ନମୁନାକୁ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV)କୁ ପଠାଯାଇଥିଲା । ତେବେ ସେ ଡେଙ୍ଗୁରେ ନୁହନ୍ତି ବରଂ ଜିକା ଭୂତାଣୁରେ ସଂକ୍ରମିତ ବୋଲି ନମୁନା ପରୀକ୍ଷାରୁ ସ୍ପଷ୍ଟ କରିଥିଲା NIV। ପ୍ରଥମ ସଂକ୍ରମଣ ସାମ୍ନାକୁ ଆସିବା ପରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା 22 ଜଣଙ୍କୁ ସଙ୍ଗରୋଧରେ ରଖି ନିରୀକ୍ଷଣ ଆରମ୍ଭ କରିଥିଲା ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ବିଭାଗ । ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲକ୍ଷ୍ନୌସ୍ଥିତ KGMUକୁ ପଠାଯାଇଥିଲା ।

ଜିକା ଭାଇରସ କଣ ?

ବିଶ୍ବ ସ୍ବା୍ସ୍ଥ୍ୟ ସଂଗଠନ(WHO)ର ତଥ୍ୟ ଅନୁସାରେ, ଆଫ୍ରିକୀୟ ଦେଶମାନଙ୍କରେ ଏହି ଘାତକ ଭୂତାଣୁ ବେଶ ସକ୍ରିୟ ଭାବେ ପରିଲିକ୍ଷିତ ହୁଅନ୍ତି । ଏହା ମନୁଷ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ । ଜିକା ଭୂତାଣୁର ସଂକ୍ରମଣ ମୁଖ୍ୟତଃ ଏଡିସ୍ ମଶା ଦ୍ୱାରା ସଂକ୍ରମିତ ହୁଏ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏହି ଜିକା ଭାଇରସ୍ ଡେଙ୍ଗୁ ଅପେକ୍ଷା ଅଧିକ ବିପଦଜନକ । କାରଣ ଜିକା ପାଇଁ କୌଣସି ନିର୍ଦ୍ଦିଷ୍ଟ ଟୀକା ଉଦଭାବନା ହୋଇନାହିଁ । ଅନ୍ୟପକ୍ଷେ କୌଣସି ଟିକା କିମ୍ବା ଚିକିତ୍ସା ପ୍ରଣାଳୀ ବିକଶିତ ହୋଇ ନଥିବାବେଳେ ଏଥିରେ ଆକ୍ରାନ୍ତଙ୍କ ମୃତ୍ୟୁ ଆଶଙ୍କା ହାର ଅନ୍ୟ ଭୂତାଣୁ ସଂକ୍ରମଣ ତୁଳନାରେ ଅଧିକ । ଏହି ଭୂତାଣୁ ସଂକ୍ରମିତ ବ୍ୟକ୍ତିର ଲାଳ ଏବଂ ପରିସ୍ରା ସଂସ୍ପର୍ଶରେ ଜଣେ ସୁସ୍ଥ ବ୍ୟକ୍ତି ଆସିଲେ ସଂକ୍ରମିତ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.