ETV Bharat / bharat

ଛତିଶଗଡ଼ରେ ଅଘଟଣ, କୋଇଲା ପାଉଁଶ ତଳେ ପୋତି ହୋଇ ୩ ମୃତ

ଛତିଶଗଡ଼ ରାୟପୁର ନିକଟବର୍ତ୍ତୀ ଶିଳ୍ପାଞ୍ଚଳ ସିଲତରା ନିକଟରେ ଅଘଟଣ । କୋଇଲା ପାଉଁଶ ତଳେ ପୋତି ହୋଇ ୨ ମହିଳାଙ୍କ ସମେତ ୩ ମୃତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Jan 31, 2023, 10:34 PM IST

କୋଇଲା ପାଉଁଶ ତଳେ ପୋତି ହୋଇ ୩ ମୃତ
କୋଇଲା ପାଉଁଶ ତଳେ ପୋତି ହୋଇ ୩ ମୃତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁର ନିକଟବର୍ତ୍ତୀ ଶିଳ୍ପାଞ୍ଚଳ ସିଲତରା ନିକଟରେ ଅଘଟଣ । କୋଇଲା ପାଉଁଶ ତଳେ ପୋତି ହୋଇ ୨ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଜଣେ ନାବାଳକ ଓ ଜଣେ ଯୁବକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୋଇଲା ପାଉଁଶରେ ପୋତି ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଛି ।

ରାୟପୁର ନିକଟ ଶିଳ୍ପାଞ୍ଚଳ ସିଲତରାର ଚୌକିଠାରେ କୋଇଲା ପାଉଁଶ ବାହାର କରିବା ସମୟରେ ଅଘଟଣ ଘଟିଥିଲା । ଏଥିରେ ୫ ଜଣ ଗ୍ରାମବାସୀ କୋଇଲା ପାଉଁଶ ତଳେ ପୋତି ହୋଇଯାଇଥିଲେ । କୁହାଯାଉଛି ଯେ, ସ୍ଥାନୀୟ ଗ୍ରାମବାସୀ କମ୍ପାନୀ ଦ୍ବାରା ବାହାର କରାଯାଇଥିବା ଆବର୍ଜନାରୁ କୋଇଲା ପାଇବା ଆଶାରେ ପାଉଁଶ ବାହାର କରୁଥିଲେ । ଏହି କୋଇଲାରୁ ଗୁଳା ପ୍ରସ୍ତୁତ କରି ଗ୍ରାମବାସୀ ସିଗଡି ଜାଳିବା ପାଇଁ ବ୍ୟବହାର କରନ୍ତି । ତେବେ ଏଥିପାଇଁ ପାଉଁଶ ବାହାର କରିବା ସମୟରେ କୋଇଲା ପାଉଁଶ ମଧ୍ୟରେ ହଠାତ ଗୋଟିଏ ସ୍ଥାନ ଗଭୀରକୁ ଦବି ଯାଇଥିଲା । ଫଳରେ ୫ ଜଣ ଲୋକ ପାଉଁ ଭିତରକୁ ଦବି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଏନେଇ ଧର୍ସିୱା ଥାନା ଅଧିକାରୀ ଶିବେନ୍ଦ୍ର ସିଂ ରାଜପୁତ କହିଛନ୍ତି, "ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତଙ୍କୁ ପାଉଁଶ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିବା ବେଳେ, ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଜଣେ ନାବାଳକ ସମେତ ଜଣେ ଯୁବକ ଆହତ ହୋଇଛନ୍ତି । ସେପଟେ ପେଣ୍ଡ୍ରାରେ ମଧ୍ୟ ବିଦ୍ୟୁତ ତାର ଯୋଗୁଁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଯୁବକଙ୍କର ମାଆ ଏବଂ ଖୁଡ଼ି ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଘରର ଅଗଣାରେ ପୋଷାକ ଶୁଖାଇବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.