ETV Bharat / bharat

ସିଙ୍ଘୁ ସୀମାରେ ହତ୍ୟା ମାମଲା: ୬ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ - ୬ ଦିନିଆ ପୋଲିସ ରିମାଣ୍ଡରେ ଅଭିଯୁକ୍ତ

ସିଙ୍ଘୁ ବର୍ଡରରେ ଲଖବୀର ସିଂ ନାମକ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା ମାମଲାରେ ସୋନିପଥ କ୍ରାଇମବ୍ରାଞ୍ଚ ଅନ୍ୟ ୩ ଅଭିଯୁକ୍ତଙ୍କୁ ନେଇ କୋର୍ଟରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ସିଙ୍ଘୁ ବର୍ଡର ହତ୍ୟା ମାମଲା: ୬ ଦିନିଆ ପୋଲିସ ରିମାଣ୍ଡରେ ଅନ୍ୟ ୩ ଅଭିଯୁକ୍ତ

author img

By

Published : Oct 17, 2021, 7:30 PM IST

ଚଣ୍ଡିଗଡ: ସିଙ୍ଘୁ ବର୍ଡରରେ ଲଖବୀର ସିଂ ନାମକ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା ମାମଲାରେ ସୋନିପଥ କ୍ରାଇମବ୍ରାଞ୍ଚ ଅନ୍ୟ ୩ ଅଭିଯୁକ୍ତଙ୍କୁ ନେଇ କୋର୍ଟରେ ପହଞ୍ଚିଛନ୍ତି । ନିହଙ୍ଗ ସରଦାର ନାରାୟଣ ସିଂ, ଭଗବତ ସିଂ ଏବଂ ଗୋବିନ୍ଦ ପ୍ରିତ ସିଂଙ୍କୁ ନେଇ ପୋଲିସ ଜିଲ୍ଲା କୋର୍ଟରେ ପହଞ୍ଚିଛି । ୩ ଅଭିଯୁକ୍ତଙ୍କୁ ସିଭିଲ ଜଜ (ଜୁନିୟର ଡିଭିଜନ) କୋର୍ଟରେ ଉପସ୍ଥାପିତ କରାଯାଇଛି । ୩ ଜଣଙ୍କ ରିମାଣ୍ଡକୁ ନେଇ କୋର୍ଟରେ ଶୁଣାଣି ହୋଇଛି ।

ସିଭିଲ ଜଜ୍‌ ସିଙ୍ଗଲାର କୋର୍ଟ ୩ ଜଣଙ୍କୁ ୬ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଇଛି । ଏହି ୩ ଅଭିଯୁକ୍ତ ଜଜଙ୍କ ସାମ୍ନାରେ ସ୍ବୀକାର କରିଛନ୍ତି ଯେ, ସେମାନେ ହିଁ ଲଖବୀର ସିଂଙ୍କୁ ହତ୍ୟା କରିଛନ୍ତି । ଅଭିଯୁକ୍ତ ନାରାୟଣ ସିଂ କହିଛନ୍ତି ଯେ, ସେ ନିଜେ ଗୋଡ କାଟିଥିବା ବେଳେ ଭଗବନ୍ତ ସିଂ ଏବଂ ଗୋବିନ୍ଦ ସିଂ ତାଙ୍କୁ ଝୁଲାଇ ଦେଇଥିଲେ । ତେବେ ୧୪ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ପୋଲିସ । ହେଲେ ୬ ଦିନର ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ପ୍ରତିଦିନ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନେଇ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.