ETV Bharat / bharat

ହାଇଦ୍ରାବାଦ-ଦୁବାଇ ବିମାନକୁ ହାଇଜାକ କରିବାକୁ ଧମକପୂର୍ଣ୍ଣ ମେଲ୍‌: ଉଡାଣ ବାତିଲ, 3 ଅଟକ

ହାଇଦ୍ରାବାଦ-ଦୁବାଇ ବିମାନକୁ ହାଇଜାକ କରିନେବାକୁ ଧମକପୂର୍ଣ୍ଣ ମେଲ ମିଳିବା ପରେ ଉଡାଣ ବାତିଲ । 3 ଯାତ୍ରୀ ଅଟକ । ଦୁବାଇ ଭାୟା ହୋଇ ଇରାକ ଯାଉଥିବା ସୂଚନା । ଅଧିକ ପଢନ୍ତୁ

ହାଇଦ୍ରାବାଦ- ଦୁବାଇ ବିମାନକୁ ହାଇଜାକ କରିନେବାକୁ ଧମକପୂର୍ଣ୍ଣ ମେଲ

author img

By ETV Bharat Odisha Team

Published : Oct 9, 2023, 7:26 PM IST

ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଅପହରଣ ନେଇ ଧମକପୂର୍ଣ୍ଣ ମେଲ ଆସିଛି । ହାଇଦ୍ରାବାଦରୁ ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନକୁ ଅପହରଣ କରାଯିବା ନେଇ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଧମକ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଛି । ଧମକପୂର୍ଣ୍ଣ ମେଲ ମିଳିବା ପରେ ସୁରକ୍ଷା ଦାୟିତ୍ବରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF)କୁ ଆଲର୍ଟ ରଖାଯାଇଛି । ଉକ୍ତ ବିମାନରେ ଯାତ୍ରା କରୁଥିବା 3 ଯାତ୍ରୀଙ୍କୁ ଅଟକ ରଖାଯାଇ ଜେରା କରାଯାଉଛି । ବିମାନର ଉଡାଣ ମଧ୍ୟ ବାତିଲ କରାଯାଇଛି । ଏୟାରପୋର୍ଟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ସାଇବର ସେଲ ଉକ୍ତ ମେଲକୁ ଯାଞ୍ଚ କରୁଛି ।

ମିଳିଥିବା ସୂଚନା ଅନୁସାରେ, ଏହି ବିମାନଟି ହାଇଦ୍ରାବାଦରୁ ଦୁବାଇ ଅଭିମୁଖେ ଉଡାଣ ଭରିବାକୁ ଥିଲା । ଯାତ୍ରୀଙ୍କ ବୋର୍ଡିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିଲା । ଟେକ-ଅଫର କିଛି ସମୟ ପୂର୍ବରୁ ଟର୍ମିନାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ଏକ ଅଜଣା ମେଲ ଆସିଥିଲା । ବିମାନକୁ ହାଇଜାକ କରାଯିବା ନେଇ ଏଥିରେ ଧମକ ମିଳିଥିଲା । ଏ ସମ୍ପର୍କରେ CISFକୁ ସୂଚନା ମିଳିବା ପରେ ଉକ୍ତ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ କଡାକଡି ଚେକିଂ କରାଯାଇଥିଲା । ସେମାନଙ୍କର ଲଗେଜ ଓ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯିବା ପରେ 3 ଯାତ୍ରୀ ସନ୍ଦେହ ଘେରକୁ ଆସିଲେ । ତିରୁପତି, ବିନୋଦ ଓ ରାକେଶ ନାମକ ତିନି ଯାତ୍ରୀ ଏହି ବିମାନରେ ଦୁବାଇ ଭାୟା ହୋଇ ଇରାକ ଯାଉଥିବା ପ୍ରାଥମିକ ତଦନ୍ତରେ ଜଣାପଡିଥିଲା । 3 ଯାତ୍ରୀଙ୍କୁ ଅଟକ ରଖି ଏୟାରପୋର୍ଟ ପୋଲିସକୁ ହସ୍ତାନ୍ତର କରିଛି ସିଆଇଏସଏଫ ଏୟାରପୋର୍ଟ ଥାନା ଏକ ମାମଲା ରୁଜୁ କରି ସେମାନଙ୍କୁ ଜେରା ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ :- Hamas Supernova manslaughter: ମ୍ୟୁଜିକ ଫେଷ୍ଟରେ ଆକ୍ରମଣ, ଆଖି ବୁଜିଲେ 260 ଇସ୍ରାଏଲୀ

ଅନ୍ୟପଟେ ସମ୍ଭାବ୍ୟ ଅଘଟଣକୁ ଏଡାଇବା ପାଇଁ ଉକ୍ତ ବିମାନର ଉଡାଣ ବାତିଲ କରାଯାଇଛି । ବିମାନକୁ ବୋମା ନିଷ୍କ୍ରିୟକାରୀ ଟିମ ଯାଞ୍ଚ କରୁଛି । ଅନ୍ୟ ଏକ ବିମାନରେ ଯାତ୍ରୀଙ୍କୁ ଦୁବାଇ ପଠାଯିବା ନେଇ ବ୍ୟବସ୍ଥା କରାଯାଉଥିବା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି । ନିକଟରେ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାରର ହତ୍ୟା ପରେ ଭାରତ କନାଡା ମଧ୍ୟରେ ବିବାଦ ଜାରି ରହିଛି । ବିଭିନ୍ନ ଦେଶରେ ଥିବା ଖଲିସ୍ତାନୀ ଆତଙ୍କୀମାନେ ଆକ୍ରମଣ କରିବାକୁ ଧମକ ଦେଉଛନ୍ତି । ଅନ୍ୟପଟେ ଗାଜା-ଇସ୍ରାଏଲ ଆକ୍ରମଣ ମଧ୍ୟରେ ମଧ୍ୟପ୍ରାଚ୍ୟ ଏବେ ଅଶାନ୍ତ ହୋଇଉଠିଛି । ତେଣୁ ଭାରତରେ ମଧ୍ୟ ସୁରକ୍ଷାକୁ କଡାକଡି କରାଯାଉଛି । ଏପରି ଆତଙ୍କୀ ଆକ୍ରମଣ ଧମକ କିମ୍ବା ସନ୍ଦେହଜନକ ଗତିବିଧିକୁ ଅତି ଗମ୍ଭୀରତାର ସହ ନିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.