ନୂଆଦିଲ୍ଲୀ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ (Ghulam Nabi Azad) ଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ନୂଆ ଦଳ ଗଠନ କରିବାକୁ ଘୋଷଣା କରିଥିବା ଆଜାଦଙ୍କୁ ନେଇ ଭିନ୍ନ ଚର୍ଚ୍ଚା ଲାଗିରହିଛି । କ୍ରମାଗତ ଭାବେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ଆଜାଦ । ଆଜି ଏହାରି ମଧ୍ୟରେ ଜି-23 ର 3ଜଣ ନେତା ଆଜାଦଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି । ତେବେ ସେ ଆସନ୍ତା ସେପ୍ଟେମ୍ବର 4ରେ ଜମ୍ମୁରେ ପ୍ରଥମ ସାଧାରଣ ସଭା କରିବେ ବୋଲି ସୂଚନା ମିଳିଛି ।
-
#WATCH | Congress leaders Prithviraj Chavan, Anand Sharma and Bhupinder Hooda met former veteran Congress leader Ghulam Nabi Azad at his residence in Delhi pic.twitter.com/vcjD1JmBA2
— ANI (@ANI) August 30, 2022 " class="align-text-top noRightClick twitterSection" data="
">#WATCH | Congress leaders Prithviraj Chavan, Anand Sharma and Bhupinder Hooda met former veteran Congress leader Ghulam Nabi Azad at his residence in Delhi pic.twitter.com/vcjD1JmBA2
— ANI (@ANI) August 30, 2022#WATCH | Congress leaders Prithviraj Chavan, Anand Sharma and Bhupinder Hooda met former veteran Congress leader Ghulam Nabi Azad at his residence in Delhi pic.twitter.com/vcjD1JmBA2
— ANI (@ANI) August 30, 2022
ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥିବୀରାଜ ଚୌହାନ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡା ଓ ବରିଷ୍ଠ ନେତା ଆନନ୍ଦ ଶର୍ମା ଆଜାଦଙ୍କୁ ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭନରରେ ଭେଟି ଆଲୋଚନା କରିଛନ୍ତି । ଶୁକ୍ରବାର ଏକାଧିକ ଅଭିଯୋଗ ସହ କଂଗ୍ରେସରୁ ଦୀର୍ଘବର୍ଷର ସମ୍ପର୍କ ଛିନ୍ନ କରିଥିଲେ ଆଜାଦ । ସେ ନିଜ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କ ଅପରିପକ୍ବ ନେତୃତ୍ବ ସାଙ୍ଗକୁ ଅନ୍ୟ କିଛି ଗମ୍ଭୀର ଅଭିଯୋଗ ମଧ୍ୟ ଆଣଥିଲେ । ପରେ ସେ ଦଳ ଛାଡିବା ପରେ ନୂତନ ଦଳ ଗଠନ କରିବାକୁ ମଧ୍ୟ ଘୋଷଣା କରିଥିଲେ ।
ସେ ଖୁବଶୀଘ୍ର ଏକ ଜାତୀୟ ଦଳ ଗଠନ କରିବାକୁ ଯାଉଛନ୍ତି ଓ ନିକଟରେ ହେବାକୁ ଥିବା କାଶ୍ମୀର ନିର୍ବାଚନରେ ମଧ୍ୟ ଅଂଶଗ୍ରହଣ କରିବା ନେଇ ସ୍ପଷ୍ଟ କରିସାରିଛନ୍ତି । ଏନେଇ ସେ ସ୍ଥାନୀୟ କାଶ୍ମୀରର ବିଭିନ୍ନ ନିର୍ବାଚିତ ଜନ ପ୍ରତିନିଧି ଓ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି । ଏପରି ସ୍ଥଳେ ଆଜାଦଙ୍କ ନୂତନ ଦଳକୁ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଜି-23 ର 3 ବରିଷ୍ଠ ନେତା ତାଙ୍କୁ ବାସଭବନରେ ଭେଟି ସାକ୍ଷାତ କରିବା ପୁଣି ଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଇଛି । ଅନ୍ୟପଟେ ଆଜି ଆଜାଦଙ୍କ ସମର୍ଥନରେ କଂଗ୍ରେସର ପ୍ରାୟ 64 ନେତା ଦଳରୁ ଇସ୍ତଫା ଦେଇଛନ୍ତି । ଏହି ତାଲିକାରେ ଜମ୍ମୁ କାଶ୍ମୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତାରାଚାନ୍ଦ ମଧ୍ୟ ରହିଛନ୍ତି ।
ଏହା ମଧ୍ୟ ପଢନ୍ତ:-ଇସ୍ତଫାର ୨୪ଘଣ୍ଟା ମଧ୍ୟରେ ନୂଆ ଜାତୀୟ ଦଳ ଗଠନ ପ୍ରକ୍ରିୟା ଆରମ୍ଭ, କାଶ୍ମୀର ନେତାଙ୍କ ସହ ଆଲୋଚନା କଲେ ଆଜାଦ
ଇସ୍ତଫାର ମାତ୍ର 24 ଘଣ୍ଟା ମଧ୍ୟରେ ଆଜାଦଙ୍କ ସହ କିଛି ସ୍ଥାନୀୟ ଜନ ପ୍ରତିନିଧି ଆସି ଭେଟିବା ସହ ଆଲୋଚନା ମଧ୍ୟ କରିଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ଆଜାଦ କହିଥିଲେ, ‘‘କାଶ୍ମୀରର କିଛି ବିଧାୟକ ଆସି ମୋ ସହ ଆଲୋଚନା କରିଛନ୍ତି । ଆଉ କିଛି ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ମଧ୍ୟ ସଂଧ୍ୟାରେ ଆସି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏକ ଜାତୀୟ ଦଳ ଗଠନ ଦିଗରେ ଆମେ ଆଲୋଚନା ଜାରି ରଖିଛୁ । ଆମେ ଜମ୍ମୁ କାଶ୍ମୀର ନିର୍ବାଚନରେ ଦୃଢତାର ସହ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛୁ । ମୁଁ କୌଣସି ମନ୍ତବ୍ୟର ପ୍ରତିଉତ୍ତର ଦେବାକୁ ଚାହୁଁନି, ତାର ଉତ୍ତର ଆମେ ନିର୍ବାଚନ ଫଳାଫଳରେ ଦେବୁ ।’’
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ