ETV Bharat / bharat

Kedarnath ମନ୍ଦିରକୁ ବମ୍‌ ପକାଇ ଉଡାଇ ଦେବାକୁ ଧମକ, ମାମଲା ରୁଜୁ

author img

By

Published : Jan 14, 2022, 8:35 AM IST

୧୧୨କୁ କଲ କରି କେଦାରନାଥ ମନ୍ଦିରକୁ ବମ ପକାଇ ଉଡାଇଦେବାର ଧମକ । ଏନେଇ କଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ

୧୧୨କୁ କଲ କରି କେଦାରନାଥ ମନ୍ଦିରକୁ ବମ ପକାଇ ଉଡାଇ ଦେବାର ଧମକ

ଲକ୍ଷ୍ନୌ: କେଦାରନାଥ ମନ୍ଦିରକୁ ବମ ପକାଇ ଉଡାଇଦେବାର ଧମକ । ଏନେଇ ମାମଲା ରୁଜୁ କଲା ପୋଲିସ । ଗତ ଡିସେମ୍ବର୨୨ରେ ରାଜଧାନୀ ଲକ୍ଷ୍ନୌର ୧୧୨ କୁ ଜଣେ ବ୍ୟକ୍ତି କଲ କରି ଏପରି ଧମକ ଦେଇଥିଲା । ଏନେଇ ସୁଶାନ୍ତ ଗଲ୍ଫ ସିଟିରେ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସୂଚନାଅନୁଯାୟୀ, ଉତ୍ତରପ୍ରଦେଶର ୧୧୨ ମୁଖ୍ୟାଳୟକୁ ୯୯୩୬୪୧୬୪୮୧ ନମ୍ବରରୁ ଜଣେ ଯୁବକ ଡିସେମ୍ବର ୨୨ରେ ୧୦ଟା ୩୫ରେ କଲ କରିଥିଲେ । ଏହା ପରେ ସେ କହିଥିଲେ କି ମୁଁ କେଦାରନାଥ ମନ୍ଦିରକୁ ବମ ପକାଇ ଉଡାଇ ଦେବି । ଯାହାକୁ ନେଇ ମୁଖ୍ୟାଳୟରେ ସୃଷ୍ଟି ହୋଇଥିଲା କମ୍ପନ । କଲ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଜ ରାଜଧ୍ରୁବ ସିଂ ।

ଏହି ଘଟଣାର ତଦନ୍ତ କରୁଥିବା ସୁଶାନ୍ତ ଗଲ୍ଫ ସିଟି ପୋଲିସର ଇନ୍ସପେକ୍ଟର ଦେବେନ୍ଦ୍ର ବିକ୍ରମ ସିଂ କହିଛନ୍ତି ଏନେଇ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି । ଏହି ମାମଲାରେ, ରାଜଧ୍ରୁବ ସିଂଙ୍କ ବିରୋଧରେ ୧୫୩Aଏବଂ ଆଇଟି ଆକ୍ଟ ୬୬ ଅନୁଯାୟୀ ଜାନୁଆରୀ ୧୨ରେ ଏକ ମାମଲା ରୁଜୁ ହୋଇଛି । ଏନେଇ ତଦନ୍ତ ଏବେ ଜାରି ରହିଛି । ଯେଉଁ ନମ୍ବରରୁ କଲ୍ କରାଯାଇଥିଲା ଲୋକେସନ ଟ୍ରାକ କରାଯାଇଥିଲା । ଏବେ ମୋବାଇଲ ସୁଇଚ ଅଫ ରହିଥିବା ପୋଲିସ ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.