ETV Bharat / bharat

କୋଲକାତାରେ ଯୁବତୀଙ୍କୁ ଗଣଦୁଷ୍କର୍ମ: 3 ବାଂଲାଦେଶୀଙ୍କୁ ବାନ୍ଧିଲା ପୋଲିସ

author img

By

Published : Dec 1, 2022, 9:02 PM IST

କୋଲକାତାରେ ସ୍ଥାନୀୟ ମହିଳାଙ୍କୁ 3 ବାଂଲାଦେଶୀ ଯୁବକଙ୍କ ଗଣଦୁଷ୍କର୍ମ (Bangladeshi nationals arrested in West Bengal)। ପୀଡିତାର ଅଭିଯୋଗ ପରେ 3ଜଣଙ୍କୁ ବାନ୍ଧିଲା ପଶ୍ଚିମବଙ୍ଗ ପୋଲିସ । ଅଧିକ ପଢନ୍ତୁ

ଯୁବତୀଙ୍କୁ ଗଣଦୁଷ୍କର୍ମ: 3 ବାଂଲାଦେଶୀଙ୍କୁ ବାନ୍ଧିଲା ପଶ୍ଚିମବଙ୍ଗ ପୋଲିସ

ହାଇଦ୍ରାବାଦ: କୋଲକାତାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ 3ଜଣ ବାଂଲାଦେଶୀ ନାଗରିକଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ଗତକାଲି ରାତିରେ ସହରର ନ୍ୟୁ-ମାର୍କେଟ ଏରିଆରେ ଏହି ଅଭିଯୁକ୍ତମାନେ ଜଣେ ଯୁବତୀଙ୍କୁ ଏକ ହୋଟଲକୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା (Bangladeshi nationals arrested in West Bengal)। ଗିରଫ 3 ଅଭିଯୁକ୍ତ ବାଂଲାଦେଶୀ ମହମ୍ମଦ ରସେଲ ଶେଖ (37), ମହମ୍ମଦ କୌସର ଚୌଧୁରୀ (37) ଏବଂ ମହମ୍ମଦ ଅବଦୁଲ ଅଲ୍ଲୀ ମିଜାନ (36) ବୋଲି କହିଛି କୋଲକାତା ସେଣ୍ଟ୍ରାଲ ପୋଲିସ ଡି.ସି ରୁପେଶ କୁମାର ସୂଚନା ଦେଇଛନ୍ତି ।

3 ଅଭିଯୁକ୍ତ ସମ୍ପର୍କୀୟ ଭାଇ ବୋଲି ମଧ୍ୟ ପୋଲିସ ଜାଣିବାକୁ ପାଇଛି । ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଜଣେ ଯୁବତୀଙ୍କୁ ଏମାନେ ଉଠାଇ ନେଇ ନ୍ୟୁ-ମାର୍କେଟ ଏରିଆର ଏକ ହୋଟେଲରେ ଦୁଷ୍କର୍ମ କରିଥିଲେ । ଯୁବତୀଜଣଙ୍କ ଆଜି ସ୍ଥାନୀୟ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ହୋଟେଲ ପରିସରରେ ଚଢାଉ କରିଥିଲା । 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏପରି କାଣ୍ଡ ଘଟିଥିବା ହୋଟେଲର ମ୍ୟାନେଜରଙ୍କୁ ମଧ୍ୟ ଅଟକ ରଖି ପୋଲିସ ଜେରା କରୁଛି । ପୀଡିତାଙ୍କ ଡାକ୍ତରୀ ମାଇନା ମଧ୍ୟ କାରଯାଇଛି । ହୋଟେଲ ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରି ଯାଞ୍ଚ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.