ETV Bharat / bharat

ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, ଶିଶୁ ସମେତ 3 ଜୀବନ୍ତ ଦଗ୍ଧ

author img

By

Published : Feb 23, 2023, 7:20 AM IST

ଉତ୍ତରପ୍ରଦେଶର ହାରଡୋଇରେ ଅଭାବନୀୟ ଘଟଣା । ଶୋଇଥିବା ସମୟରେ ଘରେ ନିଆଁ ଲାଗି ତିନି ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

Fire breaks out in Uttar Pradesh
Fire breaks out in Uttar Pradesh

ଲକ୍ଷ୍ନୌ: ସର୍ଟ ସର୍କିଟ ଯୋଗୁ ଘରେ ଲାଗିଲା ନିଆଁ । ଗୋଟିଏ ପରିବାରର ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ଏକ କଅଁଳ ଶିଶୁ ରହିଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ହାରଡୋଇରେ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଏପରି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକ ତିନି ଜଣ ହେଉଛନ୍ତି ଭିମଲେଶ, ତାଙ୍କ ପତ୍ନୀ ଓ ତାଙ୍କର 27 ଦିନର ଶିଶୁ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, କୋଟୱାଲି ବିଲଗ୍ରାମ ଅଞ୍ଚଳର କତାରପୁର ଗ୍ରାମରେ ଗତ ରାତିରେ ଭିମଲେଶଙ୍କ ପରିବାର ଖାଇପିଇ ଶୋଇଥିଲେ । କିନ୍ତୁ ବିଳମ୍ବିତ ରାତିରେ କେହି କିଛି ଜାଣିବା ଆଗରୁ ସର୍ଟସର୍କିଟ ଯୋଗୁଁ ହଠାତ ଘରେ ନିଆଁ ଲାଗିଥିଲା । ଏହା ଦେଖି ପରିବାରର କିଛି ସଦସ୍ୟ ଘର ବାହାରକୁ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଗ୍ନିକାଣ୍ଡରେ ଦମ୍ପତି ଓ ତାଙ୍କର ଶିଶୁ ବାହାରକୁ ଆସି ପାରିନଥିଲେ । ଫଳରେ ଘଟଣାସ୍ଥଳରେ ନିଆଁରେ ପୋଡି ହୋଇ ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ ଦମ୍ପତି ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସ୍ବାମୀ ସ୍ତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅଗ୍ନିକାଣ୍ଡରେ ସ୍ବାମୀ, ସ୍ତ୍ରୀ ଓ ଶିଶୁର ମୃତ୍ୟୁ ପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତେବେ ଅଗ୍ନିକାଣ୍ଡରେ କେହି ଆହତ ହୋଇଛନ୍ତି ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିଛି ନା ନାହିଁ ସେନେଇ ମଧ୍ୟ ସୂଚନା ହସ୍ତଗତ ହୋଇ ନାହିଁ ।

କିଛିଦିନ ପୂର୍ବେ ଉତ୍ତରପ୍ରଦେଶ କାନପୁର ଦେହାତରେ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଥିଲା। ପୋଲିସ ଓ ପ୍ରଶାସନିକ ଟିମ୍ ବୁଲଡୋଜର ଧରି ଜବରଦଖଲ ଉଚ୍ଛେଦ କରୁଥିବା ବେଳେ ଗୋଟିଏ କୁଡିଆ ଘରେ ନିଆଁ ଲାଗିଯାଇଥିଲା । ଫଳରେ ମାଆ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ମହିଳାଙ୍କ ସ୍ବାମୀ ଗୁରୁତର ଆହତ ହୋଇଥିଲେ । ଏହି ଅଭାବନୀୟ ଘଟଣାରେ ଏସଡିଏମ, ଏସଏଚଓଙ୍କ ସମେତ ଉଚ୍ଛେଦ ପାଇଁ ଆସିଥିବା ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲା ।

ସେହିପରି ଫେବୃଆରୀ 9 ତାରିଖରେ ହିମାଚଳ ପ୍ରଦେଶ ଉନ୍ନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଉନ୍ନାର ବନେ ଦି ହଟ୍ଟୀ ଅଞ୍ଚଳରେ ଥିବା ଏକ ବସ୍ତିରେ ନିଆଁ ଲାଗିଯିବାରୁ ଚାରି ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକଙ୍କ ମଧ୍ୟରେ 3 ଜଣ ଭାଇ ଉଉଣୀ ରହିଥିଲେ । ସମସ୍ତଙ୍କ ବୟସ 6ରୁ 17 ବର୍ଷ ହୋଇଥିବା ଜଣାପଡିଥିଲା । ବିଳମ୍ବିତ ରାତିରେ ସମସ୍ତେ ଖାଇ ପିଇ ଶୋଇଥିବା ବେଳେ ବସ୍ତିର ଦୁଇଟି ଘରେ ନିଆଁ ଲାଗି ଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.