ETV Bharat / bharat

ମେଲ୍ ପରେ ଧମକପୂର୍ଣ୍ଣ ଟ୍ୱିଟ୍: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ, ଆଲର୍ଟରେ ପୋଲିସ - ମୁମ୍ବାଇ ପୋଲିସ

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆସିଲା ଧମକପୂର୍ଣ୍ଣ ଟ୍ବିଟ୍‌ । ଆଲର୍ଟରେ ପୋଲିସ । କ୍ରାଇମ ବ୍ରାଞ୍ଚ କରୁଛି ତଦନ୍ତ । ଅଧିକ ପଢନ୍ତୁ

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ, ଆଲର୍ଟରେ ପୋଲିସ

author img

By

Published : Feb 4, 2023, 6:45 PM IST

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ପୁଣି ଆତଙ୍କୀ ଆକ୍ରମଣ ପାଇଁ ଧମକ । ଟ୍ବିଟରରେ ପୋଲିସ ଏପରି ଆକ୍ରମଣ ଧମକ ପାଇବା ପରେ ଆକ୍ସନ ମୋଡକୁ ଆସିଛି । 26/11 ପରି ଆକ୍ରମଣ ଘଟାଇବା ପାଇଁ ଉକ୍ତ ଟ୍ବିଟରରେ ବାର୍ତ୍ତାରେ ଧମକ ରହିଛି । ପୋଲିସ ଏହି ଟ୍ବିଟର ହ୍ୟାଣ୍ଡେଲକୁ ଯାଞ୍ଚ କରୁଛି । ପୋଲିସର ସାଇବର ସେଲ ଏହି ଟ୍ବିଟର ହ୍ୟାଣ୍ଡେଲ ଓ ପଠାଯାଇଥିବା ଧମକପୂର୍ଣ୍ଣ ବାର୍ତ୍ତା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଲାଗିଛନ୍ତି । ଏହି ଧମକପୂର୍ଣ୍ଣ ବାର୍ତ୍ତା ଗୁଜୁରାଟର ଜଣେ ବ୍ୟବହାରକାରୀଙ୍କ ନାମରେ ଆସିଥିବା ପ୍ରାଥମିକ ଭାବେ ପୋଲିସ କହିଛି ।

ଏପରି ଧମକ ପରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା ବଢିଛି । ଉପକୂଳରେ ସୁରକ୍ଷା ଓ ପାଟ୍ରୋଲିଂକୁ ବଢାଯାଇଛି । କୌଣସି ସନ୍ଦେହଜନକ ଗତିବିଧି ଉପରେ କଡା ନଜର ରଖାଯାଇଛି । ସାମୁଦ୍ରିକ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି । ମିଳିଥିବା ଧମକପୂର୍ଣ୍ଣ ଟ୍ବିଟ୍‌ ସମ୍ପର୍କରେ ତଥ୍ୟ ଏକାଠି କରିବା ଜାରି ରହିଥିବା ପୋଲିସ କହିଛି । ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ମଧ୍ୟ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଥିଲା । ତାଲିବାନ ସହ ଜଡିତ କିଛି ଆତଙ୍କୀ ଗୋଷ୍ଠୀ ମୁମ୍ବାଇରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଉକ୍ତ ଧମକପୂର୍ଣ୍ଣ ମେଲରେ ଉଲ୍ଲେଖ ରହିଥିଲା । ତେବେ ଉକ୍ତ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୁଣି ଏକ ଧମକପୂର୍ଣ୍ଣ ଟ୍ବିଟ୍‌ ପାଇଛି ମୁମ୍ବାଇ ପୋଲିସ । ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି । ଏପଟେ ପ୍ରତିକ୍ରିୟାରେ ମୁମ୍ବାଇ ପୋଲିସ କହିଛି, ଆମେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ଦେବା ପାଇଁ ସକ୍ଷମ । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ପାଇଁ ଆମେ ସର୍ବଦା ପ୍ରସ୍ତୁତ ।

2008 ମସିହା ନଭେମ୍ବର 26 ତାରିଖରେ (26/11) ରେ ମୁମ୍ବାଇର ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ ପାକିସ୍ତାନୀ ଆତଙ୍କୀ । ପାକିସ୍ତାନର କରାଚୀରୁ ଜଳପଥ ଦେଇ ମୁମ୍ବାଇରେ ପ୍ରବେଶ କରିବା ସହ ମୁମ୍ବାଇର ପ୍ରସିଦ୍ଧ ତାଜ ହୋଟେଲ, ନରିମାନ ହାଉସ, କାମା ହସ୍ପିଟାଲ, ଓବରାଇ ଟ୍ରାଇଡେଣ୍ଟ ପରି ସ୍ଥାନରେ ଏକକାଳୀନ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ ପ୍ରାୟ 2ଶହ ଜଣଙ୍କ ମୃତ୍ୟୁ ହୋଇଥିଲା । ମୁମ୍ବାଇ ଏଟିଏସ ନେତୃତ୍ବରେ ଏନଏସଜି କମାଣ୍ଡୋମାନେ ଏହି ଅପରେସନରେ ଅଂଶଗ୍ରହଣ କରିଥିଲେ । ସମସ୍ତ ଆତଙ୍କୀଙ୍କୁ ନିପାତ କରାଯାଇଥିବା ବେଳେ ଅଜମଲ କସବକୁ ଏକମାତ୍ର ଜୀବନ୍ତ ଆତଙ୍କୀ ଭାବେ ଧରାଯିବାରେ ସଫଳତା ମିଳିଥିଲା ।

ଏହି ଅପରେସନରେ ମୁମ୍ବାଇ ଏଟିଏସର ତତ୍କାଳୀନ ମୁଖ୍ୟ ହେମନ୍ତ କାର୍କାରେଙ୍କ ସମେତ ଏକାଧିକ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଯାହା ଥିଲା ଭାରତ ଇତିହାସରେ ସବୁଠୁ ବଡ ଆତଙ୍କବାଦୀ ଆକ୍ରମଣ । ଏହା ପରେ ଦେଶର ସର୍ବବୃହତ ସହର ତଥା ବାଣିଜ୍ୟିକ ରାଜଧାନୀ ମୁମ୍ବାଇର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଉପକୂଳ ସହର ଓ ପାକିସ୍ତାନ ନିକଟବର୍ତ୍ତୀ ହୋଇଥିବା କାରଣରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲେ ସୁଦ୍ଧା ବାରମ୍ବାର ଏପରି ଧମକପୂର୍ଣ୍ଣ ବାର୍ତ୍ତା ମିଳିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.