ETV Bharat / bharat

Assembly Result: ଦୌଡ଼ରେ ପଛୁଆ ୩ ମୁଖ୍ୟମନ୍ତ୍ରୀ

author img

By

Published : Mar 10, 2022, 11:47 AM IST

ଆଜି(ଗୁରୁବାର) ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଆସିବ ଫଳାଫଳ । ଏଥିଲାଗି ଭୋଟ ଗଣତି ଜାରି ରହିଥିବା ବେଳେ ୩ ଜଣ ମୁଖ୍ୟମନ୍ତ୍ରୀ ପଛୁଆ ରହିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Assembly Result: ଦୌଡ଼ରେ ପଛୁଆ ୩ ମୁଖ୍ୟମନ୍ତ୍ରୀ
Assembly Result: ଦୌଡ଼ରେ ପଛୁଆ ୩ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଆଜି(ଗୁରୁବାର) ୫ଟି ରାଜ୍ୟରେ ଚାଲିଛି ଭୋଟ ଗଣତି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣନା ହେଉଛି । ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ କିଏ କେଉଁ ଆସନ ହାତେଇବ ତାହା ଉପରେ ସମସ୍ତଙ୍କ ନଜର । ଏହାରି ମଧ୍ୟରେ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଦୌଡ଼ରେ ପଛୁଆ ରହିଛନ୍ତି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ ପଞ୍ଜାବ ଓ ଗୋଆ ମୁଖ୍ୟମନ୍ତ୍ରୀ ପଛରେ ରହିଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ପଛୁଆ ରହିଛନ୍ତି । ସେ ୨ଟି ଆସନରୁ ନିର୍ବାଚନ ଲଢୁଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖତିମା ଆସନରୁ ନିର୍ବାଚନ ଲଢୁଥିବା ବେଳେ ପଛରେ ରହିଛନ୍ତି । ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ପଛରେ ରହିଛନ୍ତି । ଅନ୍ୟପଟେ ୪ଟି ରାଜ୍ୟରେ ବିଧାନସଭା ଆସନଗୁଡ଼ିକରେ ବିଜେପି ଟ୍ରେଣ୍ଡ କରୁଥିବା ବେଳେ ଆପ ପଞ୍ଜାବରେ ଟ୍ରେଣ୍ଡ କରୁଛି ।

ଉତ୍ତରାଖଣ୍ଡର ୧୯ଟି ବିଧାନସଭା ଆସନରେ ବିଜେପି ଲିଡ କରୁଥିବା ବେଳେ ଉତ୍ତରପ୍ରଦେଶର ୬୨ଟି ଆସନରେ ବିଜେଡ଼ି ଆଗୁଆ ରହିଛି । ସେହିପରି ଗୋଆର ୪୦ଟି ବିଧାନସଭା ଆସନରୁ ବିଜେପି ୮ଟିରେ ଆଗୁଆ ରହିଥିବା ବେଳେ ମଣିପୁରରେ ୧୨ଟି ଆସନରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.